Posted inଖେଳ

ଲୌରିୟସ କ୍ରୀଡ଼ା ପୁରସ୍କାର: ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ମେସି, ହାମିଲଟନ ଯୁଗ୍ମ ବିଜେତା

ବର୍ଲିନ, ୧୮।୨ (ପି.ଟି.)- ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ବ୍ରିଟିଶ୍‌ ଫର୍ମୁଲା ଓ୍ବାନ୍‌ ଡ୍ରାଇଭର ଲୁଇସ ହାମିଲଟନ୍‌ ଓ ଆର୍ଜେଣ୍ଟିନା ଫୁଟ୍‌ବଲ ଷ୍ଟାର୍‌ ଲିଓନେଲ ମେସି ଯୁଗ୍ମ ଭାବେ ‘ଲୌରିୟସ ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର’ ପୁରସ୍କାର ଜିତିଛନ୍ତି। ଉଭୟ ହାମିଲଟନ୍‌ ଓ ମେସି ସମାନ ସଂଖ୍ୟକ ଭୋଟ୍‌ ପାଇଥିଲେ। ‘ଲୌରିୟସ କ୍ରୀଡ଼ା ପୁରସ୍କାର’ର ୨୦ ବର୍ଷର ଇତିହାସରେ ପ୍ରଥମଥର ଲାଗି ଏହିଭଳି ଘଟଣା ଦେଖିବାକୁ ମିଳିଥିଲା। କ୍ୟାରିୟରରେ ୬ଥର ଫିଫା ଶ୍ରେଷ୍ଠ ଖେଳାଳି ଫୁରସ୍କାର ଜିତିଥିବା ମେସି ପ୍ରଥମ ଫୁଟବଲର୍‌ ଭାବେ ଏହି ସମ୍ମାନଜନକ ଟ୍ରଫି ଜିତିଛନ୍ତି। ସେହିଭଳି କୌଣସି ଦଳୀୟ ଖେଳାଳି ଭାବେ ଏହି ଟ୍ରଫି ଜିତିବା ପ୍ରଥମ ଘଟଣା ରହିଥିଲା। ତେବେ ଏହି ରଙ୍ଗାରଙ୍ଗ ଉତ୍ସବରେ ମେସି ଉପସ୍ଥିତ ହୋଇ ନ ପାରି ନିଜର ଏକ ଭିଡିଓ ମେସେଜ ପଠାଇ ଦେଇଥିଲେ। ଅପରପକ୍ଷରେ ୨୦୧୯ ବିଶ୍ୱ

ଚାମ୍ପିୟନଶିପ୍‌ରେ ଏକାକୀ ୫ଟି ସ୍ବର୍ଣ୍ଣ ପଦକ ଜିତିଥିବା ଆମେରିକା ଜିମ୍ନାଷ୍ଟ ସିମୋନେ ବାଇଲ୍ସ ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ଲାଭ କରିଛନ୍ତି। ବାଇଲ୍ସ ୩ୟଥର ଲାଗି ବିଶ୍ୱର ଏହି ସମ୍ମାନଜନକ ଟ୍ରଫି ଜିତିଛନ୍ତି। ପୂର୍ବରୁ ସେ ୨୦୧୭ ଓ ୨୦୧୯ରେ ‘ଲୌରିୟସ ଓ୍ବାଲର୍‌ଡ ସ୍ପୋଟର୍‌ସଓମ୍ୟାନ ଅଫ୍‌ ଦି ଇୟର’ ପୁରସ୍କାର ହାସଲ କରିଥିଲେ। ସେହିଭଳି ୨୦୧୯ ରଗ୍‌ବୀ ବିଶ୍ୱକପ୍‌ ଜିତିଥିବା ଦକ୍ଷିଣ ଆଫ୍ରିକାକୁ ‘ଲୌରିୟସ ଟିମ୍‌ ଅଫ୍‌ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା। ବାସ୍କେଟବଲକୁ ଅତୁଳନୀୟ ଅବଦାନ ଲାଗି ଜର୍ମାନ କିମ୍ବଦନ୍ତୀ ଡିର୍କ ନୋଓ୍ବିତର୍କି ଲାଇଫ୍‌ଟାମ୍‌ ଆଚିମେଣ୍ଟ ପୁରସ୍କାର ଜିତିଥିଲେ। ଇଂଲିସ ଅଭିନେତା ହଗ୍‌ ଗ୍ରାଣ୍ଟ ଏହି ପୁରସ୍କାର ଉତ୍ସବକୁ ପରିଚାଳନା କରିଥିଲେ। ଏହି ଅବସରରେ କିମ୍ବଦନ୍ତୀ ଆମେରିକା ବାସ୍କେଟବଲ ଖେଳାଳି ସ୍ବର୍ଗତ କୋବେ ବ୍ରାୟଣ୍ଟଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri