ଲୁହାଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ

ଭୁବନେଶ୍ୱର,୪-୯(ବ୍ୟୁରୋ)/ କୋଣାର୍କ (ଡି.ଏନ୍‌.ଏ):ଶେଷରେ ଲୌହଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ଦୀର୍ଘଦିନର ବାଦବିବାଦ ଏବଂ ଦାବି ପରେ କୋଣାର୍କ ମନ୍ଦିରରୁ ହଟିବ ଲୌହଭାରା। କୋଣାର୍କର ସଂରକ୍ଷଣ ପାଇଁ ଲାଗିଥିବା ଏହି ଲୌହଭାରା ମନ୍ଦିରର କଳାକୃତି ନଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାରୁ ଏହାକୁ ଖୋଲିବାକୁ ନିଷ୍ପତ୍ତି ନେଇଛି ଏଏସ୍‌ଆଇ। ଏହା ପରିବର୍ତ୍ତେ ମନ୍ଦିର ପୀଢକୁ ସପୋର୍ଟ ଦେବାକୁ ୮ଟି ଷ୍ଟିଲ୍‌ ବିମ୍‌ ଲଗାଯିବ। ଉତ୍ତରାଖଣ୍ଡର ରୁର୍‌କିସ୍ଥିତ ସେଣ୍ଟ୍ରାଲ ବିଲ୍‌ଡିଂ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଆସିଥିବା ବିଶେଷଜ୍ଞ ଟିମ୍‌ର ପରାମର୍ଶ କ୍ରମେ ଏନେଇ ନିଷ୍ପତ୍ତି ନିଆଯାଇଛି।
ରୁର୍‌କି ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ୱରେ ଏକ ୩ ଜଣିଆ ବିଶେଷଜ୍ଞ ଟିମ୍‌ ମଙ୍ଗଳବାର କୋଣାର୍କ ମନ୍ଦିର ବୁଲି ଦେଖିଥିଲେ। ଏମାନଙ୍କ ସହ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଏକ ଇଞ୍ଜିନିୟରିଂ ଟିମ୍‌ ମନ୍ଦିରର ବାହ୍ୟ ପାର୍ଶ୍ୱ ଓ ଗର୍ଭଗୃହର ସ୍ଥିତି ଯାଞ୍ଚ କରିଥିଲେ। ମନ୍ଦିରର ମରାମତି ପାଇଁ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ୱରେ ଲାଗିଥିବା ଲୌହଭାରା ଏହି ବିଶ୍ୱ ଐତିହ୍ୟକୁ ନଷ୍ଟ କରୁଥିବାରୁ ଚତୁଃପାର୍ଶ୍ୱରୁ ସମ୍ପୂର୍ଣ୍ଣଭାବେ ଲୁହାଭାରା ମୁକ୍ତ କରାଯିବ। ଆସନ୍ତା ୨ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ ହେବ। ଏହାବ୍ୟତୀତ ପୀଢକୁ ସପୋର୍ଟ ଦେବାକୁ ୮ଟି ଷ୍ଟିଲ୍‌ ବିମ୍‌ ଲାଗିବ ବୋଲି ବିଶେଷଜ୍ଞ ଟିମ୍‌ କହିଛନ୍ତି। ମନ୍ଦିରର ପ୍ରଥମ ପୀଢଠାରୁ ମନ୍ଦିର ଚୂଳ ଏବଂ ଗର୍ଭଗୃହରେ ଥିବା ବାଲିର ସ୍ଥିତି ଜାଣିବା ପାଇଁ ବିଶେଷଜ୍ଞ ଟିମ୍‌ ଏହି ଅବସରରେ ଗର୍ଭଗୃହ ବାଲିର ନମୂନା ସଂଗ୍ରହ କରିଥିଲେ।
ମନ୍ଦିରର ସୌନ୍ଦର୍ଯ୍ୟକୁ ପୂର୍ବବତ୍‌ ବଜାୟ ରଖିବା ସହ ଏହାର ସଂରକ୍ଷଣ ଏବଂ ମରାମତି କାର୍ଯ୍ୟ ଲାଗି ପ୍ରାୟ ଏକ ଦଶନ୍ଧି ହେଲା କୋଣାର୍କ ସୂର୍ଯ୍ୟମନ୍ଦିର ଲୌହଭାର ଘେରରେ ରହିଥିଲା। ବିପଦଜ୍ଜନକ ଭାବେ ଥିବା ପଥର ଖଣ୍ଡଗୁଡ଼ିକ ନ ଖସିବା ପାଇଁ ଏହି ଲୁହା ପାଇପ ଲଗାଯାଇଥିବା ଏଏସ୍‌ଆଇ ପକ୍ଷରୁ କୁହାଯାଇଥିଲା। ହେଲେ ଏହି ଲୁହା ଭାରା ଯୋଗୁ କୋଣାର୍କର ନିଖୁଣ କାରିଗରି ଦେଖିବାରୁ ପର୍ଯ୍ୟଟକମାନେ ବଞ୍ଚତ୍ତ ହେଉଥିବାବେଳେ ଏହା ମନ୍ଦିରର ସୌନ୍ଦର୍ଯ୍ୟକୁ ମଧ୍ୟ ନଷ୍ଟ କରୁଥିଲା। ଏପରି କି ବ୍ଲାକ୍‌ ପାଗୋଡା କୋଣାର୍କର ବିଶ୍ୱ ଐତିହ୍ୟ ମାନ୍ୟତାକୁ ନେଇ ଦିନକୁ ଦିନ ଆଶଙ୍କା ବଢିବାରେ ଲାଗିଥିଲା। ଜବରଦଖଲ ଲାଗି କୋଣାର୍କର ଐତିହ୍ୟତା ନଷ୍ଟ ହେଉଥିବାବେଳେ ଲୁହାଭାରା ଯୋଗୁ ୟୁନେସ୍କୋ ଏହାକୁ ବିଶ୍ୱ ଐତିହ୍ୟ ମାନ୍ୟତାରୁ ବାଦ୍‌ ଦେବାନେଇ ଆଶଙ୍କା ସୃଷ୍ଟିହୋଇଥିଲା। ଅନ୍ୟପକ୍ଷରେ ଗତ ମେ’ ମାସରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଫନୀରେ ଚାରିପଟେ ଲାଗିଥିବା ଲୁହା ପାଇପ୍‌ ଭାଙ୍ଗି ମନ୍ଦିରର କାରୁକାର୍ଯ୍ୟକୁ ନଷ୍ଟ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

୧୪ ଲକ୍ଷର ଗାଡ଼ିରେ ୧୦ ଲକ୍ଷ ଟଙ୍କା ମୋଡିଫିକେସନ ଖର୍ଚ୍ଚ, ବ୍ୟାକଫୁଟରେ ସରକାର

ଭୁବନେଶ୍ୱର,୧୮ା୧୨: ଓଡ଼ିଶା ବନ ବିଭାଗ ପକ୍ଷରୁ କିଣାଯାଇଥିବା ମହିନ୍ଦ୍ରା ‘ଥର୍’ ଗାଡ଼ିର ମୋଡିଫିକେସନ ଖର୍ଚ୍ଚକୁ ନେଇ ଏବେ ବଡ଼ ବିବାଦ ମୁଣ୍ଡ ଟେକିଛି। ୫୧ଟି ଥର୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri