ଲିଙ୍ଗରାଜ ମନ୍ଦିରରେ ବସିଲା ଚିଲ: ସେବାୟତ ଆତଙ୍କିତ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଉପରେ ହଠାତ ଏକ ମାଟିଆ ଚିଲ ବସି ରହିବା ଘଟଣାକୁ ନେଇ ସେବାୟତମାନେ ଆତଙ୍କିତ ହୋଇଛନ୍ତି । ଶନିବାର ଅପରାହ୍ନରେ ଏକ ମାଟିଆ ଚିଲ ଦୀର୍ଘ ସମୟ ଧରି ମନ୍ଦିର ଚୂଡ଼ା ଉପରେ ଘୁରି ବୁଲିଥିଲା। ମହାପ୍ରଭୁ ବାନା ଚତ୍ରୁ ପାଶ୍ୱର୍ରେ ଘୁରିବା ପରେ ମନ୍ଦିର ଉପରେ ବସି ରହିବା ସହ ବିକଟାଳ ରଡି ଛାଡିଥିଲା। ଏହି ଚିଲ୍ଲଟି କେଉଁଆଡେ ନ ଯାଇ ବିଳମ୍ବିତ ସନ୍ଧ୍ୟାଯାଏ ମନ୍ଦିର ଉପରେ ଥିବା ପତାକା ଉପରେ ବସି ରହିଥିଲା। ଚିଲ୍ଲର ଆର୍ବୀଭାବକୁ ଦେଖି ମନ୍ଦିରରେ ଉପସ୍ଥିତ ସେବାୟତମାନେ ଚକିତ ହୋଇପଡିଥିଲେ। ଆଗରୁ ଏହା ଘଟିନଥିବା ବେଳେ ହଠାତ ଏ ସମୟରେ ଚିଲ୍ଲ ବସିବାକୁ ଅଶୁଭ ସଂକେତ ବୋଲି ସେବାୟତମାନେ ଆଶଙ୍କା ପ୍ରକଟ କରୁଛନ୍ତି।
ଏଠାରେ ଉଲ୍ଲେଖ ଥାଉ କି,କୋରନା ପ୍ରଭାବକୁ ଦେଖି ପ୍ରଶାସନ ଚଳିତ ବର୍ଷ ମହାପ୍ରଭୁଙ୍କ ରୁକୁଣା ରଥକୁ ସ୍ଥଗିତ କରିଥିଲେ। ଯାହାକୁ ନେଇ ସେବାୟତମାନେ ମନ୍ଦିରରରେ ପୂଜା ନିତିରେ ଭାଗ ନେଇ ନ ଥିଲେ। ମନ୍ଦିର ନିତିକ୍ରାନ୍ତି ବନ୍ଦ ରହିଥିବା ବେଳେ କେତେକ ସେବାୟତମାନେ ତୁଳସୀ ଦେଇ ମହାପ୍ରଭୂଙ୍କ ପୂଜାନୀତି କରୁଛନ୍ତି। ଏହି ସମୟରେ ପୂଜାନୀତି ବିଭ୍ରାଟ ହେବା ଫଳରେ ଆଗକୁ ବଡ଼ ବିପଦ ଆସୁଥିବା ସେବାୟତ ମାନେ ଆଶଙ୍କା କରିଛନ୍ତି। ପ୍ରଶାସନ ପକ୍ଷରୁ ରଥ ନିର୍ମାଣ ଚୂଡାନ୍ତ ହୋଇଥିବା ବେଳେ ପରମ୍ପରା ଭାଙ୍ଗି ଏହାକୁ ବନ୍ଦ କରାଯିବା ଘଟଣାକୁ ବିଭିନ୍ନ ସମାଲୋଚନା କରାଯାଉଛି। ବିଶେଷ କରି ମହାପ୍ରଭୁଙ୍କ ରୁକୁଣା ରଥ ନିର୍ମାଣ ସମୟରେ ସାମାଜିକ ଦୂରତା ରହି ନଥିଲା। ହେଲେ ପରେ ମଧ୍ୟ ପୂଜାନୀତି ହେଲାନି। ଏହି ସମୟରେ 48 ଘଣ୍ଟା ସଟ ଡାଉନ ଫଳରେ ଏବେ ରଥର ଘୋଡା ଏବଂ ଡାହୁକ ବାହାରେ ରହିଥିବା ଦେଖିବାକୁ ମିଳିଛି। ସଟ ଡାଉନ ଫଳରେ ମନ୍ଦିରଚାରିପଟେ ପୁରା ଖାଁ ଖାଁ ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri