ଲଲାଗୁଲା ହେଇ ଜୀବନ୍‌ ବିତଉଛନ୍‌ ଅଁଧ୍‌ ବୁରୁଧ୍‌: ଥଇଥାନ ଲାଗି ଦାବି କଲେ ଗଁ।ବାସୀ

 

ଅତାବିରା, ୨୧।୩ (ଡି.ଏନ୍‌.ଏ.)-
ବରଗଡ଼ ଜିଲା ଭେଡ଼େନ ବ୍ଲକ ସଂକିର୍ଡ଼ା ପଁଚେତ୍‌ ସଦର ଗଁାରେ ବାସ କରୁଛନ୍‌ ସୁରୁବାବାୁ ପତି(୬୬)। ଅନେକ ବଛର ତଲେ ସେ ଝନେ ଟ୍ରାକ୍ଟର ଡ୍ରାଇଭର ହିସାବେ ନିଜର ପେଟ୍‌ ପାଲୁଥିଲେ। ହେଲେ ଗୁଟେ ସଡ଼କ ଦୁରଘଟନାର ଶିକାର ହେଇ ଅଁଧ୍‌ ପାଲଟିଗଲେ। ତାହାକୁ ଡୁଂଗି ଦେଖ୍‌ବାକେ କେହି ନାଇଁ। ଏନ୍‌ତାଥି ଗଁାର ଗୁଟେ ପରିବାର ତାହାକୁ ଆଶ୍‌ରେ ଦେଇଛନ୍‌। ଯେ ଯାହା ଦେଲା ଖାଇ ନିଜର ଜୀବନ୍‌ ବଁଚେଇଛନ୍‌।
ସୂଚନା ଅନ୍‌ସାରେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ଗଁାର ସ୍ବର୍ଗତ ଦଶରଥ ପତିକଁର ୪ ପୁଓ ଜଗନ୍ନାଥ, ସୁରୁବାବୁ, ତ୍ରିବିକ୍ରମ, ତିଲୋଚନ। ଭାଇମାନକର ଭିତରେ ସୁରୁବାବୁ ପତି(୬୬) ଦୁଇନ ନମର। ଆଏଜ୍‌କେ ଅନେକ ବଛର ତଲେ କେହେନ୍‌ସି କାରନ୍‌ରୁ ସେ ଗଁା, ପରିବାର ଛାଡ଼ି ବରଗଡ଼ ଜିଲା ଭେଡ଼େନ ବ୍ଲକ ଡାଲବ ପଁଚେତ୍‌ ଖୁଣ୍ଟୁଲିପାଲି ଗଁାକେ ପଲେଇ ଆସିଥିଲେ। ଗଁାର ଝନ୍‌କର ଟ୍ରାକ୍ଟର ଚଲେଇ ନିଜର ପେଟ୍‌ ପାଲୁଥିଲେ। ୨୦୦୪ ସାଲେ ସେ କେହେନ୍‌ସି କାମ୍‌ରେ ଗୋଡ଼ଭଗା ଗଲାବେଲେ ଗୁଟେ ସଡ଼କ ଦୁରଘଟନାର ଶିକାର ହେଇଥିଲେ। ସେଠାନୁ ବୁର୍ଲା ଡାକ୍‌ତରଖାନାରେ ଅନେକ ଦିନ ଧରି ଚିକିଛିତ ହେଇଥିଲେ ବି ସବୁଦିନର ଲାଗି ଦୁଇ ଆଏଁଖ୍‌ ହରେଇଥିଲେ। ସେ ଦିନ୍‌ଠାନୁ ସୁରୁବାବୁ ଗୁଟେ ଦିବ୍ୟାଙ୍ଗ ଜୀବନ୍‌ ବିତଉଛନ୍‌। ଆସର ପାସର ଗଁା ବୁଲି ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌। ଇ ହିସାବେ ସେ ବୁଲି ବୁଲି ଦିନେ ସଂକିର୍ଡା ଗଁାରେ ପୁହୁଁଚିଥିଲେ। ଅନେକ ବଛର ହେଲା ସେ ଇଠାନେ ରହିଆସୁଛନ୍‌। ଥାନୀଅ ପଁଚେତ୍‌ରୁ ମାସିକ ୫ଶହ ଟଁକା ଭତା ଆର ୧୦ କେ.ଜି. ଚାଉଲ ପାଉଛନ୍‌। ଚାଉଲ ଆର ଭତା ପଏସା କଁା କରସ ବଲି ପଚ୍‌ରାଲାରୁ ଅସବିଧା ସମିଆରେ ମୁଢ଼ି, ମିକ୍‌ଚର, ବିସ୍କୁଟ ଘିନି ଖାଏସିଁ ବଲି ସେ କହିଥିଲେ। ସେନ୍‌ତା ଗଁାରେ ଗୁଟେ ପରିବାର ମୋତେ ମୁଡ଼ ଗୁଁଜ୍‌ବାକେ ଜାଗା ଟିକେ ଆର ସୁବିଧା ଅସ୍‌ବିଧାରେ ଥିର ପାଏନ୍‌ ଟିକେ ଦେଉଛନ୍‌। ନାଇଁହେଲେ ମୁଇଁ କେଭ୍‌ଠାନୁ ଆରପାରେ ଥାଏତି ବଲି ସେ କହିଥିଲେ। ସେନ୍‌ତା ତାକର ମୂଲ ଗଁା ଆର ଘରର ଲୁକ୍‌କର ବାବ୍‌ଦେ ପଚ୍‌ରାଲାରୁ ଆମେ ୪ ଭାଇ। ଗଁାରେ ୧୦ ଏକର ଜମି ଥିଲା। ବଡ଼ ଆର ସାନ ଭାଇ ମରିଗଲେନ, ତିନ୍‌ ନମର ଭାଇ ଲାପତା ଅଛେ। ଏହେଦେ ଗଁାରେ ଆର ଜମିବାଡ଼ି କିଛି ନଁାଇଁନ, ଖାଲି ସାନଭାଏ ବହୁ ତାକର ଛୁଆପିଲାକୁ ଧରି ଗଁାରେ ରହୁଛନ୍‌। ମୁଇଁ ଇଠାନେ ମୋର ଭାଏଗ୍‌କେ ଆଦ୍‌ରି ମାଗିଯାଚି ଖାଉଛେଁ ବଲି ସୁରୁବାବୁ କହିଥିଲେ। ଜିଲା ଆର ଥାନୀଅ ପରଶାସନ ଇ ଅସାହା ଅଁଧ୍‌ ବୁରୁଧ୍‌କଁର ଉପରେ ଦୁରୁଷ୍‌ଟି ଦେଇ କେହେନ୍‌ସି ବୃଦ୍ଧାଶ୍ରମରେ ଥଇଥାନ କରବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ନଳି ଖାଇଲେ ଅରୁଣ-ସଞ୍ଜୟ: କହିଲେ ଭୋକ ଉପାସରେ…

ଭୁବନେଶ୍ୱର,୧୫।୧୨: ଅତୀତ କଥା ମନେ ପକାଇଲେ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା। ଅତୀତରେ କେମିତି ଲୋକଙ୍କ ପାଇଁ ଲଢ଼ୁଥିଲେ ତାହା...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଗମ୍ଭୀରଙ୍କ ଅଦ୍ଭୁତ ଷ୍ଟ୍ରାଟେଜି: ଶେଷ ଓଭରରେ କଲେ ଏମିତି ମିଳିଲା ତୁରନ୍ତ ସଫଳତା

ଧର୍ମଶାଳା,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏକ ଅଦ୍ଭୁତ ରଣନୀତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri