Posted inଫୁରସତ

ଲମ୍ବା ନାକ ଲାଗି ଭାଙ୍ଗିଗଲା ବାହାଘର

ବେଙ୍ଗାଲୁରୁ: ସାଧାରଣତଃ ଯୌତୁକ ପାଇଁ ବାହାଘର ଭାଙ୍ଗି ଯାଇଥାଏ ବୋଲି ଉଣା ଅଧିକେ ସମସ୍ତେ ଜାଣନ୍ତି। ମାତ୍ର ଜଣେ ଯୁବକଙ୍କ ଲମ୍ବା ନାକ ଯୋଗୁ ବାହାଘର ଭାଙ୍ଗିଯିବା କଥା ଆଶ୍ଚର୍ଯ୍ୟଜନକ। କିନ୍ତୁ ଏପରି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ଏଠାରେ ରହୁଥିବା ଜଣେ ଯୁବକ ମ୍ୟାଟ୍ରିମୋନିଆଲରେ ଜଣେ ଯୁବତୀଙ୍କ ସହ ପରିଚିତ ହୋଇ ବିବାହ ସ୍ଥିରୀକୃତ ହୋଇଥିଲା। ଏଥିପାଇଁ ଏନ୍‌ଗେଜ୍‌ମେଣ୍ଟ ବା ନିର୍ବନ୍ଧ ହୋଇସାରିଥିଲା। ଯୁବତୀ ଜଣକ ଯେତେବେଳେ ଜାଣିଲେ ବିବାହ କରିବାକୁ ଯାଉଥିବା ଯୁବକଙ୍କ ନାକ ଖୁବ୍‌ ବଡ଼। ସେତେବେଳେ ସେ ବାହାଘର ଭାଙ୍ଗି ଦେଇଥିଲେ। ଏହା ପରେ ଯୁବକ ଜଣକ ସଂପୃକ୍ତା ଯୁବତୀ ଏବଂ ତାଙ୍କ ପରିବାରବର୍ଗଙ୍କ ନାମରେ ଧୋକା ଦେବା ଅଭିଯୋଗରେ ଥାନାରେ ମାମଲା ଦାୟର କରିଛନ୍ତି।


ସୂଚନାଯୋଗ୍ୟ, ବେଙ୍ଗାଲୁରୁରେ ରହୁଥିବା ରମେଶଙ୍କର ମ୍ୟାଟ୍ରିମୋନିଆଲ ମାଧ୍ୟମରେ ରଶ୍ମି ନାମକ ଜଣେ ଯୁବତୀଙ୍କ ସହ କଥାବାର୍ତ୍ତା ହୋଇଥିଲା। ରମେଶ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର। ଯୁବତୀ ଜଣକ ଆମେରିକାରେ ଚାକିରି କରନ୍ତି। ଦୁଇ ପରିବାରର ସହମତିରେ ୯ ସେପ୍ଟେମ୍ବର ୨୦୧୯ରେ ନିର୍ବନ୍ଧ ହୋଇଥିଲା। ୩୦ ଜାନୁୟାରୀ ୨୦୨୦ରେ ବିବାହ ହୋଇଥାନ୍ତା। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା। ଯେତେବେଳେ ସେ ରଶ୍ମିଙ୍କ ସହ କଥା ହେଲେ ସେ ତାଙ୍କୁ ଥଟ୍ଟା ପରିହାସ କରି ପ୍ଲାଷ୍ଟିକ୍‌ ସର୍ଜରୀ ପାଇଁ ପରାମର୍ଶ ଦେଇ ସମ୍ପର୍କ ଭାଙ୍ଗି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

କ୍ୟାନସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୃଷ୍ଟିରୁ ବରଗଡ଼ କ୍ୟାନସର ହସପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ…

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri