ଲଣ୍ଡନ ହାଇକୋର୍ଟରେ ଆବେଦନ ଗୃହୀତ; ପ୍ରତ୍ୟର୍ପଣ ବିରୋଧରେ ଅପିଲ କରିପାରିବେ ମାଲ୍ୟା

ନୂଆଦିଲ୍ଲୀ,୩-୭: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ଆଶ୍ୱସ୍ତି ମିଳିଛି। ଭାରତ ପ୍ରତ୍ୟର୍ପଣକୁ ବିରୋଧ କରି ସେ ଅପିଲ କରିପାରିବେ ବୋଲି ହାଇକୋର୍ଟ ମଙ୍ଗଳବାର ଅନୁମତି ପ୍ରଦାନ କରିଛନ୍ତି। ଏନେଇ ମାଲ୍ୟାଙ୍କ ଆବେଦନକୁ ଅଦାଲତ ସ୍ବୀକାର କରିଛନ୍ତି। ଏହାର ଅର୍ଥ ଏଣିକି ହାଇକୋର୍ଟରେ ପ୍ରତ୍ୟର୍ପଣ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହେବ। ଏହା ମାଲ୍ୟାଙ୍କ ପାଇଁ ଏକ ବଡ଼ ବିଜୟ କହିଲେ ଅତ୍ୟୁକ୍ତି ହେବ ନାହିଁ।
ମଙ୍ଗଳବାର ଲଣ୍ଡନ ହାଇକୋର୍ଟ(ରୟାଲ କୋଟର୍‌ସ ଅଫ୍‌ ଜଷ୍ଟିସ୍‌)ରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ମୌଖିକ ଶୁଣାଣି କରାଯାଇଥିଲା। ଭାରତକୁ ପ୍ରତ୍ୟର୍ପଣ ଲାଗି ବ୍ରିଟେନ ଗୃହ ସଚିବ ସାଜିଦ ଜାଭିଦ ନିର୍ଦ୍ଦେଶ ଦେବା ପରେ ଏହାକୁ ମାଲ୍ୟା ଚାଲେଞ୍ଜ କରିଥିଲେ। କୋର୍ଟ ପକ୍ଷରୁ ଏଥିପାଇଁ ୪ ଘଣ୍ଟାର ସମୟ ଧାର୍ଯ୍ୟ ହୋଇଥିଲା। ଏହି ଶୁଣାଣି ବେଳେ ମାଲ୍ୟାଙ୍କ ଆବେଦନକୁ ବିଚାରପତି ଗ୍ରହଣ କରି ନ ଥିଲେ, ତାଙ୍କୁ ଖୁବଶୀଘ୍ର ଭାରତକୁ ପ୍ରତ୍ୟର୍ପଣ କରାଯାଇଥାନ୍ତା। କୋର୍ଟରେ ହାଜର ବେଳେ ମାଲ୍ୟା ଶୁଣାଣିକୁ ନେଇ ସକାରାମତ୍କ ଥିବା କହିଥିଲେ। ସେ କହିଥିଲେ ଯେ, ଭାରତ ସରକାରଙ୍କୁ ଏତିକି ଅନୁରୋଧ ଯେ, ସେ କୌଣସି ଦୟା ବା ଛାଡ଼ ମାଗୁନାହାନ୍ତି। ତାଙ୍କ ନିକଟରେ ଅର୍ଥ ଅଛି, ସରକାର ଶତପ୍ରତିଶତ ଅର୍ଥ ଫେରସ୍ତ ନିଅନ୍ତୁ। ସୂଚନାଯୋଗ୍ୟ ଯେ, ମାଲ୍ୟାଙ୍କ ପକ୍ଷରୁ ଭାରତ ପ୍ରତ୍ୟର୍ପଣକୁ ବିରୋଧ କରାଯାଇ ଫେବୃୟାରୀ ୧୪ରେ ହାଇକୋର୍ଟରେ ଲିଖିତ ଆବେଦନ କରାଯାଇଥିଲା। ଯାହାକୁ ଅଦାଲତ ଏପ୍ରିଲ ୫ରେ ଖାରଜ କରିଦେଇଥିଲେ। ଏହାପରେ ମାଲ୍ୟା ପୁନର୍ବାର ଏହି ମାମଲାର ମୌଖିକ ଶୁଣାଣି ଲାଗି ଆବେଦନ କରିଥିଲେ, ଯାହାକୁ ହାଇକୋର୍ଟ ଗ୍ରହଣ କରିଥିଲେ। ମାଲ୍ୟାଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇ କୁହାଯାଇଥିଲା ଯେ, ଅଭିଯୁକ୍ତଙ୍କ ଦସ୍ତାବେଜକୁ ନିମ୍ନ ଅଦାଲତ ଠିକ୍‌ ଭାବେ ଗ୍ରହଣ କରିନଥିଲେ। ସୂଚନାଥାଉ କି, କିଙ୍ଗଫିଶର ଏୟାରଲାଇନ୍ସର ପ୍ରତିଷ୍ଠାତାଙ୍କୁ ପ୍ରତ୍ୟର୍ପଣ ଲାଗି ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଦୀର୍ଘଦିନ ହେବ ପ୍ରୟାସ ଚାଲିଛି। ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ନେଇ ମାଲ୍ୟା ବ୍ରିଟେନ ଫେରାର ହୋଇଯାଇଥିଲେ। ଭାରତ ପକ୍ଷରୁ ଅଭିଯୋଗ କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା ଓ ପ୍ରତ୍ୟର୍ପଣ ମାମଲା ଦାଏର ହୋଇଥିଲା। ଲଣ୍ଡନସ୍ଥିତ ଓ୍ବେଷ୍ଟମିନିଷ୍ଟର ଅଦାଲତ ତାଙ୍କର ପ୍ରତ୍ୟର୍ପଣକୁ ଅନୁମୋଦନ କରିବା ସହ ବ୍ରିଟେନ ଗୃହ ସଚିବ ଜାଭିଦଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦସ୍ତାବେଜ ପଠାଇଥିଲେ। ଏହାକୁ ମାଲ୍ୟା ବିରୋଧ କରି ହାଇକୋର୍ଟ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri