ଲଙ୍କାଗଡରେ ମାଓବାଦୀ ପୋଷ୍ଟର: ପୋଲିସ ଇନ୍‌ଫର୍ମରଙ୍କୁ ଚେତାବନୀ

ବାଲିଗୁଡା,୧୭ା୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଲଙ୍କାଗଡ଼ ପଞ୍ଚାୟତର ବିଭିନ୍ନ ଗଁାରେ ମଙ୍ଗଳବାର ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। କେକେବିଏନ ମାଓବାଦୀ ସଙ୍ଗଠନ ପକ୍ଷରୁ ଏହି ପୋଷ୍ଟର ଲଗାାଯାଇଥିବା ଉଲ୍ଲେଖ ରହିଛି। ଏନେଇ ଅଞ୍ଚଳରେ ଏବେ କୋକୁଆ ଭୟ। ପୋଷ୍ଟର ମାଧ୍ୟମରେ ପୋଲିସ ଇନ୍‌ଫର୍ମରମାନଙ୍କୁ ଚେତାବନୀ ଦିଆଯାଇଛି। ୨୦୧୫ରୁ ଅନିଲ ମାଝୀ ଗଁାଗଁାରେ ସୋଲାର ପ୍ଲେଟ ବାଣ୍ଟିବା ନାମରେ ପୋଲିସ ସହ ସମ୍ପର୍କ ରଖି ମାଓବାଦୀଙ୍କ ଗତିବିଧି ବିଷୟରେ ସୂଚନା ଦେଇ ଆସୁଥିଲେ। ଅନିଲ ଧନେଶ୍ୱର ଓ ଅଜିତ୍‌କୁ ଏହି କାମରେ ସାମିଲ କରିଥିଲେ। ଏହି ୩ ଜଣଙ୍କୁ ଗାଇଡ କରିବାପାଇଁ ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚାୟତ ବରଙ୍ଗିଲି ଗ୍ରାମର ଜୟଚନ୍ଦ୍ର ପାତ୍ର, ବସନ୍ତ ପାତ୍ର ଓ ହେମନ୍ତ ପାତ୍ର ଦାୟିତ୍ୱ ନେଇଥିଲେ। ଅନିଲ, ଧନେଶ୍ୱର ଓ ଅଜିତ ବିଭିନ୍ନ କାମ ବାହାନାରେ ଜଙ୍ଗଲରେ ବୁଲି ଖବର ସଂଗ୍ରହ କରୁଥିଲେ। ୨୦୦୮ ଜୁଲାଇ ୮ରେ ଖବରପାଇ ଆମ ବିଷୟରେ ଅନିଲ ଓ ଧନେଶ୍ୱର ତୁମୁଡିବନ୍ଧ ପୋଲିସକୁ ଦେଇଥିଲେ। ପୋଲିସ ଗୁମୁଡୁମାହା ରାସ୍ତାରେ ଆମ୍ବୁସ ଲଗାଇ ଜଗିଥିଲା। ହେଲେ ବାଲିଗୁଡାରୁ ଏନ୍‌ଆର୍‌ଇଜିଏସ ଟଙ୍କା ଉଠାଇ ଫେରୁଥିବା ୫ଜଣ ନିରିହ ଲୋକଙ୍କୁ ମାଓବାଦୀ ଭାବି ହତ୍ୟା କରାଯାଇଥିଲା। ଘଟଣା ଜାଣିବାପରେ ଆମେ ଧନେଶ୍ବରକୁ ପଚାରିବାରୁ ସେ ସବୁ ବିଷୟ କହିଥିଲା। ଏହାପରେ ଜାନୁଆରୀ ୨୮ରେ ଅନିଲକୁ ଘରୁ ଉଠାଇଆଣି ପଚାରିବାରୁ ସେ ସବୁ ମାନିଥିଲା। ପରେ ପିଏଲଜିଏ ଅନିଲକୁ ମୃତ୍ୟୁଦଣ୍ଡ ଦେଇଥିଲା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ମାଓବାଦୀ ସଙ୍ଗଠନ ବିରୁଦ୍ଧରେ ଯାଆନ୍ତୁ ନାହିଁ, ଅନିଲ ମାଝୀ ନେଟୱର୍କରେ ଥିବା ସମସ୍ତେ ଆମ ପାଖରେ ଆତ୍ମସମର୍ପଣ କଲେ ଛାଡି ଦିଆଯିବ ନଚେତ୍‌ କଠୋର ଦଣ୍ଡମିଳିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଶେଷରେ ବିପ୍ଲବୀ ଅଭିନନ୍ଦନ ସହ ରାହୁଲ ଏରିଆ କମିଟି, ସିପିଆଇ ମାଓବାଦୀ, କେକେବିଏନ ଡିଭିଜନ ପୋଷ୍ଟରରେ ଲେଖାଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri