ଲକ୍‌ଡାଉନ୍‌ରେ ବି ଗୁରୁଦାୟିତ୍ୱ ଭୁଲିନାହାନ୍ତି ପିକକ୍‌ମ୍ୟାନ୍‌

ତ୍ରିନାଥ ମହାନ୍ତି
ଭୁବନେଶ୍ୱର,୨୯ା୪(ବ୍ୟୁରୋ): କରୋନା ମହାମାରୀ ପାଇଁ ସାରା ଦେଶରେ ମାସେରୁ ଊର୍ଦ୍ଧ୍ୱ ହେଲାଣି ଲକ୍‌ଡାଉନ୍‌ ଜାରି ରହିଛି। ରୋଜଗାର ହରାଇ ଲୋକେ ଘରେ ରହିଛନ୍ତି। ଲୋକେ ପେଟ ଚିନ୍ତାରେ ଦିନରାତି ଘାରି ହେଉଥିବାବେଳେ ପଶୁପକ୍ଷୀଙ୍କ କଥା ଭାବିବାକୁ କାହାର ସମୟ ନାହିଁ। ଏପରି ସଂକଟଜନକ ସମୟରେ ନିଜ ଗୁରୁଦାୟିତ୍ୱ ଭୁଲି ନାହାନ୍ତି ପିକକ୍‌ ମ୍ୟାନ୍‌ ଭାବେ ପରିଚିତ କଟକ ନରାଜର କାହ୍ନୁଚରଣ ବେହେରା। ଅର୍ଥାଭାବ ସହ ନାନା ଅସୁବିଧାରେ ଥିଲେ ମଧ୍ୟ ଅନ୍ୟଦିନ ଭଳି ଏବେବି ନରାଜ ଫାୟାରିଂ ରେଞ୍ଜ ନିକଟରେ ଶତାଧିକ ମୟୂରଙ୍କୁ ଖାଇବାକୁ ଦେଇ ଚାଲିଛନ୍ତି। କେବଳ ମୟୂର ନୁହେଁ କପୋତ, ଗୁଣ୍ଡୁରୀ, ନେଉଳ ଆଦି ଅନେକ ଜୀବଜନ୍ତୁ ତାଙ୍କ ହାତରୁ ଖାଦ୍ୟ ଖାଇବାକୁ ଧାଇଁ ଆସୁଛନ୍ତି। ଲକ୍‌ଡାଉନରେ କାହ୍ନୁଙ୍କ ଏପରି କାର୍ଯ୍ୟକୁ ନେଇ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ଫୋନ୍‌ରେ ମୟୂରଙ୍କ ଖାଇବା କଥା ପଚାରି ବୁଝିବା ସହ ତାଙ୍କୁ ଉତ୍ସାହିତ କରୁଛନ୍ତି।
ଏ ସମ୍ପର୍କରେ କାହ୍ନୁ କୁହନ୍ତି, ମୟୂରମାନଙ୍କୁ ସକାଳ ୮ଟା ଏବଂ ଅପରାହ୍ନ ୩ଟା ଦୁଇଥର ଧାନ, ଗହମ, ମୁଗ, ଖୁଦ ଆଦି ଖାଇବାକୁ ଦେଉଛନ୍ତି। ଏଥିପାଇଁ ଦିନକୁ ୫ଶହରୁ ୭ଶହ ଟଙ୍କା ଖର୍ଚ୍ଚ ହେଉଛି। ଖରା ଓ ଶୀତ ଦିନରେ ମୟୂରମାନଙ୍କୁ ଦେଖିବାକୁ ଆସୁଥିବା ଲୋକଙ୍କ ମଧ୍ୟରୁ କେହି କେହି ଅର୍ଥ ସହଯୋଗ କରନ୍ତି। ତାହାକୁ ସେ ବର୍ଷା ଦିନ ପାଇଁ ସାଇତି ରଖିଥାନ୍ତି। ଏଥର ଖରାଦିନରେ ଲକ୍‌ଡାଉନ୍‌ ପାଇଁ କେହି ଲୋକେ ଆସି ନାହାନ୍ତି। ତଥାପି କାହ୍ନୁ ଜୀବନ ଥିବା ପର୍ଯ୍ୟନ୍ତ ମୟୂରଙ୍କୁ ଏପରି ଖାଇବାକୁ ଦେଉଥିବି ବୋଲି କହିଛନ୍ତି।
ଜେଜେ ଦେଇଥିବା କଥାକୁ ପାଳନ କରୁଛି: କାହ୍ନୁ
୧୯୯୯ ମହାବାତ୍ୟାରେ ନିକଟ ଜଙ୍ଗଲ ଧ୍ୱଂସବିଧ୍ୱସ୍ତ ହୋଇଯାଇଥିଲା। ବହୁ ପଶୁପକ୍ଷୀ ମରିଯାଇଥିଲେ। ବଞ୍ଚତ୍ୟାଇଥିବା ୩ ମୟୂରକୁ ଅସୁସ୍ଥ ଅବସ୍ଥାରେ ଦେଖି କାହ୍ନୁଙ୍କ ଜେଜେ ବାପା ପାଣୁ ବେହେରା ଖାଇବାକୁ ଦେଇ ସୁସ୍ଥ କରିଥିଲେ। ଏପରିକି ସେମାନଙ୍କୁ ସେହିସ୍ଥାନରେ ପ୍ରତିଦିନ ଖାଦ୍ୟ ଦେଇ ଚାଲିଥିଲେ। କ୍ରମଶଃ ମୟୂରଙ୍କ ସଂଖ୍ୟା ବଢିଥିଲା। ଇତିମଧ୍ୟରେ ପାଣୁ ଅସୁସ୍ଥ ହୋଇପଡିବାରୁ ସେ ମୟୂରଙ୍କୁ ଖାଦ୍ୟ ଦେବା ଓ ଦେଖାଶୁଣା କରିବାର ଗୁରୁଦାୟିତ୍ୱ ସମ୍ଭାଳବାକୁ ନାତି କାହ୍ନୁଙ୍କୁ ବାଛିଥିଲେ। କିନ୍ତୁ ପାଠ ପଢ଼ୁଥିବାରୁ କାହ୍ନୁ ପ୍ରଥମେ ମନା କରିଦେଇଥିଲେ। ଜେଜେ ବାଧ୍ୟ କରିବାରୁ ଥରେ ଦେଖିବାକୁ ଯାଇ ମୟୂରଙ୍କ ପ୍ରେମରେ ପଡିଯାଇଥିଲେ କାହ୍ନୁ। ୨୦୧୭ ମେ ୨୬ରେ ଜେଜେଙ୍କ ମୃତ୍ୟୁ ପରେ କାହ୍ନୁ ୬୭ଟି ମୟୂରଙ୍କୁ ଦୈନିକ ଖାଦ୍ୟ ଦେବା ଆରମ୍ଭ କରିଥିଲେ। ସେତେବେଳେ ଏଥିପାଇଁ ସେ କଲେଜ ବହି ବିକ୍ରି କରିଦେଇଥିଲେ। ଏବେ ମୟୂରଙ୍କ ସଂଖ୍ୟା ୧୩୦ ଟପିଥିଲେ ମଧ୍ୟ କାହ୍ନୁ ସେମାନଙ୍କ ଯତ୍ନ ନେବାକୁ ହେଳା କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri