ଲକ୍‌ଡାଉନ୍‌ର ମାସକ ପରେ ଏପରି ସ୍ଥିତି

ନୂଆଦିଲ୍ଲୀ,୨୫।୪: ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରେ ଭାରତରେ ଜାରି କରାଯାଇଥିଲା ଲକ୍‌ଡାଉନ୍‌। ସେତେବେଳେ ଦେଶରେ ମାତ୍ର ୫୦୦ ସଂକ୍ରମିତ ଥିବାବେଳେ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ୧୦ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଥିଲା। ବିଶ୍ୱର ସର୍ବବୃହତ୍‌ ଓ ସବୁଠୁ ବଡ଼ କଟକଣାକୁ ଶୁକ୍ରବାର ମାସେ ପୂରିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୨୩,୫୦୨ରେ ପହଞ୍ଚତ୍ ୭୨୨ ଜଣଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣ ମାମଲାରେ ଏହି ବୃଦ୍ଧି ହାର ପାଶ୍ଚାତ୍ୟ ଦେଶଗୁଡ଼ିକ ତୁଳନାରେ ମନ୍ଥର। ତେବେ ଆଗକୁ ଲକ୍‌ଡାଉନ୍‌ ହଟାଗଲେ ଓ ଆନ୍ତଃ ରାଜ୍ୟ ଶ୍ରମିକ ଯାତାୟାତକୁ ଅନୁମତି ମିଳିଲେ ଦେଶବ୍ୟାପୀ ସଂକ୍ରମଣ ଓ ମୃତ୍ୟୁ ହାର କେଉଁ ସ୍ଥିତିରେ ପହଞ୍ଚତ୍ବ ତା’ର ଏକ ଚିତ୍ର ଅଙ୍କାଯାଇପାରେ।
କରୋନା ଭୂତାଣୁ ସଂକ୍ରମଣ ହାର ବିଭିନ୍ନ ରାଜ୍ୟରେ ସେଗୁଡ଼ିକର ସୂଚକକୁ ନେଇ ଭିନ୍ନ ଭିନ୍ନ ସ୍ତରରେ ରହିଛି। ସେହିପରି ଜନସଂଖ୍ୟା ଅନୁପାତରେ ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟ ପରୀକ୍ଷାରେ ମଧ୍ୟ ଅନେକ ତାରତମ୍ୟ ରହିଛି। ମଧ୍ୟପ୍ରଦେଶ ଓ ତାମିଲନାଡୁ କଥା ବିଚାର କଲେ ଏହି ଦୁଇ ରାଜ୍ୟର ଜନସଂଖ୍ୟା ପ୍ରାୟ ସମାନ। ଦୁଇ ରାଜ୍ୟରେ କରେନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଊଣାଅଧିକେ ସମାନ। ହେଲେ ଗତ ୨୨ ତାରିଖ ସୁଦ୍ଧା ପ୍ରତି ୧୦ ଲକ୍ଷରେ ମଧ୍ୟପ୍ରଦେଶରେ ୩୫୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବାବେଳେ ତାମିଲନାଡ଼ୁରେ ଏହି ସଂଖ୍ୟା ୭୦୦ରୁ ଊର୍ଦ୍ଧ୍ୱ। ଅର୍ଥାତ୍‌ ମଧ୍ୟପ୍ରଦେଶରେ ତାମିଲନାଡ଼ୁ ତୁଳନାରେ ଦୁଇଗୁଣ ଲୋକଙ୍କ ପଜିଟିଭ୍‌ ବାହାରିଛି।
ଭାରତରେ କୋଭିଡ୍‌-୧୯ ମୁକାବିଲା ପାଇଁ ଅଗ୍ରଣୀ ଭୂମିକା ନେଇଥିବା ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇଏମ୍‌ସିଆର୍‌) ଅଧୀନ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏପିଡେମୋଲୋଜିରେ ବୈଜ୍ଞାନିକ ତରୁଣ ଭଟ୍ଟନାଗର କାର୍ଯ୍ୟରତ। ତରୁଣଙ୍କ ମତରେ ଉଚ୍ଚ ଟେଷ୍ଟିଂ ହାର ଏକ ରାଜ୍ୟର କଣ୍ଟାକ୍ଟ-ଟ୍ରେସିଂ ପ୍ରୋଗ୍ରାମର କାର୍ଯ୍ୟକାରିତାକୁ ସୂଚାଉଛି। ଲାବ୍‌ଗୁଡ଼ିକ କାର୍ଯ୍ୟ କରୁଛି ଓ ସର୍ଭିଲାନ୍ସ ପ୍ରୋଗ୍ରାମ୍‌ ମଧ୍ୟ ଠିକ୍‌ ଭାବେ ଚାଲୁଛି ବୋଲି ଏଥିରୁ ଜଣାପଡ଼େ। ସେହିପରି ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଜାତୀୟ ହାରଠାରୁ ବହୁ ଗୁଣ ଅଧିକ। ଏହି ଦୁଇ ରାଜ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଯାଞ୍ଚ ଅଧିକ କରାଯାଉଥିଲେ ମଧ୍ୟ ସଂକ୍ରମଣ କମୁନାହିଁ। ଅନ୍ୟପକ୍ଷରେ କେରଳରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। କରେନା ପଜିଟିଭ୍‌ମାନଙ୍କୁ ସଙ୍ଗରୋଧ କରାଯାଇ କଣ୍ଟେନମେଣ୍ଟ ପଦକ୍ଷେପ ନିଆଯାଇଥିବାରୁ ଦକ୍ଷିଣ ଭାରତର ଏହି ରାଜ୍ୟରେ ସୁଫଳ ମିଳିଥିବା ତରୁଣ କହିଛନ୍ତି। ତେବେ କେରଳଠାରୁ ଦିଲ୍ଲୀ ଓ ମହାରାଷ୍ଟ୍ର ମଧ୍ୟରେ ଫରକ କ’ଣ? ଭେଲୋରସ୍ଥିତ ଖ୍ରିଷ୍ଟିୟାନ ମେଡିକାଲ କଲେଜ ପ୍ରାଧ୍ୟାପକ ତଥା ଭାରତର ବିଶିଷ୍ଟ ଭାଇରୋଲୋଜିଷ୍ଟ ଟି. ଜାକୋବ୍‌ ଜନ୍‌ଙ୍କ ଯୁକ୍ତିକୁ ତରୁଣ ସମର୍ଥନ କରି କହିଛନ୍ତି, ଏକ ରାଜ୍ୟରେ ଜନସ୍ବାସ୍ଥ୍ୟ ସେବା କେତେ ପ୍ରଭାବଶାଳୀ ଢଙ୍ଗରେ ପ୍ରଦାନ କରାଯାଉଛି ତାହା ବଡ଼ କଥା। କେରଳରେ ଟେଷ୍ଟିଂ ଆଗୁଆ କରାଯାଇଥିବାବେଳେ ମହାରାଷ୍ଟ୍ର ଓ ଦିଲ୍ଲୀ ଏହି କ୍ଷେତ୍ରରେ ପଛରେ ପଡ଼ିଯାଇଥିଲେ। ପର୍ଯ୍ୟବେକ୍ଷକଙ୍କ ମତରେ ଗୁଜରାଟ ମଧ୍ୟ ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟ ପରୀକ୍ଷା କ୍ଷେତ୍ରରେ ଆଗରେ ରହିଛି। ଏହାର ଟେଷ୍ଟିଂ ରେଟ୍‌ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ତୁଳନାରେ ଉଚ୍ଚତର। ଏହାସତ୍ତ୍ୱେ ଗୁଜରାଟରେ ମାମଲାର ଡବ୍ଲିଙ୍ଗ୍‌ ରେଟ୍‌ ଅଧିକ ରହିଛି। ବିହାର, ଛତିଶଗଡ଼ ଓ ଓଡ଼ିଶା ଭଳି ରାଜ୍ୟରେ ଟେଷ୍ଟିଂ ମଧ୍ୟମ ଧରଣର ହୋଇଥିଲେ ବି କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବିଶେଷ ଅଧିକ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri