ଲକ୍‌ଡାଉନ୍‌: ୯୦ ଦେଶର ୪୫୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ; ଆଇନ ନ ମାନିଲେ ଜରିମାନା-ଜେଲ୍‌ଦଣ୍ଡ-ଗୁଳି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ/ୱାଶିଂଟନ,୫।୪: ପୃଥିବୀର ୨୦୫ଟି ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥ୍‌ିତି ଅସମ୍ଭାଳ ହେବାରେ ଲାଗିଛି । ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ୍ ଦେଶର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହାଯୋଗୁ ୯୦ ଦେଶର ୪୫୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ ହୋଇ ରହିଛନ୍ତି । ଲୋକେ ଲକ୍‌ଡାଉନ୍‌ର ଉଲ୍ଲଘଂନ କରି ଘରୁ ବାହାରିଲେ କେତେକ ଦେଶରେ ଜରିମାନା ମଧ୍ୟ ଲାଗୁ ହୋଇ ଥିବାବେଳେ ଅନ୍ୟ କେତେକ ଦେଶରେ ଜେଲ୍‌ଦଣ୍ଡ ଏବଂ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇଟାଲିରେ ଘରୁ ବାହାରୁଥିବା ଲୋକଙ୍କ ଉପରେ ଅଢ଼େଇଲକ୍ଷରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡାଦେଶ ଲାଗୁ ହୋଇଛି । ଏଠାରେ ଇତିମଧ୍ୟରେ ୪୦ ହଜାରରୁ ଅଧିକ ଲୋକଙ୍କ ଉପରେ ଜରିମାନା କରାଯାଇଛି । ରୁଷିଆରେ କ୍ୱାରାଣ୍ଟାଇନ୍ ନିୟମ ଭାଙ୍ଗିଲେ ୭ ବର୍ଷ ଜେଲ୍ ଏବଂ କରୋନା ସଂକ୍ରମଣ ହୋଇଥିବା ଲୁଚାଇଲେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଆଇନ ପ୍ରଚଳନ କରାଯାଇଛି । ଫିଲିପାଇନ୍ସ୍‌ରେ ଲକ୍‌ଡାଉନ୍ ଉଲ୍ଲଂଘନ କରାଗଲେ ଗୁଳି ମାରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଅଷ୍ଟ୍ରିଆରେ ଘରୁ ବାହାରିଲେ ମାସ୍କ୍ ପିନ୍ଧିବାକୁ ଆଇନ ଜାରି ହୋଇଛି । ସୌଦିରେ ଘରୁ ବାହାରିଲେ ୧ କୋଟି ଟଙ୍କାର ଜରିମାନା ଏବଂ ସଂକ୍ରମଣ ସମ୍ପର୍କରେ ଲୁଚାଇଲେ ୯୩ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି । ପାନାମାରେ ମହିଳାମାନେ ସପ୍ତାହର ସୋମ, ବୁଧ ଏବଂ ଶୁକ୍ରବାର ବାହାରକୁ ବାହାରି ପାରିବେ । ସେହିପରି ପୁରୁଷମାନେ ରବି, ମଙ୍ଗଳ, ଗୁରୁ ଏବଂ ଶନିବାର କେବଳ ୨ ଘଣ୍ଟା ପାଇଁ ବାହାରକୁ ବାହାରି ପାରିବେ ବୋଲି ଆଇନ ଜାରି ହୋଇଛି । କଲମ୍ବିଆରେ ଆଇଡି ନମ୍ବର ଆଧାରରେ ଲୋକେ ସପ୍ତାହର ନିର୍ଦ୍ଦିଷ୍ଟ ବାରରେ ଘରୁ ବାହାରି ପାରିବେ ବୋଲି ଆଇନ ପ୍ରଚଳନ କରାଯାଇଛି । ୦,୪,୭ ଆଇଡି ନମ୍ବର ଥିବା ବ୍ୟକ୍ତି ସୋମବାର ବାହାରକୁ ବାହାରି ପାରିବେ । ସେହିଭଳି ଅନ୍ୟ ଆଇଡି ଥିବା ବ୍ୟକ୍ତି ଭିନ୍ନ ଭିନ୍ନ ବାରରେ ବାହାରକୁ ଆସିପାରିବେ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ତରଳୁଛି ହିମବାହ, ବିଶ୍ୱକୁ ବିପଦ

ଲଣ୍ଡନ୍‌/ ନୂଆଦିଲ୍ଲୀ,୧୬ା୨(ଏଜେନ୍ସି): ସାରା ବିଶ୍ୱରେ ପ୍ରାୟ ୩,୧୦୦ ହିମବାହ ଦ୍ରୁତଗତିରେ ତରଳୁଛି, ଯାହାକି ଅତ୍ୟନ୍ତ ବିରଳ ଘଟଣା। ବିଶ୍ୱରେ ଥିବା ମୋଟ ହିମବାହର ଏହା ମାତ୍ର ୧%…

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri