ଲକ୍‌ଡାଉନ୍‌ ହଟିବାକୁ ଲାଗିପାରେ ସମୟ

ନୂଆଦିଲ୍ଲୀ,୭ା୪: ସାରା ଦେଶରେ କରୋନା ଭୂତାଣୁ କାୟା ମେଲିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଭୂତାଣୁ ଦ୍ୱାରା ସୋମବାର ରାତି ୧୧ଟା ସୁଦ୍ଧା ୪୨୮୧ ଜଣ ସଂକ୍ରମିତ ହୋଇଥିବାବେଳେ ୧୧୧ଜଣଙ୍କ ମୃତ୍ୟୁ ଘଟିଛି। କିନ୍ତୁ ବେସରକାରୀ ସୂତ୍ରରୁ ତଥା https://www.covid19india.org ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା ୪୭୭୩ ଏବଂ ମୃତ୍ୟୁସଂଖ୍ୟା ୧୩୫ ରହିଛି। ସୋମବାର ଗୋଟିଏ ଦିନରେ ୪୮୪ଜଣ ଏହି ଘାତକ ଭୂତାଣୁରେ ଆକ୍ରାନ୍ତ ହୋଇଥିବାବେଳେ ୧୪ଜଣ ଆଖିବୁଜିଛନ୍ତି। ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଭାରତ ଅଦ୍ୟାବଧି କରୋନା ସଂକ୍ରମଣର ଷ୍ଟେଜ୍‌-୨ରେ ଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ମାର୍ଚ୍ଚ ୨୫ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି ୨୧ ଦିନିଆ ଲକ୍‌ଡାଉନ୍‌ ବା ତାଲାବନ୍ଦ। ରାସ୍ତାଘାଟ, ଦୋକାନବଜାର, ଶିଳ୍ପ, କାରଖାନା ସବୁ ବନ୍ଦ। ସବୁଠି କେବଳ ଶୂନଶାନ୍‌। ଲୋକେ ନିଜକୁ ଘରେ ବନ୍ଦ କରି ରଖିଛନ୍ତି। ଏହାର ଗୁରୁତର ପ୍ରଭାବ ରୋଜଗାର ଓ ଅର୍ଥନୀତି ଉପରେ ପଡ଼ିଛି। ଏହି ଲକ୍‌ଡାଉନ୍‌ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଛି। ହେଲେ ଏହି ଅବଧି ଆହୁରି ଆଗକୁ ବଢ଼ିପାରେ। ଲକ୍‌ଡାଉନ୍‌ ହଟିବା ପାଇଁ ଲୋକଙ୍କୁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ସୋମବାର କ୍ୟାବିନେଟ୍‌ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଲକ୍‌ଡାଉନ୍‌ ଶେଷ ହେବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ରମନ୍ତ୍ରୀ ଜାଭେଡ଼କର କହିଛନ୍ତି ଯେ, ଆମେ ପ୍ରତି ମିନିଟ୍‌ରେ ବିଶ୍ୱର ସ୍ଥିତି ଉପରେ ନଜର ରଖୁଛୁ। ଦେଶର ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିିଆଯିବ ଏବଂ ତାହା ଠିକ୍‌ ସମୟରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି।
ଅନେକେ ଭାବୁଛନ୍ତି ଯେ, ସରକାର ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ ବାଧ୍ୟ ହୋଇପାରନ୍ତି। କିନ୍ତୁ ଆର୍ଥିକ ସ୍ଥିତି ଓ ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ଅସୁବିଧା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ତେଣୁ କୁହାଯାଉଛି ଯେ, କୃଷି କାର୍ଯ୍ୟକଳାପକୁ କଟକଣାରୁ ମୁକ୍ତ କରାଯାଇପାରେ, ବିମାନ ସେବା ଆଂଶିକ ଭାବେ ଆରମ୍ଭ ହୋଇପାରେ ଏବଂ କୋଭିଡ୍‌-୧୯ ହସ୍ପିଟାଲ ଅଞ୍ଚଳରେ ଲକ୍‌ଡାଉନ୍‌କୁ ସୀମିତ ରଖାଯାଇପାରେ। ଏହାସହିତ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ଉପରେ ନିଷ୍ପତ୍ତି ଛାଡ଼ିପାରନ୍ତି।
ସୂଚନାଥାଉ କି ଏପ୍ରିଲ ୧୪ରେ ହିଁ ଲକ୍‌ଡାଉନ୍‌ ଶେଷ ହେବା ଜରୁରୀ ନୁହେଁ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ ଭାବେ କହିସାରିଛନ୍ତି। ଉତ୍ତରପ୍ରଦେଶରେ ୩୦୫ ଜଣ ସଂକ୍ରମିତ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନିଶ ଅଓ୍ବସ୍ତି ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ବିଶେଷକରି ଅଧିକ ମାମଲା ହେଉଛି ତବଲିଘି ଜମାତ ସମ୍ପର୍କିତ। ତେଣୁ ୧୪ ତାରିଖ ପରେ ଲକ୍‌ଡାଉନ୍‌ ଶେଷ ହେବ ବୋଲି କହିବା ଅସମ୍ଭବ। ଆଗାମୀ ଦିନଗୁଡ଼ିକରେ ଲୋକଙ୍କ ସମର୍ଥନ ନିହାତି ଜରୁରୀ। ସେମାନଙ୍କୁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ରାଜ୍ୟ ସମ୍ପୂର୍ଣ୍ଣ ଭାବେ କରୋନା ସଂକ୍ରମଣମୁକ୍ତ ବୋଲି ସୁନିଶ୍ଚିତ ହେବା ପରେ ହିଁ ଲକ୍‌ଡାଉନ୍‌ ଖୋଲାଯିବ ବୋଲି ଅଓ୍ବସ୍ତି କହିଛନ୍ତି। ଯଦି ଜଣେ ବି ବ୍ୟକ୍ତି କରୋନା ସଂକ୍ରମିତ ଥିବେ ତେବେ ସ୍ଥିତି ଚିନ୍ତାଜନକ। ଏହି କାରଣରୁ ଲକ୍‌ଡାଉନ୍‌ ଖୋଲିବା ସମ୍ଭାବନା କମ୍‌ ବୋଲି ସେ କହିଛନ୍ତି।
ସେହିପରି ଓଡ଼ିଶା କଥା ଦେଖିଲେ, ଲକ୍‌ଡାଉନ୍‌ ଆସନ୍ତା ୧୪ ତାରିଖ ପରେ ଖୋଲିବ କି ନାହିଁ ତାହା ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏ କିଛି କୁହାଯାଇନାହିଁ। ବିଶେଷକରି ଗତ ଶୁକ୍ରବାରଠାରୁ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। ସଂକ୍ରମିତଙ୍କ ସଂଖ୍ୟା ହଠାତ୍‌ ବଢ଼ି ୪୦ ଛୁଇଁଛି। ରାଜଧାନୀ ଭୁବନେଶ୍ୱରରେ ସବୁଠୁ ଅଧିକ ସଂକ୍ରମିତ ରହିଥିବାବେଳେ ଭଦ୍ରକରେ ୩ ଏବଂ କଟକ, ପୁରୀ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ାରେ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାରା ରାଜ୍ୟରେ ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉଛି। ଆଗାମୀ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଲକ୍‌ଡାଉନ୍‌ ନିର୍ଦ୍ଧାରିତ ସମୟରେ ଶେଷ ହେବ ବୋଲି କହିହେଉନାହିଁ।
ଓଡ଼ିଶାଠାରୁ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ତେଲଙ୍ଗାନା, କେରଳ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ନାଟକ, ଗୁଜରାଟ, ହରିୟାଣା, ଜମ୍ମୁ-କଶ୍ମୀର, ପଶ୍ଚିମବଙ୍ଗ ଓ ପଞ୍ଜାବରେ କରୋନା ସଂକ୍ରମଣ ସ୍ଥିତି ଅଧିକ ଜଟିଳ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri