ଲକ୍‌ଡାଉନ୍‌ ପରେ କାର୍ଯ୍ୟରେ ଯୋଗଦେବାକୁ ଚାହାନ୍ତି ୯୩% କର୍ମଚାରୀ: ୫୯% ସ୍ବାସ୍ଥ୍ୟ ସଚେତନକୁ ଦେଉଛନ୍ତି ଗୁରୁତ୍ୱ

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଆଶଙ୍କା ଯୋଗୁ ଗତ ମାର୍ଚ୍ଚ ୨୫ରୁ ସାରାଦେଶରେ ଲକ୍‌ଡାଉନ ଜାରି ରହିଛି। ଏହା ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍‌ଡାଉନ ଯୋଗୁ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ପ୍ରାୟ ସବୁ ଅନୁଷ୍ଠାନ ବନ୍ଦ ରହିଛି। କର୍ମକ୍ଷେତ୍ର ଏକପ୍ରକାର ଠପ୍‌ ହୋଇଯାଇଛି। ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଲୋକମାନେ ଘରେ ହାତବାନ୍ଧି ବସିଛନ୍ତି। ଏବେ ୩ୟ ପର୍ଯ୍ୟାୟ ଲକ୍‌ଡାଉନ ଚାଲିଥିବାରୁ କେନ୍ଦ୍ର ସରକାର ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଅନେକ କ୍ଷେତ୍ରରେ କଟକଣାକୁ କୋହଳ କରିଛନ୍ତି। ଲୋକଙ୍କ ଆର୍ଥିକ ସ୍ଥିତି କିପରି ସୁଧିୁରିପାରିବ ସେଥିପାଇଁ କଟକଣା ମଧ୍ୟରେ ବିଭିନ୍ନ କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ଲୋକମାନେ କର୍ମକ୍ଷେତ୍ରକୁ ଫେରିବାକୁ ଲାଗିଲେଣି। ତେବେ ୯୩% କର୍ମଚାରୀ ଲକ୍‌ଡାଉନ ଅବଧି ଶେଷ ହେବାପରେ ନିଜର କର୍ମକ୍ଷେତ୍ରରେ ଯୋଗ ଦେବାକୁ ଚାହୁଁଥିବା ଏକ ସର୍ଭେରୁ ଜଣାପଡ଼ିଛି। ଏପରିକି ସେମାନଙ୍କ ମଧ୍ୟରୁ ୮୩% ସେମାନଙ୍କ କର୍ମକ୍ଷେତ୍ରରେ ଉପଯୁକ୍ତ ସାନିଟାଇଜ ସହ ସାମାଜିକ ଦୂରତ୍ୱ ମଧ୍ୟରେ କାମ କରିବାକୁ ଚାହୁଁଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି। ଏକ ସ୍ବାସ୍ଥ୍ୟ ସମ୍ବନ୍ଧିତ ଉତ୍ପାଦନ ଏଫ୍‌ଓ୍ବାଇଆଇ ପ୍ରତିଷ୍ଠାନର ମାଇଣ୍ଡ ମ୍ୟାପ୍‌ ଆଡଭାନ୍ସ ରିସର୍ଚ୍ଚ ପକ୍ଷରୁ ଦିଲ୍ଲୀ, ମୁମ୍ବାଇ ଏବଂ ବାଙ୍ଗାଲୋରର କ୍ଷୁଦ୍ର, ମଧ୍ୟମ ଏବଂ ବୃହତ୍‌ ଉଦ୍ୟୋଗରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ୮୫% ପୁରୁଷ ଓ ୧୫% ମହିଳା କର୍ମଚାରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ୫୯% କର୍ମଚାରୀ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅଧିକ ଯତ୍ନବାନ ଥିବା ସର୍ଭେରେ ଜଣାପଡ଼ିଛି। ୨୫% କର୍ମଚାରୀ ସେମାନଙ୍କ ଆର୍ଥିକ ଅବସ୍ଥାକୁ ନେଇ ଚିନ୍ତିତ ଥିବାବେଳେ ୧୬% ଏହି ମହାମାରୀ ବିପଦ କେବେ ଟଳିବ ସେନେଇ ବ୍ୟତିବ୍ୟସ୍ତ ହୋଇପଡ଼ୁଥିବା ଜଣାପଡ଼ିଛି। ସେହିପରି ୮୫% କର୍ମଚାରୀ ଚାହୁଁଛନ୍ତି ଯେ, ସେମାନଙ୍କ ନିଯୁକ୍ତିଦାତା କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷିତ ନିର୍ଦ୍ଦେଶନାମା ସହ ପରାମର୍ଶ ପ୍ରଦାନ କରିବା ଆବଶ୍ୟକ। ବିଶେଷକରି ନୂଆଦିଲ୍ଲୀରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା କର୍ମଚାରୀମାନେ ଅଧିକ ସ୍ବାସ୍ଥ୍ୟ ସଚେତନ ରହିବାସହ ଏହାକୁ କିପରି ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରାଯାଇପାରିବ ସେନେଇ ଗୁରୁତ୍ୱ ଦେଇଛନ୍ତି। ସର୍ଭେ ରିପୋର୍ଟ ଅନୁସାରେ ୯୯% କର୍ମଚାରୀଙ୍କ ମତରେ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ମାଲିକମାନେ ସାମାଜିକ ଦାୟିତ୍ୱବୋଧ ଭଳି କର୍ପୋରେଟ ହେଲ୍‌ଥ ରେସ୍ପନ୍‌ସିବିଲିଟି(ସିଏଚ୍‌ଆର୍‌) ବା ସ୍ବାସ୍ଥ୍ୟ ଉତ୍ତରଦାୟିତ୍ୱକୁ ବାଧ୍ୟତାମୂଳକ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ଫଳରେ କର୍ମଚାରୀମାନେ କର୍ମକ୍ଷେତ୍ରରେ ନିଜକୁ ସୁରକ୍ଷିତ ମନେ କରିବା ସହ ଅଧିକରୁ ଅଧିକ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବାରେ ସହାୟକ ହୋଇପାରିବେ। ବିଶେଷକରି ଖୁସି ସହ ସୁରକ୍ଷିତ ଅବସ୍ଥାରେ କର୍ମଚାରୀମାନେ କାମ କଲେ ଅଧିକ ଭଲ ଫଳ ମିଳିଥାଏ ବୋଲି ସର୍ଭେ କରୁଥିବା ଏଫ୍‌ଓ୍ବାଇଆଇ ସଂସ୍ଥାର ସହପ୍ରତିଷ୍ଠାତା ୟାସିର ଗୋଏଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri