ଲକ୍‌ଡାଉନ ୩.୦: ମଦ କିଣିବା ପାଇଁ ଲାଇନ୍‌ ଲଗାଇଲେ ହେଲମେଟ୍‌, ବୋତଲ

ନୂଆଦିଲ୍ଲୀ,୮।୫: କରୋନା ମହାମାରୀ ସହ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ ୩.୦ ଜାରି ରହିଛି। ତୃତୀୟ ପର୍ଯ୍ୟାୟର ଏହି ଲକ୍‌ଡାଉନରେ ସରକାର କେତେକ କଟକଣାକୁ କୋହଳ କରିଛନ୍ତି। ସେଥିମଧ୍ୟରୁ ମଦ ଦୋକାନ ଖୋଲିବା ଅନ୍ୟତମ। ଏହି କଟକଣା କୋହଳ ପରେ ପ୍ରଥମ ଦିନରେ ମଦ ଦୋକାନ ସମ୍ମୁଖରେ ଅସଂଖ୍ୟ ଲୋକଙ୍କ ଭିଡ଼ ଜମିଥିଲା। ଆଉ ଏହି ସମୟରେ ଲୋକମାନେ ସାମାଜିକ ଦୂରତ୍ୱକୁ ଏକପ୍ରକାର ମଜାକ ବନେଇ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ ସାମାଜିକ ଦୂରତ୍ୱକୁ ରକ୍ଷା କରିବା ପାଇଁ ଦିଲ୍ଲୀରେ ଏକ ନିଆରା ଦୃଶ୍ୟ ନଜର ଆସିଛି।

ମଦ କିଣିବା ପାଇଁ ଲୋକମାନେ ନିଜେ ଛିଡା ନ ହୋଇ ଦୋକାନ ସମ୍ମୁଖରେ ଟଣାଯାଇଥିବା ବୃତ୍ତ ଭିତରେ ସେମାନଙ୍କ ସାମଗ୍ରୀକୁ ରଖୁଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଲୋକମାନେ ମଦ ଦୋକାନ ସମ୍ମୁଖରେ ହେଲମେଟ୍‌, ବୋତଲ, ଜୋତା ଓ ଅନ୍ୟ ସାମଗ୍ରୀକୁ ଲାଇନ୍‌ରେ ଲଗାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଅପରପକ୍ଷେ ମଦ ବିକ୍ରି ପାଇଁ ଦିଲ୍ଲୀ ସରକାର ଏବେ ଇ-ଟୋକନର ବ୍ୟବସ୍ଥା କରିଥିବା ଜଣାପଡ଼ିଛି।

ମଦ ଦୋକାନରେ ଲାଗୁଥିବା ଭିଡ଼ ଏବଂ ସୁରକ୍ଷା ଦୃଷ୍ଟିରୁ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି। ଯାହାଦ୍ୱାରା ଦୋକାନରେ ନିୟମ ଅନୁସାରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇପାରିବ। ଏଥିପାଇଁ ସରକାର ଏକ ଓ୍ବେବ ଲିଙ୍କ୍‌ ଜାରି କରିଛନ୍ତି। ଏହି ଲିଙ୍କ୍‌କୁ କ୍ଲିକ୍‌ କରି ଲୋକମାନେ ନିଜର ସମସ୍ତ ତଥ୍ୟ ଦେଇ ମଦ କିଣିବାର ସମୟ ଧାର୍ଯ୍ୟ କରିବେ। ଏହାପରେ ସେମାନଙ୍କୁ ମୋବାଇଲ୍‌ରେ ଏକ ଇ-କୁପନ ପଠାଇଦିଆଯିବା ନେଇ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

ପିଆଜ ଦର ବୃଦ୍ଧି ଉପରେ ସରକାରଙ୍କ ବଡ଼ ଆକ୍ସନ, ଏବେ ଏଇଠୁ ଆସିଲା ପରେ ମିଳିବ ଶସ୍ତା ପିଆଜ

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବୃଦ୍ଧିରେ ପୁଣି ଥରେ ଚେପା ହେଲେଣି ସାଧାରଣ ପରିବାରର। ଦେଶର ଅନେକ ସ୍ଥାନରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ବୃଦ୍ଧିକୁ…

ଏଆଇ ସାହାଯ୍ୟରେ ପ୍ଲାଣ୍ଟ ଇମ୍ୟୁନିଟି ସିଷ୍ଟମ୍‌ ପ୍ରସ୍ତୁତ କଲେ ଚାଇନା ଗବେଷକ

ବେଜିଂ, ୨୪ା୮: ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ…

ବେଆଇନ ଗଛକଟା, ଲଘୁ ଖଣିଜ ସମ୍ପଦ ଲୁଟ୍‌, ମାସକ ମଧ୍ୟରେ ରିପୋର୍ଟ ଲୋଡ଼ିଲେ ଏନ୍‌ଜିଟି

ଭୁବନେଶ୍ୱର,୨୪।୮(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିଜ ସମ୍ପଦ ମନଇଚ୍ଛା ଖୋଳା ଚାଲିଛି। ସରକାରୀ ନୀତି ଗୋଟିଏ କଥା କହୁଥିବାବେଳେ ଲିଜ୍‌ଧାରୀମାନେ ସେସବୁକୁ ଭ୍ରୂକ୍ଷେପ ନ କରି ଯେଉଁଠି…

ସାଉଦି-ପାକ୍‌-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ବାଂଲାଦେଶ ଆଗ୍ରହୀ

ନୂଆଦିଲ୍ଲୀ,୨୪ା୮: ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ନିକଟରେ ପ୍ରତିରକ୍ଷା ମେଣ୍ଟ ହୋଇଥିବାବେଳେ ସେଥିରେ ସାମିଲ ହେବା ଲାଗି ବାଂଲାଦେଶ ଆଗ୍ରହୀ ଥିବା ଏହାର ୨…

ସରକାରୀ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୩ ନବଜାତ ଶିଶୁ

ଅମରାବତୀ,୨୪।୮: ସୋମବାର (୨୪ ଅଗଷ୍ଟ) ଭୋର ପ୍ରାୟ ୩ଟା ୩୦ ସମୟରେ ମହାରାଷ୍ଟ୍ରର ଅମରାବତୀ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅମରାବତୀର ସରକାରୀ ମହିଳା…

୧୦ ଦିନ ପରେ ବି ପ୍ରୋରୋଗ ହୋଇନି ପାର୍ଲାମେଣ୍ଟ

ନୂଆଦିଲ୍ଲୀ,୨୪ା୮: ପାର୍ଲାମେଣ୍ଟର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ଇତିମଧ୍ୟରେ ୧୦ ଦିନ ବିତିଥିଲେ ମଧ୍ୟ ଏହାକୁ ଆନୁଷ୍ଠାନିକ ଭାବେ ବନ୍ଦ କରାଯାଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri