ଲକ୍‌ ଡାଉନ୍‌ର ସାଥୀ ପାଲଟିଛି ରେଡିଓ

କେନ୍ଦୁଝର୧୧ା୪(ସ୍ବ.ପ୍ର): ଲକ୍‌ ଡାଉନ୍‌ ପାଇଁ ଗାଁ ଠାରୁ ଆରମ୍ଭ କରି ସହର ସବୁ ବନ୍ଦ। ଗ୍ରାମାଂଚଳରେ କାଁ ଭାଁ କେତେକ ଗ୍ରୋସରୀ ଦୋକାନ ଛାଡି ଦେଲେ ସବୁ ବନ୍ଦ ରହିଛି। ଏଭଳି ସମୟରେ ଦୋକାନ ଓ ରାସ୍ତାଘାଟ ଖାଁ ଖାଁ ଲାଗୁଛି। ଦୋକନୀ ଗ୍ରାହକ ଅପେକ୍ଷାରେ ରହିଥିବା ବେଳେ କଥାବାର୍ତ୍ତା କରିବା ପାଇଁ କେହି ନାହାଁନ୍ତି। ଏଭଳି ପରିସ୍ଥିତିରେ ଅନେକଙ୍କ ପାଇଁ ସାଥୀ ପାଲଟିଛି ରେଡିଓ।

ସଦର ବ୍ଲକ କେମ୍ପସଢା ଗ୍ରାମରେ ରହିଛି କ୍ଷେତ୍ରବାସୀ ମହାନ୍ତଙ୍କ ଛୋଟ ଗ୍ରୋସରୀ ଦୋକାନ। ଦୋକାନ ରେ ବାଜୁଛି ରେଡିଓ। ସେ ଦୀର୍ଘ ୪୦ ବର୍ଷ ହେଲା ରେଡିଓ ଶୁଣିଆସୁଥିବା କୁହନ୍ତି। ଏବେ କରୋନା ସମ୍ପର୍କିତ ଖବର ଶୁଣୁଛନ୍ତି ା ଲକ ଡାଉନ ସମୟରେ ସରକାର କଣ ପଦକ୍ଷେପ ନେବାକୁ ଜାରି କରିଛନ୍ତି ସେ ବିଷୟରେ ଅବଗତ ହେବା ସହ କରୋନା ଭୂତାଣୁ କଣ, କିପରି ସଂକ୍ରମିତ ହୋଇଥାଏ, କେଉଁ କେଉଁ ଦେଶ ଆକ୍ରାନ୍ତ, ଏହାକୁ ରୋକିବା ପାଇଁ କଣ ପଦକ୍ଷେପ ନେବା ଉଚିତ ଆଦି ଶୁଣୁଥିବା କହିଛନ୍ତି। ବର୍ତ୍ତମାସ ଟିଭି, ମୋବାଇଲ ଯୁଗ ହୋଇଥିଲେ ହେଁ ତାଙ୍କ ପାଇଁ ରେଡିଓ ସବୁକିଛ। ବିଶେଷ କରି ଦେଶବିଦେଶ ର ଖବର, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଚାଷବାସ ଆଦି ଶୁଣନ୍ତି। ସେହିପରି ଅ୍ଯଯ ସମୟରେ ଦୋକାନକୁ ଆସୁଥିବା ଲୋକ ମାନେ ମଧ୍ୟ ରେଡିଓ ଶୁଣିଥାନ୍ତି। ଏବେ ମଧ୍ୟ ଗ୍ରାମାଞ୍ଚଳରେ ବହୁ ଗରୀବ ଲୋକଙ୍କ ଘରେ ଟିଭି, ରେଡିଓ , ମୋବାଇଲ ନାହିଁ । ଏଣୁ ସେମାନଙ୍କ ପାଇଁ ରେଡିଓ ମନୋରଂଜନର ପ୍ରମୁଖ ମାଧ୍ୟମ ହୋଇଥାଏ।

ଆଜିକାଲି ପିଲା ମାନଙ୍କ ପାଇଁ ମୋବାଇଲ ମନୋରଂଜନର ସାଧନ ହୋଇଥିବା ବେଳେ ତାଙ୍କ ଭଳି ବରିଷ୍ଠ ନାଗରିକ ମାନଙ୍କ ପାଇଁ ରେଡିଓ ଏବେ ମଧ୍ୟ ଗୁରୁତ୍ୱ ବହନ କରୁଛି। ଯେତେବେଳେ ଟିଭି, ମୋବାଇଲ ନ ଥିଲା । କିମ୍ବା ଖବରକାଗଜ ପହଁଚିପାରୁନଥିଲା ସେ ସମୟରୁ ରେଡିଓ ସାଥୀ ହୋଇ ରହିଛି। ମନୋରଂଜନ ସହିତ ଚାଷ ସମୟରେ ଚାଷବାସ, ପାଣିପାଗ, ଦେଶବିଦେଶର ଖବର, ସଂଗୀତ ଆଦି ହାତ ପାଆନ୍ତାରେ ଶୁଣିବାକୁ ମିଳୁଛି। ଏଣୁ ଛାଡିପାରୁନାହୁଁ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ ନିନୋର ପ୍ରଭାବରେ କମ୍‌ ବର୍ଷା! ଚିନ୍ତାରେ ପଡିଲେ ଚାଷୀ, ସମସ୍ୟାର ସମାଧାନ ପାଇଁ…

ଛତ୍ରପୁର, ୧୨।୬ (ଦିଲୀପ ସାମଲ): ଗଞ୍ଜାମ ଜିଲାର ଚାଷୀମାନଙ୍କ ମୁଖ୍ୟ ସମସ୍ୟାର ସମାଧାନ ନିମନ୍ତେ ଋଷିକୁଲ୍ୟା ରୟତ ମହାସଭାର ଆହ୍‌ବାନକ୍ରମେ ଏକ ସଭା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ…

ପୁଣି ବଢ଼ିଲା ସୁନା ଦର:୨୨ କ୍ୟାରେଟ ସୁନା ଦର ଏବେ…

ଭୁବନେଶ୍ୱର,୧୨।୬: ଲଗାତାର ୨ ଦିନ ହ୍ରାସ ପାଇବା ପରେ ପୁଣି ବଢ଼ିଛି ସୁନା ଦର। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨ ହଜାର…

ଓଡ଼ିଶା ପାଇଁ ଗୌରବ ଆଣିଲେ ସୁଦର୍ଶନ ପଟ୍ଟନାୟକ: ପ୍ରଥମ ଭାରତୀୟ ଭାବେ ଜିତିଲେ…

ଭୁବନେଶ୍ୱର,୧୨।୬: ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇତିହାସ ରଚିଛନ୍ତି। ସେ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ ବିଜେତା ହୋଇଛନ୍ତି। ପ୍ରଥମ ଭାରତୀୟ ବାଲୁକା…

ଏନଏସ୍‌ଏସ୍‌ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହେଲେ ଅଭିଶେଖ, ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୧୨।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନଏସଏସ ଛାତ୍ର ଅଭିଶେଖ ମହାପାତ୍ର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ…

ପୁଣି ମହାପ୍ରଭଙ୍କୁ ଅସମ୍ମାନ, ଶାଢ଼ିରେ ଜଗନ୍ନାଥଙ୍କ ଚିତ୍ର ଦେଖି ତେଜିଲା ଅସନ୍ତୋଷ

ଭୁବନେଶ୍ୱର,୧୨ା୬: ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଛି। ଶାଢ଼ିରେ ମହାପ୍ରଭୁଙ୍କ ଚିତ୍ର ଥିବା ସୋସିଆଲ ମିଡିଆରେ ବିଜ୍ଞାପନ ଭାଇରାଲ ହେଉଛି। ଶାଢ଼ି କାନିରେ ତିନି ରଥ ଓ…

ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ

ଗୁଣପୁର,୧୨।୬(ସଂକେତ ପାତ୍ର): ରାୟଗଡା ଜିଲା ଗୁଣପୁରର ପୂର୍ବତନ ବିଧାୟକଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଅମଡିଙ୍ଗ୍ ଗ୍ରାମର ରାମମୂର୍ତ୍ତି ଗମାଙ୍ଗଙ୍କ ଭୁବନେଶ୍ୱରରେ ଦେହାନ୍ତ ହୋଇଯାଇଛି । ସେ କିଛି…

ଡଙ୍ଗରଗଡ଼ ଜଳପ୍ରପାତକୁ ଇକୋ-ଟୁରିଜମ ପାଇଁ ଦାବି: ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ…

ଭବାନୀପାଟଣା,୧୨।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକର ଡଙ୍ଗରଗଡ଼ ଜଳପ୍ରପାତକୁ ଇକୋ-ଟୁରିଜମ (ପରିବେଶ ପର୍ଯ୍ୟଟନ) ପାଇଁ ଦାବି ହୋଇଛି। ଏନେଇ ଶୁକ୍ରବାର ଭବାନୀପାଟଣାରେ ଜଙ୍ଗଲ ଓ…

ଜେଲ୍ ୱାର୍ଡରଙ୍କ ଦବଙ୍ଗଗିରି! ବିଚ୍ ରାସ୍ତାରେ ଯୁବକଙ୍କୁ ଚାପୁଡ଼ା, ଭିଡିଓ ଭାଇରାଲ

ବ୍ରହ୍ମପୁର,୧୨।୬(ସୁବାସ ଚନ୍ଦ୍ର ପାଢ଼ୀ) : ବ୍ରହ୍ମପୁର ମଣ୍ଡଳ କାରାଗାର ମୁଖ୍ୟ ଫାଟକ ସମ୍ମୁଖରେ ଜେଲ ଓ୍ବାର୍ଡର ଜଣେ ଯୁବକଙ୍କୁ ମାଡ ମାରୁଥିବା ଭିଡିଓ ଭାଇରାଲ ହେଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri