ଲକ୍ଷ୍ମୀ ନୃସିଂହ ଯାତ୍ରା ଉଦଯାପିତ

ହିଞ୍ଜିଳିକାଟୁ,୧୯।୫(ଡି.ଏନ୍‌.ଏ.)- ଚଳିତବର୍ଷ ହିଞ୍ଜିଳିକାଟୁ ଶ୍ରୀ ଲକ୍ଷ୍ମୀ ନୃସିଂହ ଯାତ୍ରା ରବିବାର ଉଦ୍‌ଯାପିତ ହୋଇଛି। ଶେଷ ୨ଦିନ ଯାତ୍ରାରେ ବିଭିନ୍ନ ମେଢ଼, ପଟୁଆର ଓ ଆତସବାଜି ପ୍ରଦର୍ଶନ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା। ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ବହୁ ମାନସିକଧାରୀ ବିଭିନ୍ନ ବେଶ ଧାରଣ କରି ସହର ପରିକ୍ରମା କରିଥିଲେ। ବାଘ, ଡ଼ାହାଣୀ, ରାମ, କୃଷ୍ଣ, ହନୁମାନ, ବାବାଜୀ ଇତ୍ୟାଦି ବେଶ ସହ ବିଭିନ୍ନ ସାହିର ଯୁବ ଗୋଷ୍ଠୀ ଆଧୁନିକ ଗଣବେଶରେ ଡ଼ିଜେ ଓ ସଙ୍ଗୀତର ତାଳେ ତାଳେ ସହର ପରିକ୍ରମା କରିଥିଲେ। ସୋମବାର ରଙ୍ଗଣୀ ବାଡ଼ ପକ୍ଷରୁ ଯାତ୍ରା ପରିଚାଳନା କରାଯାଇଥିଲା। ରବିବାର ଉଦ୍‌ଯାପନୀ ସନ୍ଧ୍ୟାରେ ବିଭିନ୍ନ ସାହିରେ ମେଢ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ବହୁ ଦର୍ଶକଙ୍କ ଗହଳି ହୋଇଥିଲା। ପୋଲିସ ସୁରକ୍ଷା ବାହିନୀ ସହ ବିଭିନ୍ନ ସାହିର ସ୍ବେଚ୍ଛାସେବୀ ଦର୍ଶକଙ୍କ ସୁବିଧା ପାଇଁ ନିୟୋଜିତ ଥିଲେ। ରାଜାସାହି ଇନ୍ଦ୍ରଜିତ, ଦେଓସାହି ବୀର ଅର୍ଜୁନ, ବଡ଼ ରଙ୍ଗଣୀ ସାହିର ଶ୍ରୀରାମ, ଲକ୍ଷ୍ମଣ, ଜଗନ୍ନାଥ , ଶ୍ରୀକୃଷ୍ଣଙ୍କ ରାସଲୀଲା ଥାନା ସାହିର ରାଜା ହରିଶ୍ଚନ୍ଦ୍ର ପର୍ଶୁରାମ ଏବଂ କେଉଟ ସାହିରେ ବିଷ୍ଣୁଙ୍କ ଅନନ୍ତ ଶୟନ, ଗରୁଡ଼ ବିଷ୍ଣୁ ମେଢ଼ ଦର୍ଶକଙ୍କ ମନ ମୋହିଥିଲା। ରାତିରେ ସ୍ବତନ୍ତ୍ର ବିମାନରେ ପଟୁଆର ସଂକୀର୍ତ୍ତନରେ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ବିଗ୍ରହକୁ ସହର ପରିକ୍ରମା କରାଯାଇଥିଲା। ପରେ ରାଜବାଟୀ ସମ୍ମୁଖ ବାଣ ପଡିଆରେ ବିଭିନ୍ନ କିସମର ଆତସବାଜି ପ୍ରଦର୍ଶନ ହୋଇଥିଲା। ଏହାକୁ ଦେଖିବାକୁ ବହୁ ଲୋକଙ୍କ ଗହଳି ଲାଗି ରହିଥିଲା। ବିଭିନ୍ନ ସାହିରେ ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଯାତ୍ରା ଦର୍ଶକଙ୍କୁ ସରବତ, ପଲଉ, ଦହିବରା, ଆଇସ୍‌କ୍ରିମ, ଶୁଖିଲା ଭୋଗ ବଣ୍ଟନ କରାଯାଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଓ ସ୍ବେଚ୍ଛାସେବୀଙ୍କ ପକ୍ଷରୁ ପରିଚାଳନାରେ ସହଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri