ଲକଡାଉନ୍‌ ବେଳେ ମଦ ଦୋକାନ ସିଲ୍‌ ଭଙ୍ଗାଗଲା

ଯୋଡ଼ା,୧୫।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହରର ବାଂଶପାଣି ରୋଡ୍‌ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରେ ସିଲ୍‌ ଭଙ୍ଗାଯାଇଛି। ଅବକାରୀ ବିଭାଗର ଜଣେ ଅଧିକାରୀ ଏକୁଟିଆ ଆସି ଏହି ଦୋକାନରେ ପୂର୍ବରୁ ଥିବା ସିଲକୁ ଭାଙ୍ଗି ପୁଣି ସିଲ୍‌ କରୁଥିବା ଦେଖିବାକୁ ମିଳିଥିଲା। ଏନେଇ ଅବକାରୀ ଅଧିକାରୀ ନିରାକାର ଦେହୁରୀଙ୍କୁ ପଚାରିବାରୁ ପୂର୍ବରୁ କରାଯାଇଥିବା ସିଲ୍‌କୁ କେହି ଭାଙ୍ଗି ଦେଇଥିବାରୁ ସେ ପୁଣି ସିଲ କରିବାକୁ ଆସିଥିବା କହିଥିଲେ। ତେବେ ଦୋକାନ ଭିତରେ ଦୋକାନୀ କ’ଣ କରୁଥିଲେ ଓ ଷ୍ଟକ ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,ସିଲ୍‌ ଭାଙ୍ଗିବା ପରେ ଏକ କାର୍‌ରେ ବହୁ ପରିମାଣର ବିଦେଶୀ ମଦ ଏଠାରୁ ଯୋଡ଼ା ସହର ଆଡ଼କୁ ଚାଲିଯାଇଥିଲା। ଅନ୍ୟପକ୍ଷେ ଲକଡାଉନ୍‌ ଫଳରେ ଚୋରା ମଦ ବ୍ୟବସାୟୀମାନେ ଚଢା ଦରରେ ମଦ ବିକ୍ରି କରୁଛନ୍ତି। ଏହାର ତଦନ୍ତ ଶୀଘ୍ର କରାଯିବ ବୋଲି ଯୋଡ଼ା ଥାନା ଅଧିକାରୀ ରାଇସେନ୍‌ ମୁର୍ମୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୭ା୧୨ (ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୭।୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri