ଲକଡାଉନ ବେଳେ ସଂରକ୍ଷିତ ଜଙ୍ଗଲରୁ ଗଛ ଚୋରି

ବଡ଼ବିଲ,୪।୪(ସ୍ଵ.ପ୍ର.)-
ଲକଡାଉନ ବେଳେ କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳର ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ଦୈନିକ ଶାଳ ଗଛ ଚୋରି ବଢ଼ିବାରେ ଲାଗିଛି। ଶନିବାର ପୂର୍ବାହ୍ନରେ ଶତାଧିକ ମହିଳା ଗଛ କାଟି ଚୋରି କରୁଥିବା ବେଳେ ପିଏଚଡି ଅଞ୍ଚଳର ଯୁବକ ମାନେ ସେମାନଙ୍କୁ ରୋକିବା ସହ ବନ ବିଭାଗକୁ ଖବର ଦେଇଥିଲେ।
ସୂଚନା ଅନୁଯାୟୀ, ଦେଶବ୍ୟାପି ଲକ ଡାଉନ ଡାଉନ ଘୋଷଣାର ଶନିବାର ଦଶମ ଦିନରେ ପହଞ୍ଚୀଛି। ଜନସାଧାରଣଙ୍କୁ ଘରୁ ବାହାରକୁ ବାହାରିବା ଓ ସୋସିଆଲ ଡିଷ୍ଟାନସ ମେଂଟେନ କରିବାକୁ ସରକାରଙ୍କ ପରାମର୍ଶ ରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ତେଜରାତି ଦୋକାନ, ଔଷଧ ଦୋକାନ, ପରିବା ଦୋକାନ, କ୍ଷୀର, ପାଉଁରୁଟି, ଫଳ ଦୋକାନ, ପେଟ୍ରୋଲ ପମ୍ପ, ବ୍ୟାଙ୍କ ଖୋଲା ରହିଛି। ତେବେ କରୋନାକୁ ପ୍ରତିହତ କରିବାକୁ ପ୍ରଶାସନ ଜୋରଦାର ଉଦ୍ୟମ ଜାରି ରଖିଥିଲାବେଳେ ଜଙ୍ଗଲରୁ ବର୍ଷେ ଦୁଇବର୍ଷର ଗଛ କାଟି ଚୋରୀ ହେଉଛି। ଏଥିରେ ମୁଖ୍ୟତଃ ମହିଳାମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ବଡ଼ବିଲ ବନାଞ୍ଚଳର ଉଳିବୁରୁ ସଂରକ୍ଷିତ ଜଂଗଲରୁ ଦୈନିକ ହଜାର ହଜାର ସଂଖ୍ୟାରେ ଗଛ କାଟି ନେଉଥିବା ବେଳେ ଶନିବାର ସକାଳେ ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗୀୟ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଗଛ ଗୁଡିକୁ ଫିଙ୍ଗିଦେଇ ପଳାୟନ କରିଥିଲେ। ଏନେଇ ପିଏଚଡି ଅଞ୍ଚଳର ଯୁବକ ଅଶୋକ ନାୟକ ଅଭିଯୋଗ କରିଛନ୍ତି ଯେ, ବନ ବିଭାଗ ଗଛ ଚୋରିକୁ ରୋକିବା ନେଇ ଆଦୌ ତତ୍ପର ହେଉନାହାନ୍ତି। ଦିନେହେଲେ ବନ କର୍ମଚାରୀଙ୍କ ଦେଖାମିଳେନାହିଁ। ତେବେ ବଡ଼ବିଲ ବନାଞ୍ଚଳ ଅଧିକାରୀ ମଧୁସୂଦନ ପାତ୍ର ଦୈନିକ ଗଛ ଚୋରି ହେଉଥିବା ଘଟଣା ସ୍ବୀକାର କରି କହିଛନ୍ତି ଯେ, ସ୍ଥାନୀୟ ଲୋକଙ୍କ ସହାୟତା ନେଇ ଏହି ଚୋରି ରୋକିବା ନିମନ୍ତେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri