ରୟତି ଜମି ଅଭାବ:ଆବାସ୍‌ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ମୀନକେତନ

ଅତାବିରା, ୧।୬ (ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ବ୍ଲକ କୁଲତାଟୁକୁରା ପଁଚେତ୍‌ ସଦର ଗଁ। ର ମୀନକେତନ ସିଂ(୪୫)। ସେ ଜନମ୍‌ବେଲେ ଠିକ୍‌ ଠାକ୍‌ ଥିଲେ ହେଲେ ପଛେ ରୋଗ୍‌ରେ ପଡ଼ି ଦୁଇଗୋଡ଼ ଅକାମି ହେଇଗଲା। ଗରିବ୍‌ ମା’ବାପ୍‌ ଅନେକ ଡାକ୍‌ତର ଦେଖେଇ ନିରାଶ ହେଲେ। ସେଦିନ୍‌ଠାନୁ ମୀନକେତନ ଭିନ୍ନକ୍ଷମ ଜୀବନ୍‌ ବିତେଇ ଆସୁଥିଲାବେଲେ ଅନେକ ପରକାର ସରକାରୀ ସୁବିଧାରୁ ବଁଚିତ୍‌ ରହିଛନ୍‌।
ସୂଚନା ଅନ୍‌ସାରେ କୁଲତାଟୁକୁରା ଗଁ। ର ସ୍ବର୍ଗତ ମୂରଲୀ ସିଂକଁର ପୁଓ ମୀନକେତନ ସିଂ। ସେ ଜନମ୍‌ବେଲେ ଠିକ୍‌ଠାକ୍‌ ଥିଲେ ହେଲେ ପଛେ ପୋଲିଓ ରୋଗ୍‌ରେ ଆକ୍‌ରଁାତ ହେଲେ। ଗରିବ୍‌ ମା’ବାପ୍‌ ଅନେକ ଜାଗାରେ ଚିକିସତ୍ା କରେଇ ନିରାଶ ହେଲେ। ଦିନୁଦିନ୍‌କେ ଦୁଇ ଗୋଡ଼୍‌ ସଁପୁର ହେଇଗଲା, ସେଦିନଠାନୁ ସେ ଭିନ୍ନକ୍ଷମ ଜୀବନ୍‌ ବିତେଇ ଆସୁଛନ୍‌। ମୀନକେତନର ବଏସ୍‌ ବଢ଼ବାର ସଂଗେ ମା’ବାପ୍‌ ତାକର ବିହାଚୁରା କରାଲେ। ବୁରୁଧ୍‌ ମା’ବାପ୍‌, ମାଏକିନା ଦେବକୀକେ ନେଇ ମୀନକେତନକଁର ପରିବାର ହଁସ ଖୁସିରେ ଚଲୁଥିଲା। ପଛେ ମୀନକେତନ ଆର ଦେବକୀର ଦୁଇଟା ପୁଓ ଝି’ ହେଲେ। ଇତାର କିଛି ଦିନ୍‌ ଉତାରୁ ବାପା ମୂରଲୀ ଆର ମାଏକିନା ଦେବକୀ ଆରପାରକେ ଚାଲିଗଲେ। ଏନ୍‌ତାଥି ପରିବାରର ସବୁ ବୋଝ୍‌ ଦିବ୍ୟାଙ୍ଗ ମୀନକେତନ ଉପରେ ପଡ଼ଲା। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଜମିବାଡ଼ି, ଘରଡ଼ିହ ବଲି କିଛି ନାଇଁ। ଉପେ ଶୂଇନ୍‌ ହେଇ ମୀନକେତନ ଟୁକୁରା ଛକ୍‌ରେ ଗୁଟେ ସାଇକେଲ ଦୁକାନେ ଦିନକ ୬୦ ଟଁକା ମଜୁରିରେ କାମ୍‌ କଲେ। ଇଥ୍‌ରେ ଘରର ଚୁଲି ଜଲବାର ସଂଗେ ସେ ପୁଓ ରାଜା ଆର ଝି’ ରାଜଶ୍ରୀକେ ପାଠ୍‌ ପଢ଼ଉଛନ୍‌। ଇଆଡ଼େ ବୁରୁଧ୍‌ ବିଧବା ମା’ ଚାନ୍ଦକଁର ବୋଝ୍‌। ମୀନକେତନ ସରକାରୀ ଯୋଜନାରେ ମାସିକ ୩ଶହ ଟଁକା ଭତା ଆର ରାଶନ କାର୍ଡରେ ୨୫କେ.ଜି. ଟଁକାକିଆ ଚାଉଲ ପାଉଛନ୍‌। ହେଲେ ଘର ନାଇଁଥିବାର ଲାଗି କୁଟୁମବସିଆ ପରହର ଘରେ ଆଶ୍‌ରେ ନେଇଛନ୍‌। ଇଆଡ଼େ ନିଜର ରୟତି ଜମି ନାଇଁଥିବାର ଲାଗି ସେ ଆବାସ ଯୋଜନାରୁ ବଁଚିତ ହେଇଛନ୍‌। ସରକାରକଁର ଯୋଜନା ଅନ୍‌ସାରେ ୪ ଡିସିମିଲ ଘର ଡ଼ିହ ସଂଗେ ଗୁଟେ ଆବାସ ଘର ଯୁଗେଇ ଦେବାକେ ମୀନକେତନ ଦାବି କରିଛନ୍‌। ଇ ବାବ୍‌ଦେ କୁଲତାଟୁକୁରା ସରପଁଚ୍‌ ଦେବକୀ ବାରିକକୁଁ ପଚରାଲାରୁ ମୀନକେତନକଁର ରୟତି ଜମି ନଁାଇଁନ, ସେଥିରଲାଗି ସେ ଆବାସ ଘର ପାଏବାରୁ ବଁଚିତ ହେଇଛନ୍‌ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦ ଆର ତହସିଲଦାର ହୃଦାନନ୍ଦ ଅଡ୍ଡିକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ଉଭଏ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ...

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍‌ ‘ଏ’ ମାନ୍ୟତା

ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍‌ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ...

ରୋଷେଇ ଛାଡି ଫୋନ୍‌ରେ ଅଧିକ କଥା ହେବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଜମନକିରା,୨୭ା୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ରୋଷେଇ ଛାଡ଼ି ମୋବାଇଲ ଫୋନ୍‌ରେ କଥା ହେଉଥିଲେ ସ୍ତ୍ରୀା ରୋଷେଇ କରିବାକୁ କହିବାରୁ ନ ଶୁଣି ଫୋନ୍‌ରେ ଗପିଚାଲିଥିଲେ। ଏଥିରେ ରାଗି...

ଟ୍ରକ୍‌ ପଛରେ ପିଟିହେଲା ଆମ୍ବୁଲାନ୍ସ: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍‌ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri