ରୋଟାରି ଯାଜପୁର ରୋଡ୍‌ର ଅଧିଷ୍ଠାନ ଉତ୍ସବ

ଯାଜପୁର ରୋଡ,୧୦ା୯(ନି.ପ୍ର.)- ରୋଟାରି କ୍ଲବ, ଯାଜପୁର ରୋଡ୍‌ର ପ୍ରଥମ ଅଧିଷ୍ଠାନ ଉତ୍ସବ ଏବଂ ଚାର୍ଟାଡ ସାର୍ଟିଫିକେଟ ପ୍ରଦାନ ଉତ୍ସବ ରବିବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରୋଟାରି ଡିଷ୍ଟ୍ରିକ୍‌ ୩୨୬୨ର ଗଭର୍ନର ରୋଟାରିୟାନ ଦେବାଶିଷ୍‌ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆସିଷ୍ଟାଣ୍ଟ ଗଭର୍ନର ମାଙ୍ଗିଲାଲ୍‌ ବଲଦେୱା, ଭଦ୍ରକ ମିଡ୍‌ ଟାଉନ ସଭାପତି ଅତିସ୍‌ ବେହେରା, ଡିଷ୍ଟିକ୍‌ ଟ୍ରେନର ଜୟଶ୍ରୀ ମହାନ୍ତି, ପ୍ରଭୁଦତ୍ତତ ସୁବୁଦ୍ଧି ସମ୍ମାନନୀୟ ଅତିଥିଭାବେ ଯୋଗଦେଇ ଜେମ୍ସ କ୍ୟାମ୍ପରେ ଥିବା ରୋଟାରି ଭବନକୁ ଉଦ୍‌ଘାଟନ କରିଥିଲେ ା ଏହି ଅବସରରେ ରୋଟାରି କ୍ଳବ ଯାଜପୁର ରୋଡର ନୂତନ ଚାର୍ଟାଡ ସଭାପତି ଅଭୟ ପତିଙ୍କ ସମେତ ସମସ୍ତ ରୋଟାରିୟାନଙ୍କୁ ନୂତନ ଓ ମେମ୍ବର ସାର୍ଟିଫକେଟ୍‌ ପ୍ରଦାନ କରାଯାଇଛି। ସମ୍ପାଦକ ପ୍ରବୀର ବିଶ୍ୱାଳ, ଉପସଭାପତି ଅଭିନେତ୍ରୀ ନୈନା ଦାସ୍‌, ଚିତ୍ତରଞ୍ଜନ ବୋଇତେଇ, ଯୁଗ୍ମ ସମ୍ପାଦକ ବିଜୟ ରାଜ, ଆଶୁତୋଷ ମିଶ୍ର ଓ କୋଷାଧ୍ୟକ୍ଷ ଅଜୟ ସାହୁ, ବୀରେଶ୍ୱର ପତି, ବୋର୍ଡ ଡାଇରେକ୍ଟର ଭାବେ ଅସ୍ମିତା ପତି, ଉଦୟନାଥ ଖଣ୍ଡାଇ, ଅଭିଳାଶ ବୋଇତେଇ, ରାକେଶ ରାଉତ, ରବୀନ୍ଦ୍ର ଦାସ, କଳ୍ପତରୁ ସାହୁ, ରବି ନାରାୟଣ କର, ଏସ୍‌କେ ନେହାଲୁଦ୍ଧିନଙ୍କୁ ସଦସ୍ୟଭାବେ ମନୋନୀତ କରାଯାଇଛି। ଅଭିନେତ୍ରୀ ନୈନା ଦାସ୍‌, ଅଧ୍ୟାପିକା ପ୍ରଜ୍ଞାପ୍ରବତିକା ଦାସ୍‌, ଯାଜପୁର ରୋଡ ଡାକ୍ତରଖାନାର ଅଧିକାରୀ ସନ୍ତୋଷ କୁମାର ପୃଷ୍ଟି, ଖବରଦାତା ଉଦୟନାଥ ଖଣ୍ଡାଇ, ଶରତ ପୋଥାଳ, ଯାଗପୁର ରୋଡ୍‌ ପ୍ରେସ୍‌ କ୍ଲବ ସଭାପତି ସୁଜିତ କୁମାର ମଲ୍ଲିକ ଏବଂ ପ୍ରକାଶ ରାଉତଙ୍କୁ ରୋଟାରିୟାନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉତ୍ସବକୁ ଅଭିଳାସ ବୋଇତେଇ, ବୀରେଶ୍ୱର ପତି ଏବଂ ଅଭୟ ସାହୁ ପରିଚାଳନା କରିଥିଲେ। ବିମଲ ମିଶ୍ର, ରଞ୍ଜନ ନାୟକ, ଶ୍ରୀକାନ୍ତ ପାତ୍ର, ସରୋଜ ସାହୁ, ଅଶୋକ ପତି, ଆଲୋକ ମହାନ୍ତି, ସଞ୍ଜୟ ସରକାର ପ୍ରମୁଖ ଯୋଗ ଦେଇଥିଲେ। ନୀଳାଞ୍ଚଳ ଇସ୍ପାତ ନିଗମ ଏଜିଏମ୍‌ ବିଜୟ ରାମ୍‌, ମାନସ ରଞ୍ଜନ ଆଏଚ, ଦୀପକ ଦାସଙ୍କୁ ନୂତନ ସଭ୍ୟଭାବେ ଚୟନ କରାଯାଇଛି। ରୋଟାରୀ କ୍ଲବ ପକ୍ଷରୁ ଆଗାମୀ ଦିନରେ ପିଇବା ପାଣି, ମେଡିସିନ, ରୋଟାରି ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ସଭାପତି ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri