ରୋଗ ଶଯ୍ୟାରେ ବାପା: ପଢ଼ା ଛାଡି ୨ ଶିଶୁ ଚଳାଉଛନ୍ତି ପରିବାର

ଖୋର୍ଦ୍ଧା ଅଫିସ,୨୧।୭: ରୋଜଗାରରେ ବାଧକ ସାଜିଲା ରୋଗ। କାମ ନ କରି ଫେରି ଆସିଲେ ଘରକୁ। ୬ମାସ ଧରି ରୋଗଶଯ୍ୟାରେ ପଡି ଅଭିଶପ୍ତ ଜୀବନଯାପନ କରୁଛନ୍ତି ଖୋର୍ଦ୍ଧା ଜିଲା ବାଣପୁର ବ୍ଳକ ଗୋଡିଝର ଗଁାର ପଦ୍ମ ଚରଣ ପ୍ରଧାନ(୩୫)। ରୋଗ ଯୋଗୁ ୩୫ ବର୍ଷର ଯୁବକ ବାର୍ଦ୍ଧକ୍ୟରେ ଉପନୀତ ହୋଇଛନ୍ତି। ଘରର ରୋଜଗାରକ୍ଷମ ବ୍ୟକ୍ତି ଶଯ୍ୟାଶାୟୀ ହୋଇଥିବାରୁ ଘରେ ଚୁଲି ଜଳୁନି। ପରିବାରର ସଦସ୍ୟମାନେ ୨ ଦିନ ଖାଇଲେ ଦିନେ ଉପବାସରେ ରହୁଛନ୍ତି। ଏଭଳିସ୍ଥଳେ ପଦ୍ମ ଚରଣଙ୍କ ଅଷ୍ଟମ ଓ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଦୁଇ ଶିଶୁ ପାଠପଢ଼ା ଛାଡି ରୋଜଗାର କରିବାକୁ ବାଧ୍ୟ ହେଲେ। ସେମାନଙ୍କର ରୋଜଗାରରେ ଯଦିଓ କଷ୍ଟେମଷ୍ଟେ ଖାଇବା ଚଳିଯାଉଛି, ତେବେ ବାପାଙ୍କ ଚିକିତ୍ସା ସମ୍ଭବ ହେଉନାହିଁ। ଗଣମାଧ୍ୟମରୁ ଖବରପାଇ ଖୋର୍ଦ୍ଧା ସିଡିଏମ୍‌ଓ ପଦ୍ମଚରଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ମଧ୍ୟ ପରିବାରର ଦୁଃଖ ହଟି ନାହିଁ।
ପଦ୍ମଙ୍କର ପରିବାର କହିଲେ ୨ ପୁଅ ଓ ସ୍ତ୍ରୀ। ଛୋଟ ସଂସାର ହୋଇଥିଲେ ମଧ୍ୟ ଚଳିବାକୁ ଅସୁବିଧା ହେବାରୁ ପଦ୍ମ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିଲେ। କିଛିଦିନ କାମ କରିବା ପରେ ଶାରୀରିକ ଅସୁସ୍ଥତା ବଢ଼ି ଚାଲିଲା। ପଦ୍ମ ଆଉ କାମ କରି ନ ପାରି ଘରକୁ ଫେରିଲେ। ନୟାଗଡ ଚାନ୍ଦପୁରର ଟିବି ହସ୍ପିଟାଲରେ ଚିକିତ୍ସିତ ହେଲେ। ହେଲେ ଚିକିତ୍ସାରେ ଉନ୍ନତି ନ ହେବାରୁ ଏମ୍‌ସକୁ ସ୍ଥାନାନ୍ତର ହେଲେ। ପରୀକ୍ଷଣ ପରେ ଜଣାଗଲା ଲିଭର କର୍କଟ। ରୋଗ ଶୁଣି ପରିବାର ସଦସ୍ୟମାନେ ଚିନ୍ତିତ ହୋଇ ପଡିଲେ। ତଥାପି ଧାର କରଜ, ଗଁାଲୋକଙ୍କ ସହାୟତାରେ ଚିକିତ୍ସା ଆରମ୍ଭ ହେଲା। ହେଲେ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଚିକିତ୍ସା ଅଧାବାଟରେ ରହିଗଲା। ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଚାଲିଛି। କେବଳ ରାଶନ କାର୍ଡକୁ ଛାଡି ଦେଲେ ପଦ୍ମ ଚରଣଙ୍କ ପାଖରେ ସରକାରଙ୍କ କୌଣସି ଯୋଜନା ପହଞ୍ଚତ୍ ନାହିଁ। ଏଭଳିସ୍ଥଳେ ପଦ୍ମଚରଣଙ୍କ ପରିବାରର ଦୁଇପୁଅ, ସ୍ତ୍ରୀ ଦୁଃଖଦ ଜୀବନଯାପନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri