ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଖାଦ୍ୟ

ଭିଟାମିନ୍‌ ‘ଇ’ : ଭିଟାମିନ୍‌-‘ଇ’ର ରହିଛି ଅତି ଫଳପ୍ରଦ ଆଣ୍ଟିଅକ୍ସିଡାଣ୍ଟ ବା ପ୍ରତିଜାରକ ପ୍ରଭାବ। ତେଣୁ ଏହା ଅତ୍ୟନ୍ତ କ୍ଷତିକାରୀ ମୁକ୍ତମୂଳକ ବା ପ୍ରିରେଡିକାଲଗୁଡ଼ିକ ଅକାମୀ କରିିଦିଏ। ଏହି ଭିଟାମିନ୍‌ଟି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଓ ଏହାର ଅଭାବରେ ରୋଗ ପ୍ରତିରୋଧକ ଶକ୍ତି ବ୍ୟାହତ ହୋଇପଡେ। ତେଣୁ ଭିଟାମିନ୍‌ ‘ଇ’ରେ ଥିବା ଖାଦ୍ୟ ବେଶି ପରିମାଣରେ ଖାଇଲେ ରୋଗ ପ୍ରତିରୋଧକ ପ୍ରକ୍ରିୟାକୁ ପ୍ରୋତ୍ସାହନ ମିଳିଯାଏ। ଭିଟାମିନ୍‌ ‘ଇ’ ପ୍ରଧାନ ଖାଦ୍ୟଗୁଡିକ ହେଲା-ସୋୟାବିନ୍‌ ତେଲ, ପେଶୀ ତେଲ, ସୂର୍ଯ୍ୟମୁଖୀ ତେଲ, ବାଦାମ ତେଲ, ମକା ତେଲ, କୁଣ୍ଡା ତେଲ, ମାଛ, ମାଂସ ଓ ଅଣ୍ଡା ଇତ୍ୟାଦି।
ଭିଟାମିନ୍‌ ‘ସି’ : ଆଣ୍ଟିଅକ୍ସିଡାଣ୍ଟ ଭାବରେ ଭିଟାମିନ୍‌ ‘ସି’ ମଧ୍ୟ ଅତି ଫଳପ୍ରଦ। ଶୀରରର ଯେଉଁସବୁ କୋଷିକାଗୁଡିକ ଜୀବାଣୁ-ଭୂତାଣୁ ଆଦି ଅଣୁଜୀବଗୁଡିକୁ ଗିଳି ପକାଇ ରୋଗ ପ୍ରତିରୋଧକ ସହାୟକ ହୋଇଥାଆନ୍ତି, ତା’ସହ ସେଗୁଡିକୁ ସକ୍ରିୟ ତଥା କାର୍ଯ୍ୟକ୍ଷମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଭିଟାମିନ୍‌ ‘ସି’। ତେଣୁ ବିଭିନ୍ନ ସଂକ୍ରମଣ ଏବଂ ପ୍ରଦାହରେ ଡାକ୍ତରମାନେ ଭିଟାମିନ୍‌ ‘ସି’ ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ଏହି ଭିଟାମିନ୍‌ର ଅଭାବ ହେଲେ ରୋଗ ସଂକ୍ରମଣ ସହଜ ହୋଇଥାଏ। ଭିଟାମିନ୍‌ ‘ସି’ର ପ୍ରଧାନ ଖାଦ୍ୟଗୁଡିକ ହେଲା- ଅଁଳା,ଲେମ୍ବୁ, ଚଭା, ବାତାପି, କମଳା, ଆପଲ, ପିଜୁଳି, କଦଳୀ, ଟମାଟୋ, କଞ୍ଚାଲଙ୍କା, ଆଳୁ, ବନ୍ଧାକୋବି ।
ଭିଟାମିନ୍‌ ‘ଡି’ : ଆମ ଚର୍ମରେ ସୂର୍ଯ୍ୟକିରଣ ପଡ଼ିଲେ ଚର୍ମରେ ଭିଟାମିନ୍‌ ‘ଡି’ ତିଆରି ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ଉପରେ ଏହାର ରହିଛି ଅନକୂଳ ପ୍ରଭାବ। ଭିଟାମିନ୍‌ ‘ଡି’ର ଖାଦ୍ୟ ଉତ୍ସ ହେଲା-କ୍ଷୀର, ମାଛ ତେଲ, କଲିଜା ଏବଂ ଅଣ୍ଡା।
ଆଇରନ୍‌ : ଆମ ଦେଶରେ ପ୍ରାୟ ଅଧାଅଧି ଲୋକଙ୍କଠାରେ ଆଇରନ୍‌ (ଲୌହ)ର ଅଭାବ ପରିଲକ୍ଷିତ ହୋଇଥାଏ। ଏହାର ଅଭାବରେ ରୋଗ ପ୍ରତିରୋଧକ ତନ୍ତ୍ରର କ୍ରିୟା ବ୍ୟାହତ ହୋଇପଡୁଥିବାରୁ ଲୌହର ଅଭାବ ଭୋଗୁଥିବା ବ୍ୟକ୍ତିମାନେ ଅଣୁଜୀବ ସଂକ୍ରମଣ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ। ଲୌହଥିବା ଖାଦ୍ୟ ଅଧିକ ପରିମାଣରେ ଖାଇ ଏହାର ଅଭାବ ପୂରଣ କରିଦେଲେ ସଂକ୍ରମଣ ହାର ହ୍ରାସ ପାଇଥାଏ। ଅଧିକ ଲୌହ ମିଳୁଥିବା ଖାଦ୍ୟଦ୍ରବ୍ୟଗୁଡିକ ହେଲା-ଚାଉଳ, ଗହମ, ଚୁଡା, ମୁଢ଼ି, ମୁଗ, ବୁଟ, ସବୁପ୍ରକାର ଶାଗ, ମେଥି, ପାଳଙ୍ଗ, ସୋୟାବିନ୍‌, ମାଛ, ମାଂସ, କଲିଜା, କଙ୍କଡା ଓ ଚିଙ୍ଗୁଡି ଆଦି।
ଜିଙ୍କ୍‌ : ସକ୍ରିୟ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଜିଙ୍କ୍‌ ବା ଦସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି କି ଜିଙ୍କ୍‌ର ସାମାନ୍ୟ ଅଭାବରେ ମଧ୍ୟ ରୋଗ ପ୍ରତିରୋଧକ ତନ୍ତ୍ର କାର୍ଯ୍ୟ ଗୁରୁତର ଭାବରେ ବ୍ୟାହତ ହୋଇପଡେ। ରୋଗ ପ୍ରତିରୋଧକ ତନ୍ତ୍ରର କୋଷିକାଗୁଡିକ ନିଜର କାର୍ଯ୍ୟ ପାଇଁ ଯେଉଁ ସବୁ ଏନ୍‌ଜାଇମର ସାହାଯ୍ୟ ନେଇଥାଆନ୍ତି ସେହି ସବୁ ଏନ୍‌ଜାଇମ୍‌ କାର୍ଯ୍ୟ ନିମନ୍ତେ ଜିଙ୍କ୍‌ ଅପରିହାର୍ଯ୍ୟ। ସେଥିପାଇଁ ସଂକ୍ରାମକ ରୋଗାକ୍ରାନ୍ତ ବ୍ୟକ୍ତିମାନେ ନିର୍ଦ୍ଦିଷ୍ଟ ଚିକିତ୍ସା ସହ ଜିଙ୍କ୍‌ ରହିଥିବା ଔଷଧ ଖାଇଲେ ଶୀଘ୍ର ଉପଶମ ଲାଭ କରିଥାଆନ୍ତି। ଅଧିକ ଜିଙ୍କ୍‌ ମିଳୁଥିବା ଖାଦ୍ୟଗୁଡିକ ହେଲା-ସାମୁଦ୍ରିକ ମାଛ, ମାଂସ, ଅଣ୍ଡା, କ୍ଷୀର, ଶିମ୍ବଜାତୀୟ ପରିବା, ବିନ୍‌ସ, ଚାଉଳ, ଗହମ, କାବୁଲି ବୁଟ, କାଜୁ ଇତ୍ୟାଦି।
ସେଲିନିୟମ : ସେଲିନିୟମ ହେଉଛି ଏକ ଅତି ସକ୍ରିୟ ଆଣ୍ଟି ଅକ୍ସିଡାଣ୍ଟ। ଏହା ମୁକ୍ତମୂଳକ ବା ଫ୍ରିରେକାଲଗୁଡିକୁ ଅକାମୀ କରିଦେଇ ରୋଗ କବଳରୁ ସୁରକ୍ଷିତ ରଖିଥାଏ। ବେଶି ସେଲିନିୟମ ରହିଥିବା ଖାଦ୍ୟଗୁଡିକ ହେଲା-ସାମୁଦ୍ରିକ ମାଛ, ଯକୃତ ବା କଲିଜା, ମାଂସ, ଚାଉଳ, ଗହମ, ଡାଲି, ପନିପରିବା ଓ ଫଳ ଇତ୍ୟାଦି।
ଭିଟାମିନ୍‌ ବି-୬ : ଭିଟାମିନ୍‌ ବି-୬ ହେଉଛି ଭିଟାମିନ୍‌ ବି-କମ୍ପ୍ଲେକ୍ସ ପରିବାରଭୁକ୍ତ ଏକ ଭିଟାମିନ୍‌। ଆମିନୋ ଏସିଡ୍‌ଗୁଡିକର ସଂଶ୍ଳେଷଣରେ ଭିଟାମିନ୍‌ ବି-୬ର ବଡ ଭୂମିକା ରହିଛି। ରୋଗ ପ୍ରତିରୋଧକ ଶକ୍ତି ସହ ଘନିଷ୍ଠ ଭାବରେ ଜଡିତ ଆଣ୍ଟିବଡି, ସାଇଟୋକାଇନସ ଏବଂ ଅନ୍ୟାନ୍ୟ ପ୍ରୋଟିନମାନ ଆମିନୋ ଏସିଡ୍‌ଗୁଡିକୁ ନେଇ ଗଠିତ ହୋଇଥିବାରୁ ରୋଗ ପ୍ରତିରୋଧକ ଶକ୍ତିକୁ କାର୍ଯ୍ୟକ୍ଷମ କରିବାରେ ଭିଟାମିନ୍‌ ବି-୬’ର ରହିଛି ପରୋକ୍ଷ ଭୂମିକା। ଏହାର ଅଭାବରେ ଆଣ୍ଟିବଡି ତିଆରି କରୁଥିବା ଲିମ୍ପୋସାଇଟ୍‌ର ବୃଦ୍ଧି ଓ ବିକାଶ ବ୍ୟାହତ ହୋଇ ବାଧାପ୍ରାପ୍ତ ହୁଏ ଆଣ୍ଟିବଡି ସଂଶ୍ଳେଷଣ। ପ୍ରତିକୂଳ ପ୍ରଭାବ ପଡେ ପ୍ରତିରକ୍ଷା ତନ୍ତ୍ର ସହ ଜଡିତ କ୍ରିୟା। ଭିଟାମିନ୍‌ ବି-୬ ଥିବା ପ୍ରଧାନ ଖାଦ୍ୟଗୁଡିକ ହେଲା-ଶାଗ, ବନ୍ଧାକୋବି, ଚାଉଳ, ଗହମ, ଡାଲି, ଗାଜର, କଦଳୀ, କ୍ଷୀର, ମାଛ, ମାଂସ, ଅଣ୍ଡା ଓ କଲିଜା ଇତ୍ୟାଦି।
ପଲିଅନ ସାଚୁରେଟେଡ୍‌ ଫ୍ୟାଟି ଏସିଡ୍‌ : ପଲିଅନ ସାଚୁରେଟେଡ୍‌ ଫ୍ୟାଟି ଏସିଡ୍‌ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଆନ୍ତି। ପଲିଅନ ସାଚୁରେଟେଡ୍‌ ଫ୍ୟାଟି ଏସିଡ୍‌ ବେଶି ପରିମାଣରେ ମିଳୁଥିବା ଖାଦ୍ୟଦ୍ରବ୍ୟଗୁଡିକ ହେଲା-ସାମୁଦ୍ରିକ ମାଛ, ଅଣ୍ଡା, ସୋୟାବିନ ତେଲ, ସୋରିଷ ତେଲ, ବାଦାମ ତେଲ, ରାଶି ତେଲ, ସାଫ୍ଲାଓ୍ବାର ତେଲ, କୁଣ୍ଡା ତେଲ, ଅଖରୋଟ୍‌, ପାଳଙ୍ଗ ଇତ୍ୟାଦି।
ଏହାବ୍ୟତୀତ ପୁଷ୍ଟିସାରରୁ ମିଳୁଥିବା ଆର୍ଜିନିନ୍‌, ମାଛ, ମାଂସ, ଅଣ୍ଡା, କ୍ଷୀର, ଛେନା, ବିନ୍‌ସ, ବିଟ୍‌, ବନ୍ଧାକୋବି, ପାଳଙ୍ଗ, ଗାଜର, ଗହମ ଓ ଅମୃତଭଣ୍ଡା ଇତ୍ୟାଦିରୁ ମିଳୁଥିବା ପ୍ଲୁଟାମିନ୍‌, ଶାଗ, ପାଳଙ୍ଗ, ଚାଉଳ, ଗହମ, ଅଣ୍ଡା, ମାଛ, ମାଂସ ଓ କଲିଜାରୁ ମିଳୁଥିବା ଫଲିକ ଏସିଡ୍‌ ରୋଗ ପ୍ରତିରୋଧକ ଶକ୍ତିର ଉନ୍ନତି ସାଧନ କରିଥାଏ।

(ଶେଷ ଭାଗ)

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପିସା’, ସେକ୍ଟର-୬, ପ୍ଲଟ ନଂ.-୧୧୩୧, ସିଡିଏ, କଟକ,
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri