ଭୁବନେଶ୍ୱର,୧୭ା୪ (ବ୍ୟୁରୋ)- ଭୁବନେଶ୍ୱର ରେଳ ଷ୍ଟେଶନରେ ବାରମ୍ବାର ପକେଟମାର୍ ସହ ଚୋରି ଓ ଲୁଟ୍ ହେଉଛି। ସୋମବାର ରାତିରେ ଜିଆର୍ପି ହାତରେ ଏକ ପକେଟମାର ଗ୍ୟାଙ୍ଗ୍ର ୩ଜଣ ସଦସ୍ୟ ଧରାପଡିଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ଥାନାଞ୍ଚଳର ଚିରଞ୍ଜିବ ସାହୁ (୧୯), ପୁରୀ କୁମ୍ଭାରପନା ଥାନାଞ୍ଚଳର ରଞ୍ଜିତ ଦାସ (୨୭) ଓ ଖଣ୍ଡିଗିରି ଥାନା ପାତ୍ରପଡ଼ାର ମାଧବ ମଲ୍ଲିକ (୧୯)। ସେମାନଙ୍କଠାରୁ ପୋଲିସ ଦୁଇଟି ଲଗେଜ ବ୍ୟାଗ୍, ଦୁଇଟି ମୋବାଲ୍ ଫୋନ୍ ଓ ୧୭ହଜାର ୫ଶହ ଟଙ୍କା ଜବତ କରିଛି। ଏନେଇ ପୋଲିସ ୮୦/୧୯ରେ ଏକ ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ପୋଲିସର ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ ଆର୍ପିଏଫ, ଜିଆର୍ପି ଓ ଏସ୍ଟିଏଫ୍ ମିଳିତ ଭାବେ ଷ୍ଟେଶନ ପରିସରରେ ଚଢାଉ କରି ତଲାସି ଚଳାଇଥିଲା। ପୁରୁଣା ଟିକେଟ କାଉଣ୍ଟ ନିକଟରେ ଉପରୋକ୍ତ ୩ଜଣ ଅଭିଯୁକ୍ତଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖିବା ପରେ ଅଟକାଇ ପଚରାଉଚରା କରିଥିଲେ। ମାତ୍ର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ପୋଲିସର ସନ୍ଦେହ ବଢ଼ିଥିଲା। ଯାଞ୍ଚ କରିବା ପରେ ସେମାନଙ୍କ ନିକଟରେ ଥିବା ଦୁଇଟି ଲଗେଜ ବ୍ୟାଗ ଓ ମୋବାଇଲ ଫୋନ ଚୋରା ବୋଲି ଜଣାପଡିଥିଲା। ପରେ ପୋଲିସ ସେମାନଙ୍କୁ ଥାନାକୁ ଉଠାଇ ନେଇ ଯାଞ୍ଚ କରିବାରୁ ୧୭ ହଜାର ୫୦୦ଟଙ୍କା ମିଳିଥିଲା। ପଚରାଉଚରା ପରେ ସେମାନେ ପକେଟମାର ଗ୍ୟାଙ୍ଗ୍ର ସଦସ୍ୟ ବୋଲି କହିଥିଲେ। ଷ୍ଟେଶନ ଅଞ୍ଚଳରେ ଚୋରି ଓ ପକେଟମାର କରନ୍ତି। ବିଶେଷକରି ଭିଡ଼ ସ୍ଥାନ ଓ ଶୋଇଥିବା ଲୋକଙ୍କୁ ଟାର୍ଗେଟ କରନ୍ତି ବୋଲି ପୋଲିସ କହିଛି।
ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି
ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…
ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…
ଭୁବନେଶ୍ୱର, ୧।୪(ସୁନିତ୍ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…
କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…
ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍ଫେୟାର କର୍ପୋରେଶନ (ଓପିଏଚ୍ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…
ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…
ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…
ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ
ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…
ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…
ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…
IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…
ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…
ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ
ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…
Archives

