ରେଳ ଧାରଣାରୁ ମଦ ଦୋକାନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ଘଟଣା: ଯୋଜନାବଦ୍ଧ ହତ୍ୟା ନେଇ ଏସ୍‌ପିଙ୍କୁ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୨୩ା୧୨: ତିର୍ତ୍ତୋଲ ଗୋପିଆକୁଦସ୍ଥିତ ସରକାରୀ ଦେଶୀ ମଦ ଦୋକାନରେ କାମ କରୁଥିବା ଅମୀନ ସେଠୀ(୩୫) ନାମକ ଯୁବକଙ୍କ ମୃତଦେହ ଶନିବାର ରେଳଧାରଣାରୁ ଉଦ୍ଧାର କରାଯାଇଥିଲା। ୨୦ ତାରିଖ ଅପରାହ୍ନରେ ତାଙ୍କଠାରୁ ୫,୫୬,୦୦୦ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗର ୧୨ ଘଣ୍ଟା ଭିତରେ ତାଙ୍କ ମୃତ୍ୟୁ ଖବର ମିଳିଥିଲା। ଅମୀନଙ୍କ ମୃତଦେହ ଥାନା ଅଧୀନ ନିମକଣା ପାସେଞ୍ଜର ହଲ୍ଟ (ପିଏଚ୍‌) ନିକଟ ରେଳ ଧାରଣାରେ ପଡ଼ିଥିଲା। ଏ ସମ୍ପର୍କରେ ଅମୀନଙ୍କ ବଡ ଭାଇ ଫକୀର ରବିବାର ଏସ୍‌ପିଙ୍କୁ ସାକ୍ଷାତ କରି ହତ୍ୟା ଅଭିଯୋଗ କରିଛନ୍ତି। ସେ ମଦ ଦୋକାନ ପରିଚାଳନା ଦାୟିତ୍ୱରେ ଥିବା ବାଲିକୁଦା ଅଞ୍ଚଳର ଶରତ ନାୟକ, ତାଙ୍କ ପୁତୁରା ପ୍ରକାଶ ନାୟକ ଓ ମଦ ଦୋକାନର ଅନ୍ୟତମ ସେଲ୍‌ସ ମ୍ୟାନ୍‌ ଖୁଚୁରା ସେଠୀଙ୍କ ଆଡକୁ ଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଯୋଜନାବଦ୍ଧ ଭାବେ ତାଙ୍କ ଭାଇଙ୍କୁ ଏହି ତିନିହେଁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବା ପାଇଁ ରେଳ ଧାରଣାରେ ପକାଇ ଦେଇଥିଲା ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅଭିଯୋଗର ଗମ୍ଭୀରତା ଦୃଷ୍ଟିରୁ ଏ ସମ୍ପର୍କରେ ମାମଲା ରୁଜୁ କରିବା ପାଇଁ ତିର୍ତ୍ତୋଲ ଥାନା ଆଇଆଇସିଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେବାପରେ ତିର୍ତ୍ତୋଲ ପୋଲିସ ମାମଲା (୩୮୩/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଫକୀରଙ୍କ ଅଭିଯୋଗ ଅନୁଯାୟୀ, ମଦ ଦୋକାନଟି କେନ୍ଦ୍ରାପଡ଼ା ଅଞ୍ଚଳର ବନ୍ଦନା ସାହୁଙ୍କ ନାଁରେ ରହିଛି। କିନ୍ତୁ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି ବାଲିକୁଦା ତିହୁଡ଼ି ଅଞ୍ଚଳର ଶରତ ନାୟକ। ୫ ବର୍ଷ ପୂର୍ବେ ଅମୀନଙ୍କୁ ଶରତଙ୍କ ପୁତୁରା ମଦ ଦୋକାନରେ ସେଲ୍ସ ମ୍ୟାନ୍‌ ଚାକିରି ଦେବାରେ ସହାୟତା କରିଥିଲେ। ୨/୩ ମାସ ହେବ କୌଣସି କାରଣରୁ ପ୍ରକାଶଙ୍କୁ ତାଙ୍କ ଦାଦା ଶରତ ଟଙ୍କା ହେରଫେର ଅଭିଯୋଗରେ ଦୋକାନରୁ ବାହାର କରି ଦେଇଥିଲେ। କିନ୍ତୁ ବ୍ୟାଙ୍କରୁ ଟଙ୍କା ଆଣିବା ନେବା ଦାୟିତ୍ୱ ଅମୀନଙ୍କ ଉପରେ ନ୍ୟସ୍ତ କରିଥିଲେ। ମଦ ଦୋକାନରେ ଖୁଚୁରା ସେଠୀ ନାମକ ଆଉ ଜଣେ ସେଲ୍ସ ମ୍ୟାନ୍‌ ଅଛନ୍ତି। ପ୍ରକାଶଙ୍କ ସହ ଖୁଚୁରାଙ୍କ ସମ୍ପର୍କ ଭଲ। ୨୦ ତାରିଖ ଅପରାହ୍ନ ପ୍ରାୟ ୨ଟା ବେଳେ ଅମୀନ ମଦ ଦୋକାନରୁ ଟଙ୍କା ନେଇ ଜମା କରିବାକୁ ବାଲିକୁଦାସ୍ଥିତ ଶରତଙ୍କ ଘର ପାଖ ବ୍ୟାଙ୍କ ଶାଖାକୁ ଯାଉଥିଲେ। ବାଟରେ ୨ ଯୁବକ ବନ୍ଧୁକ ଦେଖାଇ ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ। ପରେ ଅମୀନ ତିର୍ତ୍ତୋଲ ଥାନାରେ ଅଭିଯୋଗ କଲାପରେ ମାମଲା ରୁଜୁ ହୋଇଥିଲା। ଅପରାହ୍ନରେ ଅମୀନଙ୍କୁ ଧରି ପୋଲିସ ଲୁଟ୍‌ ସ୍ଥାନ ଯାଇ ତଦନ୍ତ କରିଥିଲା। ଶେଷରେ ଅମୀନଙ୍କୁ ମଦ ଦୋକାନରେ ଛାଡି ଦେଇଥିଲା। ରାତିରେ ସେ ମଦ ଦୋକାନରେ ରହିଥିଲେ। ଅମୀନଙ୍କ ମୋବାଇଲ ନ ଥିବାରୁ ରାତି ପ୍ରାୟ ୧୧ଟା ବେଳେ ସେ ଖୁଚୁରାଙ୍କ ଫୋନ୍‌ରୁ କଲ୍‌ କରିଥିଲେ। ମୋତେ ଷଡ଼ଯନ୍ତ୍ର, କହିଥିବା ବେଳେ ଆଉ କିଛି ଶୁଭି ନ ଥିଲା। କେହି ତାଙ୍କ ହାତରୁ ଫୋନ୍‌ ଛଡାଇ ନେବା ଭଳି ଅନୁଭବ ହୋଇଥିଲା। ଏହା ତାଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ଭୋରୁ ଅମୀନ ରହୁଥିବା ଘରେ ପହଞ୍ଚତ୍ଲା ପରେ ଘର ଭିତର ଓ ବାହାର ଧୁଆ ହୋଇଥିବା ଦେଖା ଯାଇଥିଲା। କିନ୍ତୁ ଘରେ କେହି ନ ଥିଲେ। ଖୁଚୁରାଙ୍କୁ ଫୋନ୍‌ କରିବାରୁ ରାତି ୩ଟାରୁ ତୁମ ଭାଇ କୁଆଡେ ଚାଲି ଯାଇଛନ୍ତି। ତେଣୁ ତାଙ୍କୁ ଖୋଜିବାକୁ ସେ ବୁଲୁଥିବା କହିଥିଲେ। ତେବେ ଘରକୁ ଫେରି ଯାଆନ୍ତୁ। ଖବର ପାଇଲା ପରେ ଫୋନ୍‌ କରିବି ବୋଲି କହିଥିଲେ। ଦିନ ପ୍ରାୟ ୧୧ଟାରେ ଖୁଚୁରା ଫୋନ କରି ଅମୀନଙ୍କ ମୃତଦେହ ନିମକଣା ନିକଟ ରେଳ ଧାରଣାରେ ପଡିଥିବା ସୂଚନା ଦେଇଥିଲେ। ଏଥିରେ ସେମାନେ ହତବାକ୍‌ ହେବା ସହ ସରପଞ୍ଚ ଓ ଅନ୍ୟମାନଙ୍କୁ ଧରି ନିମକଣା ଯାଇଥିଲେ। କିନ୍ତୁ ମୃତଦେହ ନିକଟରେ କେହି ନ ଥିବା ଦେଖିବାକୁ ମିଳିଥିଲା। ଏହାପରେ ସେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ଥାନା ଅଧିକାରୀ ଅଭିଯୋଗ ଗ୍ରହଣ କରି ନ ଥିଲେ ବୋଲି ଫକିର ଅଭିଯୋଗରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, କଟକ ଜିଆର୍‌ପି ପକ୍ଷରୁ ଏ ସମ୍ପର୍କରେ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଆର୍‌ପି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ୱତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ୱତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri