ରେଳ ଚାଳକ ପାଳିବେ କଳା ଦିବସ

କେନ୍ଦୁଝର,୧୪।୬(ସ୍ବ.ପ୍ର./ଡି.ଏନ.ଏ.)-ଭାରତୀୟ ରେଳର ରେଳ ଚାଳକ ଓ ସହ ଚାଳକ ମାନେ ନିଜ ଓ ନିଜ ପରିବାରକୁ ପଛରେ ପକାଇ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି। ତାଲା ବନ୍ଦ ସମୟରେ ରେଳ ଚାଳକ ମାନେ ମାଲ ଗାଡି ଶ୍ରମିକ ସ୍ପେଶାଲ, ପାର୍ସଲ ସ୍ପେଶାଲ ଇତ୍ୟାଦି ଟ୍ରେନ ଗୁଡିକର ଦୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି, ବିପତ୍ତି ସମୟରେ ନିଜର ଗୋଟିଏ ଦିନର ଦରମା ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ପ୍ରଦାନ, ଅଭାବି ଲୋକଙ୍କୁ ରିଲିଫ ସାମଗ୍ରୀ ବିତରଣ ମଧ୍ୟ କରିଛନ୍ତି କିନ୍ତୁ ସରକାର ଏମାନଙ୍କ ପ୍ରତି ଅବହେଳା ବୈମାତୃକ ମନୋଭାବ ପୋଷଣ କରୁଥିବାର ସଂଘ ଅଭିଯୋଗ କରିଛି। ଦେଢ଼ ବର୍ଷର ମହଙ୍ଗା ଭତ୍ତା ବନ୍ଦ ନ କରିବା, ଶ୍ରମ ଆଇନରେ ସଂଶୋଧନ ନ କରିବା, କର୍ମଚାରୀଙ୍କ ଦରମାରେ ଅସଙ୍ଗତ ଦୂର କରିବା, ସମସ୍ତ ରେଳ ଇଞ୍ଜିନକୁ ଏସି କରିବା, ତାଲା ବନ୍ଦ ସମୟରେ ଯାତ୍ରୀ ଗାଡି ଚାଳକଙ୍କୁ ଭତ୍ତା ପ୍ରଦାନ କରିବା, ପୁରାତନ ପେନସନ ଯୋଜନା ଲାଗୁ କରିବା, ନଅ ଘଣ୍ଟା କାର୍ଯ୍ୟ ସମୟ ଲାଗୁ କରିବା ଆଦି ପାଇଁ ସର୍ବଭାରତୀୟ ରେଳ ଚାଳକ ସଂଘ ପକ୍ଷରୁ ଜୁନ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି କରୋନା ନିର୍ଦ୍ଦେଶବଳୀ ପାଳନ କରି କଳା ଦିବସ ପାଳନ କରିବ। ଏହାକୁ ସମର୍ଥନ କରି ଖୋର୍ଦ୍ଧା ରେଳ ମଣ୍ଡଳର ସଚିବ ଜୟ ପ୍ରକାଶ ଦଣ୍ଡପାଟ ଏବଂ ଖୋର୍ଦ୍ଧା ରୋଡ ଶାଖା ସଚିବ ରାକେଶ କୁମାର ମହାନ୍ତି ସୂଚନା ଅନୁଯାୟୀ ମଣ୍ଡଳର ପାରାଦୀପ, କଟକ, ଭଦ୍ରକ, ଜଖପୁରା, ତାଳଚେର, ଢେଙ୍କାନାଳ ସମେତ କେନ୍ଦୁଝରଗଡର ସମସ୍ତ ଚାଳକ ଏହି ବିରୋଧ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହିତ ଏହି ମର୍ମରେ ମଣ୍ଡଳ ପ୍ରବନ୍ଧକଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ। ସରକାର ଦାବି ପ୍ରତି କର୍ଣ୍ଣପାତ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

ମୁଖ ଗହ୍ବର କ୍ୟାନ୍‌ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍‌ସର: ନୋ ଆନ୍‌ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ…

ଡେଙ୍ଗୁ: ଅବହେଳା ହୋଇପାରେ ଘାତକ

ବର୍ଷାଦିନେ ଡେଙ୍ଗୁ ଦ୍ରୁତ ଗତିରେ ବ୍ୟାପିଥାଏ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରୋଗ ଏଡିସ୍‌…

ପଞ୍ଚଲିଙ୍ଗେଶ୍ୱରରେ ବାବାଙ୍କୁ ସ୍ପର୍ଶ ମନା: ଲାଗୁ ହେଲା କଟକଣା, ଜାଣନ୍ତୁ କାହିଁକି

ନୀଳଗିରି, ୨୭।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ଝରଣା ପାଣିର ପ୍ରଖର ସ୍ରୋତ…

ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ, ୫ ଜଣଙ୍କୁ ପୋଲିସ ଅଟକ ରଖି…

ବଲାଙ୍ଗୀର,୨୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ନଦୀରେ ବୁଡ଼ିଗଲେ ନାବାଳିକା କାଉଡ଼ିଆ: ଶିବ ମନ୍ଦିରରେ ଜଳଲାଗି ପାଇଁ….

ବାଲେଶ୍ୱର, ୨୭ (ବାଞ୍ଛାନିଧି ଦେ): ଶ୍ରାବଣ ମାସର ପ୍ରଥମ ସୋମବାରରେ ଘଟିଛି ଏକ ଅଭାବନୀୟ ଘଟଣା। ଶିବ ମନ୍ଦିରରେ ଜଳଲାଗି ପାଇଁ ନଦୀରୁ ପାଣି ଆଣିବାକୁ ଯାଇଥିବା…

ଫାଶୀ ଖୁଣ୍ଟର ସମ୍ମୁଖୀନ ହେବେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି? ଅଡୁଆରେ ଶେଖ ହାସିନାଙ୍କ ଶେଷ ସହଯୋଗୀ

ଢାକା,୨୭।୭: ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ସମ୍ପ୍ରତି ଇସ୍ତଫା ଦେଇଛନ୍ତି। ବାଂଲାଦେଶରେ ବିପ୍ଳବ ପରେ, ସେ ଶେଖ ହାସିନାଙ୍କ ଅନ୍ତର୍ନିହିତ ସଦସ୍ୟ ମଧ୍ୟରୁ କ୍ଷମତାରେ ଥିବା ଶେଷ…

ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ପୋଲିସର ଲାଠିମାଡ଼ ଠିକ୍‌ ନୁହେଁ

ନୂଆଦିଲ୍ଲୀ,୨୭।୮: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ରହିଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ ଲାଠିଚାର୍ଜ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri