Posted inଫୁରସତ

ରେନତ୍‌ ଅଗ୍‌ଜାମୋଭ୍‌: ବକ୍ସିଂ ଚାମ୍ପିୟନରୁ ସେଲିବ୍ରିଟି କେକ୍‌ ମେକର୍‌

ରେନତ୍‌ ଅଗ୍‌ଜାମୋଭ୍‌ ଦିନେ ଥିଲେ ଜଣେ ବକ୍ସିଂ ଚାମ୍ପିୟନ। ହେଲେ ଏବେ ସେ ପରିଚିତ ସେଲିବ୍ରିଟି କେକ୍‌ ମେକର୍‌ ଭାବେ। ତାଙ୍କର ପ୍ରତ୍ୟେକ କେକ୍‌ ଗୋଟିଏ ଗୋଟିଏ ମାଷ୍ଟରପିସ୍‌। ଆଉ ସେଗୁଡିକ ବିକ୍ରି ହୁଏ ହଜାର ହଜାର ଡଲାରରେ। ସୁନ୍ଦର ରାଜପ୍ରାସାଦରେ ନୃତ୍ୟ କରୁଥିବା ପ୍ରେମୀ ଯୁଗଳଠୁ ଆରମ୍ଭକରି ଓ୍ବାଟର ଫାଉଣ୍ଟେନ୍‌, ବିରାଟକାୟ ଡ୍ରାଗନ୍‌, ବରଫ ପାହାଡଭଳି ଅନେକ ଡିଜାଇନ୍‌ର କେକ୍‌ ସେ ତିଆରି କରିଛନ୍ତି। ରେନତ୍‌ ଏହି ବିରାଟକାୟ ଓ ଆକର୍ଷକ କେକ୍‌ ସବୁକୁ ଏତେ ନିଖୁଣଭାବେ କରିଥାଆନ୍ତି ଯେ, ଲାଗେ ବାସ୍ତବ ପରି। ସେଥିପାଇଁ ତ ତାଙ୍କ କେକ୍‌ର ବହୁତ ଚାହିଦା ରହିଛି। ଖାସ୍‌କରି ତାଙ୍କର ଅନେକ ହାଇ ପ୍ରୋଫାଇଲ୍‌ ଗ୍ରାହକ ଅଛନ୍ତି। ମାତ୍ର ୭ ବର୍ଷ ବୟସରୁ କେକ୍‌ ତିଆରି କରିବା ଆରମ୍ଭ କରିଥିଲେ ରେନତ୍‌। ସେବେଠାରୁ ଆଜିପର୍ଯ୍ୟନ୍ତ ସେ ୨୭୦୦ରୁ ଊର୍ଦ୍ଧ୍ୱ କେକ୍‌ ତିଆରି କରିସାରିଲେଣି। ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି। ଆଉ ଅନେକ ପୁରସ୍କାର ବି ପାଇଛନ୍ତି। ତେବେ ଇନ୍‌ଷ୍ଟ୍ରାଗ୍ରାମ୍‌ ଯୋଗୁ ସେ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ହୋଇପାରିଛନ୍ତି। ବର୍ତ୍ତମାନ ତାଙ୍କର ୨ ମିଲିୟନ ଫ୍ୟାନ୍‌ ଅଛନ୍ତି। ଗତବର୍ଷ ସେ ୧୩ ଫୁଟ୍‌ ଉଚ୍ଚତାର ଫେରିଟେଲ୍‌ କ୍ୟାସେଲ୍‌ ପରି ଏକ ଓ୍ବେଡିଂ କେକ୍‌ ତିଆରି କରିଥିଲେ, ଯାହାର ମୂଲ୍ୟ ୧,୭୯,୦୦୦ଡଲାର ଥିଲା। ୧୫୦୦ କି.ଗ୍ରା. ଓଜନର ଏହି କେକ୍‌ ଥିଲା ବେଶ୍‌ ଆକର୍ଷକ। ଅନେକ ମହଲାବିଶିଷ୍ଟ ଏହି କ୍ୟାସେଲ୍‌ରେ ବାଲକୋନି ଥିବା ସହ ସୁନ୍ଦର ବାହ୍ୟ ଓ ଆଭ୍ୟନ୍ତରୀଣ ସାଜସଜ୍ଜା ହୋଇଥିଲା। ତା’ର ଦ୍ୱାର ଖୋଲିବା ସହ କ୍ୟାସେଲ୍‌ ମଧ୍ୟରୁ ପୁଅଝିଅ ନୃତ୍ୟ କରି ବାହାରକୁ ଆସୁଥିଲେ, ଯାହାକି ସମସ୍ତଙ୍କୁ ଚକିତ କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri