Posted inଫୁରସତ

ରେଡିଓ ମେଳା

ବିଭିନ୍ନ ପ୍ରକାର ନୂଆ ଓ ପୁରୁଣା ରେଡିଓକୁ ଗୋଟିଏ ମଞ୍ଚରେ ଦେଖିଲେ ଦର୍ଶକଙ୍କ ମନରେ ଅତୀତର ସ୍ମୃତି ମନେପଡ଼ିଯାଏ। ତେବେ ପୁରୁଣାଦିନର ରେଡିଓ ହଜିବାକୁ ବସିଥିବାବେଳେ ଓଡ଼ିଶାରେ ନିଆରାଭାବେ ଆୟୋଜିତ ହୋଇଥାଏ ଅନ୍ତର୍ଜାତୀୟ
ରେଡିଓ ମେଳା…

ରେଡିଓ ମେଳାର ଆୟୋଜକ- ଭୁବନେଶ୍ୱର ଠାରେ ଆଉଟରିଚ୍‌ ତରଫରୁ ବିଶ୍ୱ ରେଡିଓ ଦିବସ ଅବସରରେ ୬ଷ୍ଠବର୍ଷ ଅନ୍ତର୍ଜାତୀୟ ରେଡିଓ ମେଳାର ଆୟୋଜକ ସୁବ୍ରତ କୁମାର ପତି କୁହନ୍ତି, ମୋ ଘର ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକର ଶ୍ରୀରାମପୁର ଗାଁରେ । ପିଲାଟି ଦିନରୁ ପାଠପଢ଼ା ସହିତ ରେଡିଓ ଶୁଣିବାକୁ ଖୁବ୍‌ ଅଝଟ ହେଉଥିଲି। ରେଡିଓରୁ ଗପ, ନାଟକ, ଖବର ଆଦି ଶୁଣିବା ମୋର ପସନ୍ଦ ଥିଲା। ୧୯୯୯ ମହାବାତ୍ୟା ପରେ ଘରକୁ ବାପା ଆଣିଥିବା ରେଡିଓଟିକୁ ନିଜର ବନ୍ଧୁବୋଲି ମନେକରୁଥିଲି। ଏମିତିରେ ୨୦୦୫ ମସିହାରେ ଭୁବନେଶ୍ୱର ଆସି ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠପଢିଲି । ପରେ ୨୦୦୭ରେ ରେଡିଓ ଜକି ଭାବେ ଏକ ଘରୋଇ ରେଡିଓ ଷ୍ଟେଶନରେ କାର୍ଯ୍ୟକଲି । ସମୟକ୍ରମେ ଆକାଶବାଣୀ, ଏଫଏମ ରେଡିଓ, କମ୍ୟୁନିଟି ରେଡିଓ, ବିବିସି ଆଦି ବେତାରକେନ୍ଦ୍ରରେ କାର୍ଯ୍ୟ କରିବାର ଅନୁଭୂତି ରହିଛି। ୨୦୧୪ମସିହା ବିଶ୍ୱ ରେଡିଓ ଦିବସ ଅବସରରେ ପ୍ରାୟ ୨ଶହ ଜଣ ରେଡିଓପ୍ରେମୀ ଶ୍ରୋତା, ଉପସ୍ଥାପକ ଓ କଳାକାରମାନେ ଏକାଠି ହୋଇଥିଲୁ। ଏଇ ଠାରୁ ହିଁ ପରିକଳ୍ପନା କରିଥିଲି ରେଡିଓ ମେଳାଟିଏ କରିବା ପାଇଁ । ପରେ ୨୦୧୫ରେ ହାତଗଣତି କେତୋଟି ରେଡିଓ ଷ୍ଟେଶନର ପରିଚାଳକ, ଆର.ଜେ, ଉପସ୍ଥାପକଙ୍କୁ ନେଇ ଏକ ରେଡିଓ ମେଳା ଆରମ୍ଭ କରିଥିଲୁ। ସେବେ ଠାରୁ ପ୍ରତିବର୍ଷ ଏହି ମେଳାର କଳେବର ବୃଦ୍ଧି ପାଉଛି। ଏଥିରେ ଦେଶବିଦେଶର ବିଭିନ୍ନ ରେଡିଓ ସଂସ୍ଥାର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ରେଡିଓର ଲୋକପ୍ରିୟତା, ଏହାର ଭବିଷ୍ୟତ ଓ ଜନସେବା ସମ୍ପର୍କରେ ଜନସଚେତନତାର ବାର୍ତ୍ତା ଦେଇଥାନ୍ତି।

ଦେଶ ବିଦେଶର ରେଡିଓ ଠିକଣା ମିଳେ-ଏହି ମେଳାରେ ସୁଦୂର ଜାପାନ, ଆମେରିକା ଓ ବାଂଲାଦେଶ ଆଦି ଦେଶବିଦେଶର ରେଡିଓ ଷ୍ଟେଶନ ଯୋଗଦେଇଥାନ୍ତି। ବିଭିନ୍ନ ଭାରତୀୟ ରେଡିଓ ଚ୍ୟାନେଲ ମଧ୍ୟ ଏଠାରେ ନିଜର ଷ୍ଟଲ ଖୋଲିଥାନ୍ତି। ବିଶେଷକରି ତ୍ରିପୁରା, ଆସାମ, ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦଶ ଓ ଦିଲ୍ଲୀ ଆଦି ସ୍ଥାନର ରେଡିଓପ୍ରେମୀଙ୍କୁ ଭେଟିପାରିବେ।

ନୂତନ ରେଡିଓ ଷ୍ଟେଶନ ପାଇଁ ପରାମର୍ଶ- ଏଥର ଅନ୍ତର୍ଜାତୀୟ ରେଡିଓ ମେଳାରେ ବିଭିନ୍ନ ରାଜ୍ୟର ଲାଇସେନ୍ସପ୍ରାପ୍ତ ହାମ୍‌ରେଡିଓ ଅପରେଟର ସାମିଲ ହେବେ ାଏମାନେ ହାମ୍‌ ରେଡିଓ ସମେତ ଏମରଜେନ୍ସି ରେଡିଓ ପ୍ରଦର୍ଶନୀ କରିବେ ା ଆଗ୍ରହୀ ସଂଗଠନମାନଙ୍କୁ କମ୍ୟୁନିଟି ରେଡିଓ ଷ୍ଟେଶନ ପାଇଁ ପରାମର୍ଶଦେବେ ା ତେବେ ଏ ସମ୍ପର୍କିତ ଜ୍ଞାନକୌଶଳ ଓ ପରାମର୍ଶ ଦେଉଥିବା ସଂସ୍ଥା ବେସିଲ୍‌ ରେଡିଓ ଷ୍ଟଲ ଖୋଲିବ ଯାହା ଫଳରେ ଲୋକେ ଏକ ଡେମୋ ରେଡିଓ ଷ୍ଟୁଡିଓ ଦେଖିପାରିବେ ା ଆଗ୍ରହୀ ବ୍ୟକ୍ତି ଓ ସଂସ୍ଥାମାନଙ୍କୁ କମ୍ୟୁନିଟି ରେଡିଓ ଷ୍ଟେଶନ ପାଇଁ ଆବଶ୍ୟକ ସୂଚନା ଓ ପରାମର୍ଶ ଦିଆଯାଇଥାଏ ା

ରେଡିଓ ପ୍ରଦର୍ଶନୀ- ଏହି ରେଡିଓ ମେଳାରେ ବହୁ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ ସହ ହାମ୍‌ରେଡିଓ ଆଦି ସ୍ଥାନ ପାଇଥାଏ। ଏଥିରେ ରେଡିଓ ସଂଗ୍ରାହକମାନେ ଶହଶହ ସଂଖ୍ୟାରେ ରେଡିଓ ପ୍ରଦର୍ଶିତ କରିଥାନ୍ତି ା
ରେଡିଓ ତିଆରି ଓ ବିକ୍ରି- ବଜାରରେ ସାଧାରଣତଃ ବିଭିନ୍ନ ପ୍ରକାରର ରେଡିଓ ମିଳୁ ନ ଥିବା ବେଳେ ଏହି ରେଡିଓ ମେଳାରେ ରେଡିଓ ତିଆରି ଠାରୁ ଆରମ୍ଭକରି ବିଭିନ୍ନ ପ୍ରକାରର ରେଡିଓ ସେଟ୍‌କୁ ବିକ୍ରି ପାଇଁ ରଖାଯାଇଥାଏ। ଏଠାରୁ ବହୁ ପୁରୁଣା ରେଡିଓକୁ ମଧ୍ୟ ଆପଣ କିଣି ନେଇପାରିବେ ା

ରେଡିଓ ମେଳାରେ ଉତ୍ସାହ ଓ ପ୍ରୋତ୍ସାହନ- ରେଡିଓ ମେଳାରେ ଶିକ୍ଷାର୍ଥୀଙ୍କ ପାଇଁ ଖବର ପଠନ, ଆର.ଜେ, ଫ୍ୟାଶନ ଶୋ, ନୃତ୍ୟ ଓ ସଙ୍ଗୀତ, ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା ସହ ସମ୍ବର୍ଦ୍ଧିତ କରାଯାଇଥାଏ। ରେଡିଓରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବତୀ ଯୁବକ ମାନଙ୍କୁ ବି ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ କରାଯାଇଥାଏ। ଚଳିତମାସ ୧୩ ଓ ୧୪ ତାରିଖରେ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଆୟୋଜିତ ଅନ୍ତର୍ଜାତୀୟ ରେଡିଓ ମେଳାରେ ୨୦୧୯ ପାଇଁ ଆର୍‌ଜେ କାର୍ତ୍ତିକଙ୍କୁ ଲୋକପ୍ରିୟ ରେଡିଓ ପ୍ରସାରକ, ପଶ୍ଚିମବଙ୍ଗର ସିଦ୍ଧାର୍ଥ ଭଟ୍ଟାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ଶ୍ରୋତା ଓ ଆସାମର ‘ରେଡିଓ ବ୍ରହ୍ମପୁତ୍ରକୁ’ଶ୍ରେଷ୍ଠ କମ୍ୟୁନିଟି ରେଡିିଓ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସୁବ୍ରତ କୁମାର ପତି କହିଛନ୍ତି ା

ରେଡିଓର ଜନସୂଚନା ସେବା-ଦିନଥିଲା ସକାଳ ହେଉ କି ସନ୍ଧ୍ୟା ସବୁବେଳେ ସବୁ ସମୟରେ ଗାଁରୁ ସହର ଚାରିଆଡ଼େ ରେଡିଓର ଚାହିଦା ଥିଲା। ଆକାଶବାଣୀର ଅବସରପ୍ରାପ୍ତ ଅନୁଚିନ୍ତା ଉଦ୍‌ଘୋଷକ ଶଙ୍କର୍ଷଣ ମଙ୍ଗରାଜ କୁହନ୍ତି, ରେଡିଓର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ନିର୍ଦ୍ଦିଷ୍ଟ ଶ୍ରୋତା ହିଁ ଶୁଣିବାକୁ ଅପେକ୍ଷାକରିଥାନ୍ତି ା ବିଦ୍ୟୁତ୍‌ ସରବରାହ ବ୍ୟାଘତ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ଆଦି ସମୟରେ ରେଡିଓ ସୂଚନା ଦେଇଚାଲିଥାଏ। ବ୍ୟାଟେରିରୁ ଶକ୍ତି ଗ୍ରହଣ କରିଥିବାରୁ ଅନ୍ଧାରରେ ବି ଲୋକଙ୍କୁ ସୂଚନା ଦେଇଥାଏ। ଆଜିକାଲି ମୋବାଇଲରୁ ବି ବିଭିନ୍ନ ରେଡିଓର କାର୍ଯ୍ୟକ୍ରମ ଶୁଣିବାକୁ ମିଳେ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri