ରୁଷିଆର ପ୍ରଥମ ଭାସମାନ ନ୍ୟୁକ୍ଲିୟର ପ୍ଲାଣ୍ଟ

ରୁଷିଆ ପ୍ରଥମେ ତା’ର ଭାସମାନ ନ୍ୟୁକ୍ଲିୟର ପ୍ଲାଣ୍ଟ ନିର୍ମାଣ ଶେଷ କରି ସେଥିରୁ ବିଦ୍ୟୁତ ଉପତ୍ାଦନ ଲାଗି ଯୋଜନା ବି ଚୂଡାନ୍ତ କରିଛି। ସୁନାମୀ ଓ ବଡ଼ ବଡ଼ ଭାସମାନ ବରଫ ଖଣ୍ଡ ଯେପରି ପ୍ଲାଣ୍ଟ୍‌ର କିଛି କ୍ଷତି ନ କରିପାରିବ ସେଭଳି ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏହାକୁ ନିର୍ମାଣ କରାଯାଇଛି। ଏହି ପ୍ଲାଣ୍ଟର ନାମ ରଖାଯାଇଛି ଆକାଡେମିକ ଲୋମୋନସୋଭ୍‌। ମୁର୍‌ୁମାନ୍‌ସ୍କର ଦି ନର୍ଦନ୍‌ ହ୍ବାଇଟ୍‌ ସି’ ପୋର୍ଟରୁ ଏହା ୪,୭୦୦ କିଲୋମିଟର ଚୁକୋଟ୍‌କା ଅଞ୍ଚଳର ପିଭେକ୍‌କୁ ଯାତ୍ରା ଆରମ୍ଭ କରିଛି। ଏହି ପାଓ୍ବାର ଷ୍ଟେଶନର ଉଚ୍ଚତା ୪୭୨ ଫୁଟ ଓ ୯୮ଫୁଟ ଲମ୍ବ। ଏହାର ତଳେ ଦୁଇଟି ଆଇସ୍‌ ବ୍ରେକର ଲଗାଯାଇଛି। ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ଏହାକୁ ତିନି ସପ୍ତାହ ଲାଗିବ। ସେଠାରେ ଡିସେମ୍ବରରେ ପ୍ଲାଣ୍ଟରୁ ବିଦ୍ୟୁତ ଉପତ୍ାଦନ ଆରମ୍ଭ ହେବ ବୋଲି କୁହାଯାଇଛି। ଏଭଳି ଏକ ଭାସମାନ ନ୍ୟୁକ୍ଲିୟର ପ୍ଲାଣ୍ଟ ନିର୍ମାଣ କରାଯିବାର ଯୋଜନା ୨୦୦୬ ରେ ଆରମ୍ଭ କରାଯାଇଥିଲା। ଏହି ପ୍ଲାଣ୍ଟରେ ଥିବା ଦୁଇଟି ରିଆକ୍ଟରରୁ ୭୦ ମେଗାଓ୍ବାଟ ଓ ୫୦ ଗିଗାକ୍ୟାଲୋରୀ ପାଓ୍ବାର ମିଳିବ । ଏହା ୧ ଲକ୍ଷ ଜନସଂଖ୍ୟ ବିଶିଷ୍ଟ ସହରକୁ ଯୋଗାଇପାରିବ। ଏହି ପ୍ଲାଣ୍ଟ ବିରୋଧରେ ପରିବେଶବିତ୍‌ମାନେ ସ୍ବର ଉଠାଇଛନ୍ତି। କିନ୍ତୁ ଡିଜାଇନରମାନେ କହିଛନ୍ତି ଯେ,ଏହାର ସୁନାମୀ କି ୯ ତୀବ୍ରତା ବିଶିଷ୍ଟ ଭୂମିକମ୍ପ କିଛି କ୍ଷତି କରିପାରିବନାହିଁ। ପ୍ଲାଣ୍ଟରୁ ଥରେ ବିଦ୍ୟୁତ ଉପତ୍ାଦନ ଆରମ୍ଭ ହୋଇଗଲେ ଏହା ୪୦ ବର୍ଷ ଯାଏ ପୂର୍ଣ୍ଣ କ୍ଷମତା ସହ କାର୍ଯ୍ୟ କରିପାରିବ। ୧୯୬୮ରେ ଆମେରିକା ପ୍ରଥମେ ଏକ ଭାସମାନ ନ୍ୟୁକ୍ଳିୟର ପାଓ୍ବାର ପ୍ଲାଣ୍ଟ୍‌ ପାନାମା କେନାଲରେ ଲଞ୍ଚ କରିଥିଲା, କିନ୍ତୁ ସେଥିରେ ବ୍ୟୟ ଅତ୍ୟଧିକ ହେବାରୁ ତାହାକୁ ନଷ୍ଟ କରିଦେଇଥିଲା। ତା’ ପରେ ଏବେ ରୁଷିଆର ଏହି ଭାସମାନ ଆଣବିକ ପ୍ଲାଣ୍ଟ କେତେ ସଫଳ ହେବ ତାହା ସମୟ କହିବ ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri