ରିଟେଲ ବ୍ୟବସାୟୀଙ୍କୁ ୯ ଲକ୍ଷ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୬।୫: କରୋନା ମହାମାରୀକୁ ରୋକିବା ଲାଗି ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ବଜାର କିନ୍ତୁ କ୍ଷତିଗ୍ରସ୍ତ ହୋଇ ରହିଛି। ଗତ ୬୦ଦିନ ମଧ୍ୟରେ ଦେଶର ରିଟେଲ ବ୍ୟବସାୟୀଙ୍କୁ ପ୍ରାୟ ୯ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଦେଶର ରିଟେଲ ସେକ୍ଟରରେ ଥିବା ୬୦ ଲକ୍ଷ ବ୍ୟବସାୟୀଙ୍କ ମଧ୍ୟରୁ ପ୍ରାୟ ୪୦% ଆଗାମୀ ୪ ମାସରେ ସେମାନଙ୍କ ଜୀବିକା ହରାଇବା ଆଶଙ୍କା ଉପୁଜିଛି। ସରକାର ଏ କ୍ଷେତ୍ର ଲାଗି ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ସ୍ଥିତି ବିଗିଡ଼ିବ ବୋଲି ବଜାର ବିଶେଷଜ୍ଞମାନେ ମତ ରଖିଛନ୍ତି।
ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପକ୍ଷରୁ କୁହାଯାଇଛି ଯେ, ଗତ ୬୦ଦିନରେ କାରବାର ଠପ୍‌ ହୋଇ ପଡିଛି। ଲକ୍‌ଡାଉନ ଯୋଗୁ ରହିଥିବା କଟକଣା ଫଳରେ ଲୋକମାନେ କିଣାକିଣି କରିବାକୁ ବାହାରକୁ ଆସୁ ନ ଥିବାରୁ ଏଭଳି ସ୍ଥିତି ସାମ୍ନା କରିବାକୁ ପଡୁଛି। ଫଳରେ ରିଟେଲ ବ୍ୟବସାୟୀଙ୍କୁ ପ୍ରାୟ ୯ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିିଛି। ରିଟେଲ କ୍ଷେତ୍ରର ଦୋକାନ ବଜାର ଏବଂ କମର୍ସିଆଲ ମାର୍କେଟରେ ବର୍ତ୍ତମାନ କାରବାର ପ୍ରାୟ ୫% ରହିଛି। ବର୍ତ୍ତମାନ ଶ୍ରମ ଶକ୍ତିର ୮୦% ସେମାନଙ୍କ ଘରକୁ ପଳାଇଯାଇଛନ୍ତି। ଦୋକାନଗୁଡିକରେ କାମ କରୁଥିବା ୮% ଶ୍ରମଶକ୍ତି କାର୍ଯ୍ୟକ୍ଷେତ୍ରକୁ ଫେରିଛନ୍ତି।
ସିଏଆଇଟି ମହାସଚିବ ପ୍ରଭୀନ୍‌ ଖଣ୍ଡେଲଓ୍ବାଲ କହିଛନ୍ତି, ଲକ୍‌ଡାଉନ ସମୟରେ ରିଟେଲ ବ୍ୟବସାୟ କ୍ଷତି ହେବାରୁ ଏହାଦ୍ୱାରା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକର ରାଜକୋଷକୁ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ରାଜସ୍ବ କ୍ଷତି ହେବ। ବ୍ୟବସାୟୀମାନେ ଆର୍ଥତ୍କ ସମସ୍ୟା ଦେଇ ଗତି କରୁଛନ୍ତି। ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ସହାୟତା ମିଳୁନାହିଁ। ଭବିଷ୍ୟତକୁ ନେଇ ବ୍ୟବସାୟୀମାନେ ଚିନ୍ତାରେ ରହିଛନ୍ତି। କରୋନା ଆଗକୁ ବଜାର ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ଗୋଟିଏ ପଟେ ସବୁ କ୍ଷେତ୍ରରେ ଚାହିଦା ପୂରା ଖସିଯାଇଛି। ଅନ୍ୟପକ୍ଷରେ ସରକାର ଆଣିଥିବା ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜରେ କୌଣସି ବ୍ୟବସ୍ଥା କଲେ ନାହିଁ। ଘରଭଡ଼ା, କାରବାର ଚଳାଇବା , କର୍ମଚାରୀଙ୍କୁ ବେତନ ଦେବା ବର୍ତ୍ତମାନ କଷ୍ଟକର ହୋଇ ପଡିଛି। ସମସ୍ୟା ସମାଧାନ କରିବା ଲାଗି ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସଂଘ ପକ୍ଷରୁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ନିବେଦନ କରାଯାଇଛି। ପୋଷାକ, ଜୁଏଲେରି ସମେତ ଅନ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟକ୍ତି ବ୍ୟବସାୟୀଙ୍କ ରାଜସ୍ବ ପ୍ରାୟ ୭୫% ଖସିଛି। ଫଳରେ ଉକ୍ତ କ୍ଷେତ୍ରଗୁଡ଼ିକରେ ନିଯୁକ୍ତି କମିବା ଆଶଙ୍କା ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri