Posted inଜାତୀୟ

ରାହୁଲଙ୍କ ବିରୋଧରେ ମାନହାନି ମାମଲା

ପାଟନା, ୧୮।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ ଗୁରୁବାର ମାନହାନି ମାମଲା ଦାଏର କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି। ଏକ ନିର୍ବାଚନୀ ସଭାରେ ରାହୁଲଙ୍କ ‘ସବୁ ମୋଦି ଚୋର’ ବୟାନକୁ ନେଇ ଆଇପିସି ଧାରା ୫୦୦ ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି। ଏପ୍ରିଲ ୨୨ରେ ଏହାର ଶୁଣାଣି କରାଯିବ। ଗୁରୁବାର ସୁଶୀଲ ମୋଦି କହିଛନ୍ତି, ରାହୁଲଙ୍କ ଏଭଳି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନ। ଏହାସହ ମୋଦି ସରନେମ୍‌ ଥିବା ବ୍ୟକ୍ତିଙ୍କ ଭାବନାକୁ ଆଘାତ ଦେଇଛି। ସୂଚନାଯୋଗ୍ୟ, ଉକ୍ତ ସଭାରେ ରାହୁଲ ଗାନ୍ଧୀ ରାଫାଲ ଚୁକ୍ତିରେ ଭ୍ରଷ୍ଟାଚାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଥିଲେ। ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦି ଓ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍‌ରୁ ଋଣ ନେଇ ବିଦେଶ ପଳାଇଥିବା ପଳାତକ ଅପରାଧୀ ନୀରବ ମୋଦିଙ୍କୁ ଇସାରାରେ ସବୁ ମୋଦି ଚୋର ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ବଡିବିଲ୍ଡରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୮।୨: ପ୍ରେମିକାର ଅନ୍ୟତ୍ର ବିବାହ ଖବର ଶୁଣି ସହିପାରିଲେନି ବଡି ବିଲ୍ଡର ପ୍ରେମିକ। ମାତ୍ର ୨୬ ବର୍ଷ ବୟସରେ କରିଦେଲେ ଆତ୍ମହତ୍ୟା। ମୃତ ଯୁବକଙ୍କ ନାମ କିରଣ…

ବିବାହ ଏକ ସାମାଜିକ କର୍ତ୍ତବ୍ୟ, କେବଳ ଶାରୀରିକ ସମ୍ପର୍କ ନୁହେଁ: ମୋହନ ଭାଗବତ

ନାଗପୁର,୮।୨: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ରବିବାର ଦେଶର ଜନସଂଖ୍ୟା, ଅର୍ଥନୀତି ଏବଂ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।…

RSS ମୁଖ୍ୟ ପଦ ଛାଡ଼ିବା ନେଇ ମୋହନ ଭାଗବତଙ୍କ ବଡ଼ ବୟାନ, କହୁ କହୁ କହିଦେଲେ…

ମୁମ୍ବାଇ,୮।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ରବିବାର ମୁମ୍ବାଇରେ ଆୟୋଜିତ ସଂଘର ଶତବାର୍ଷିକୀ ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବୟସ ବଢ଼ିବା…

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଲେ ଅନୁରାଗ ଠାକୁର, ୯ ବର୍ଷର ବିଳମ୍ବ ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୮।୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର, ବିସିସିଆଇରେ ପଦରେ ଲାଗିଥିବା ପ୍ରତିବନ୍ଧକ ଉଠାଇବା ନିଷ୍ପତ୍ତିରେ…

ଦୋଳିରେ ବସି ମଜା ନେଉଥିଲେ ଲୋକେ, ହଠାତ୍‌ ପୋଲିସ ଅଧିକାରୀଙ୍କ ଉପରେ ଖସିପଡ଼ିଲା, ଆଉ ତା’ ପରେ…

ଚଣ୍ଡିଗଡ଼,୮ା୨: ହରିୟାଣାର ସୂରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତତନ୍ତ ମେଳାରେ ଏକ ଭୟଙ୍କର ଅଘଟଣ ଘଟିଛି। ମେଳାରେ ହଠାତ୍‌ ଦୋଳି ଛିଡ଼ିପଡ଼ିବାରୁ ସେଠାରେ ନିୟୋଜିତ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିବାବେଳେ…

ରୋଷେଇ କରିବାକୁ ମନା କଲେ ସ୍ତ୍ରୀ, ରାଗିଯାଇ ଗୁଳି କରି ହତ୍ୟା କଲେ ସ୍ବାମୀ

ଭୋପାଳ,୮।୨: ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମାନସିକ ବିକାରଗ୍ରସ୍ତ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri