‘ରାହୁଲ, ମୁଁ ବୁଝାମଣାର ଚ୍ୟାଲେଞ୍ଜ ବାଧା ଅତିକ୍ରମ କରିବାକୁ ପ୍ରସ୍ତୁତ’

ସାଉଥାମ୍ପଟନ,୧୮।୬(ପିଟି)- ରୋହିତ ଶର୍ମା ଓ ଶିଖର ଧାଓ୍ବନ ବର୍ତ୍ତମାନ ଦିନିକିଆ କ୍ରିକେଟର ସଫଳତମ ଓପନିଂ ଯୋଡ଼ି। ଉଭୟଙ୍କ ମଧ୍ୟରେ ଥିବା ଭଲ ବୁଝାମଣା ଏହାର କାରଣ। ଭାରତୀୟ ଦଳର ଉପଅଧିନାୟକ ରୋହିତ ସମାନ ସ୍ତରର ବୁଝାମଣା ଲୋକେଶ ରାହୁଲଙ୍କ ସହ ଆରମ୍ଭ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଧାଓ୍ବନଙ୍କ ବାମ ବୃଢ଼ା ଆଙ୍ଗୁଠି ଫ୍ରାକଚର ହୋଇଛି। ଏଣୁ ତାଙ୍କ ବଦଳରେ ରାହୁଲଙ୍କ ସହ ରୋହିତଙ୍କୁ ଓପନିଂ ଭାର ସମ୍ଭାଳିବାକୁ ପଡ଼ୁଛି। ଏପରି କି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରାହୁଲଙ୍କୁ ଷ୍ଟ୍ରାଇକ ନେବାକୁ ଅନୁମତି ଦେଇଥିଲେ ସିନିୟର ଓପନର। ମୋ ଭଳି ରାହୁଲ ମଧ୍ୟ ପାଳି ଆରମ୍ଭ କରିବାକୁ ଚାହାନ୍ତି। ସେ ପ୍ରଥମ ଥର ବିଶ୍ୱକପ୍‌ରେ ଓପନିଂ କରିବାକୁ ସୁଯୋଗ ପାଇଥିବାରୁ ମୁଁ ତାଙ୍କ ଉପରୁ ଚାପ ହଟାଇବା ଲାଗି ଏପରି କରିଥିଲି ବୋଲି ରୋହିତ କହିଛନ୍ତି। ଉଲ୍ଲେଖଥାଉ କି, ପାକିସ୍ତାନ ବିପକ୍ଷରେ ରୋହିତ-ରାହୁଲ ପ୍ରଥମ ଉଇକେଟ ପାଇଁ ୧୩୬ ରନ୍‌ର କରିଥିଲେ। ଏହି ଭାଗୀଦାରି ବେଳେ ପାକିସ୍ତାନ ଫିଲ୍ଡରଙ୍କୁ ଦୁଇ ଥର ରନ୍‌ଆଉଟ୍‌ ସୁଯୋଗ ଦେଇଥିଲା। ଏଣୁ ଚାମ୍ପିୟନ ଓପନର ବୁଝାମଣା ଚ୍ୟାଲେଞ୍ଜକୁ ଶୀଘ୍ର ଅତିକ୍ରମ କରିବାକୁ ଚାହୁଁଛନ୍ତି। ଆମ ମଧ୍ୟରେ ବୁଝାମଣା ଥିଲେ କଲ ନ କରି ମଧ୍ୟ ହିଁ ସିଙ୍ଗଲକୁ ଦୁଇ ରନ୍‌ରେ ପରିବର୍ତ୍ତନ କରିପାରିବୁ। ଏହା ଛୋଟିଆ କଥା। ହେଲେ ବହୁତ ଗୁରୁତ୍ୱପୂୂର୍ଣ୍ଣ। ବୁଝାମଣା ନ ରହିଲେ ଆମେ କୌଣସି ସମୟରେ ରନ୍‌ ଆଉଟ୍‌ ହୋଇପାରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri