ରାସ୍ତାକୁ ପଙ୍କ ମାଟି ବୋହି ଯାତାୟାତରେ ବାଧା

ପଟ୍ଟାମୁଣ୍ଡାଇ,୨୬ା୭(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତା ସମ୍ପ୍ରସାରଣ ଓ ନବୀକରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାର ନିଯୁକ୍ତ କରାଯାଇଛି। ସମ୍ପୃକ୍ତ ଠିକାଦାର ବର୍ଷାଋତୁରେ ରାସ୍ତାପାର୍ଶ୍ୱରେ ପଙ୍କୁଆ ମାଟି ପକାଇ ରଖିଥିବାରୁ ଯାତାୟାତରେ ଘୋର ଅସୁବିଧା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହଁି। ସାମାଜିକ କର୍ମୀ ସର୍ବେଶ୍ୱର ସେଠୀ କହିଛନ୍ତି, ପଟ୍ଟାମୁଣ୍ଡାଇ ବାଇପାସ୍‌ ପାଖରୁ ଅଳଭା, ମଦନପୁର ଦେଇ ରାଜନଗର ଯାଇଥିବା ୧୫ କିଲୋମିଟର ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୧ ପକ୍ଷରୁ ସେହି ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତୀକରଣ ପାଇଁ ୧୮ କୋଟି ଟଙ୍କାର ବ୍ୟୟ ଅଟକଳରେ ମୋଟ ୧୫ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ଏବେ ଠିକାଦାରଙ୍କୁ କାର୍ଯ୍ୟ ଦିଆଯାଇଛି। କିନ୍ତୁ ଠିକାଦାର ବିଭାଗର ଅଟକଳ ଅନୁଯାୟୀ କାର୍ଯ୍ୟ କରୁ ନ ଥିବା ଅଭିଯୋଗ ହୋଇଛି। ପିଚୁରାସ୍ତା ପାର୍ଶ୍ୱରେ ପଙ୍କୁଆ ମାଟି ପଡି ରହିବା କାରଣରୁ ଟୋପାଏ ବର୍ଷା ହେଲେ ଏହା ବୋହିଆସି କାଦୁଅ ହୋଇଯାଉଛି। ଗାଡ଼ିମୋଟର ଦୂରେ ଥାଉ ସାଇକେଲ ନେଇ ଯିବା ମଧ୍ୟ ସମ୍ଭବ ହେଉନାହିଁ। ପିଚୁ ରାସ୍ତାଟି କାଦୁଅ ହେବା ଯୋଗୁ ଗାଡ଼ି ଚକା ଖସି ଆରୋହୀମାନେ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ସାମାଜିକ କର୍ମୀ ପ୍ରତାପ ପାଢ଼ୀ କହିଛନ୍ତି, ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ରାସ୍ତାର ମରାମତି, ନିର୍ମାଣ ଓ ଅନ୍ୟାନ୍ୟ କାର୍ଯ୍ୟ ଦର୍ଶାଇ ୬୩ ଲକ୍ଷ ୨୯ ହଜାର ୩୧୫ ଟଙ୍କା ବିଭାଗ ଖର୍ଚ୍ଚ କରିଥିଲା। ପୁଣି ସେହି ରାସ୍ତାରେ ୨୦୨୧-୨୨ ଡିସେମ୍ବରରେ ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଟ୍ଟାମୁଣ୍ଡାଇ ବାଇପାସ୍‌ଠାରୁ ଅଳଭା ପର୍ଯ୍ୟନ୍ତ ଯେନତେନ ରଫ୍‌ କାମ କରି ବିଲ୍‌ ଉଠାଇନେଲେ। ହେଲେ ଦୁଇବର୍ଷ ଧରି ରାସ୍ତାର ଦୁରବସ୍ଥା ପାଇଁ ଗାଡିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହି ରାସ୍ତା ଉପରେ ନିର୍ଭର କରୁଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳର ହଜାର ହଜାର ଲୋକ ନାହଁି ନ ଥିବା ଅସୁବିଧା ଭୋଗ କରୁଥିବା ବେଳେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡର ଲୋକେ ଯାତାୟାତ ଲାଗି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏହି ରାସ୍ତା ଦେଇ ଲୋକେ ପଟ୍ଟାମୁଣ୍ଡାଇ ତହସିଲ, ସ୍ବାସ୍ଥ୍ୟକେନ୍ଦ୍ର ତଥା ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ଯିବା ନିମନ୍ତେ ନିର୍ଭର କରିଥାନ୍ତି। ରାସ୍ତା କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବାରୁ ଏହାର ସ୍ଥାୟିତ୍ୱ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ସେହିପରି ଜୁନ୍‌ ୧୪ ସୁଦ୍ଧା ସମସ୍ତ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଶେଷ କରିବା ନିମନ୍ତେ ସରକାରୀ ନିର୍ଦ୍ଦେଶନାମା ରହିଥିଲା। ଏହି କାର୍ଯ୍ୟରେ ତା’ର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସେହିପରି ସୁଧାଂଶୁ ଦାସ, ନରହରି ଜେନା, ରଘୁବର ସିଂ, ଜଗନ୍ନାଥ ମହାରଣା, ସାଧୁଚରଣ ପଲାଇ, ରାଧାନାଥ ରାୟ ପ୍ରମୁଖ କହିଛନ୍ତି, ଉତିକଣ ବନ୍ୟାବନ୍ଧ ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାର ସମ୍ପ୍ରସାରଣ ଓ ନବୀକରଣ ପାଇଁ ସମ୍ପୃକ୍ତ ଠିକାଦାର ରାସ୍ତାପାର୍ଶ୍ୱରେ ପଙ୍କୁଆ ମାଟି ପକାଇ କାର୍ଯ୍ୟ କରୁଛନ୍ତି। ଏ ନେଇ ଯାତାୟାତରେ ଘୋର ଅସୁବିଧା ହେଉଛି। ଏପରି କି ଜରୁରିକାଳୀନ ପରିସ୍ଥିତିରେ ସ୍ଥାନୀୟ ଗ୍ରାମଗୁଡିକୁ ଦମକଳ କି ଆମ୍ବୁଲାନ୍ସ ଯାଇ ଆସି ପାରୁ ନ ଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ନଦୀବନ୍ଧ ପ୍ରଶସ୍ତୀକରଣ କାର୍ଯ୍ୟ ଶେଷ କରାଯିବା ନିମନ୍ତେ ସାଧାରଣରେ ଦାବି ହୋଇଛି। ନଚେତ ଆଗାମୀ ଦିନରେ ଲୋକେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଅଶୋକ ଜେନାଙ୍କୁ ପଚାରିବାରେ ପଙ୍କୁଆ ମାଟି ପଡ଼ିବା ଅଭିଯୋଗ ଆସିଛି। ବଡ଼ ଠିକାଦାର ହୋଇଥିବାରୁ ଆମ କଥା ଶୁଣୁନାହାନ୍ତି। ଉପରିସ୍ଥ ଅଧିକାରୀଙ୍କୁ ଏ ନେଇ ଅବଗତ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri