Posted inRasifala

ରାଶିଫଳ: ଶୁକ୍ରବାର, ଫେବ୍ରୁଆରି ୨୧ ତାରିଖ – Daily Horoscope

ମେଷ
ଆଜି ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ସହ ଚନ୍ଦ୍ରଙ୍କ ସଂଯୋଗ ଆପଣଙ୍କୁ ଧାର୍ମିକ ଭାବନାରେ ନିମଜ୍ଜିତ କରାଇବ। ପାରିବାରିକ ଜୀବନରେ ସହନଶୀଳତା ଏବଂ ମନକୁ ସୁହାଇଲା ଭଳି କଥାକହି ପରିବେଶକୁ ହାଲୁକା କରିବେ। ଆଲୋଚନାକାଳରେ ମନକଥାକୁ ମନ ଭିତରେ ଚାପି ରଖି ବନ୍ଧୁଙ୍କ ସହ କଥା ହେବାକୁ ପଡିପାରେ। ପାଖ ଲୋକଟିକୁ ସାହାଯ୍ୟ କରିବାକୁ ଯାଇ ପରେ ଅନୁତାପ କରିବାକୁ ପଡିପାରେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଆପଣଙ୍କୁ ଦୃଢ ମନୋବଳ ଓ ପ୍ରବଳ ଉତ୍ସାହ ପ୍ରଦାନ କରିବ। ରବିଙ୍କ ସ୍ବଗୃହାବଲୋକନ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ ଲୋକସମ୍ପର୍କ ବୃଦ୍ଧିରେ ସହାୟକ ହେବ। କିନ୍ତୁ ରୋହିଣୀର ଜନ୍ମତାର ଯୋଗୁ ସାମୟିକ ସ୍ବାସ୍ଥ୍ୟହାନି ସହ କର୍ମକ୍ଷେତ୍ରରେ ଆଂଶିକ ସଫଳତା ପାଇବେ। ପରିବାରରେ କଳହ ଲାଗିବାର ସୂଚନା ରହିଛି।
ମିଥୁନ
ମିଥୁନ
ଚତୁର୍ଥାଧିପ ନିଜରାଶିରୁ ଷଷ୍ଠଭାବସ୍ଥ ଯୋଗୁ ପରିବାରରେ ମତଭେଦ କାରଣରୁ କଳହ ସୃଷ୍ଟି ହୋଇପାରେ। ଆକସ୍ମିକ କୌଣସି ପ୍ରତିବନ୍ଧକ କାରଣରୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯାଇପାରେ। ଜନସେବା ପ୍ରତି ମନ ବଳିବ କିନ୍ତୁ ସହକର୍ମୀ କେହି ବିଶୃଙ୍ଖଳା ପ୍ରଦର୍ଶନ କରି ପରିସ୍ଥିତିକୁ ଜଟିଳ କରିପାରନ୍ତି। ବନ୍ଧୁଙ୍କ ଦେଖା ନ ପାଇ ବ୍ୟସ୍ତ ହେବେ।
କର୍କଟ
କର୍କଟ
ଶନି ଓ ଚନ୍ଦ୍ରଙ୍କ ସଂଯୋଗରୁ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ସମୟ କଟାଇବେ। ଆଜି ହଠାତ୍‌ ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କଲେ ନିଶ୍ଚିତ ସମସ୍ୟାରୁ ରକ୍ଷା ପାଇପାରିବେ। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି।
ସି˚ହ
ସି˚ହ
ଶତ୍ରୁଗୃହରେ ରାଶ୍ୟାଧିପ ଏବଂ ବ୍ୟୟଭାବକୁ ଚନ୍ଦ୍ର ଓ ଶନିଙ୍କ ଯୋଗୁଁ ଭ୍ରମଣ ଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ବିବାଦୀୟ ଘଟଣାରେ ଆତ୍ମୀୟମାନଙ୍କ ସାନ୍ତ୍ୱନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। ବୁଝାମଣା ନେଇ ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ, ପରିବହନ, ପ୍ରଶାସନ ଓ ଆଲୋଚନାରେ ଆଂଶିକ ସଫଳତା ମିଳିବ।
କନ୍ୟା
ଶୁକ୍ରଙ୍କ ଶୁଭଦୃଷ୍ଟିରୁ ବନ୍ଧୁଗହଣରେ ହସଖୁସୀରେ ସମୟ କଟାଇବେ ଏବଂ ସାମାଜିକ ସ୍ତରରେ ମଧ୍ୟ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କିନ୍ତୁ ବାଣିକାରକ ବୁଧଙ୍କ ଅଶୁଭତ୍ୱରୁ କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବା ସମୟରେ ସମସ୍ୟା ଉପୁଜିପାରେ।
ତୁଳା
ତୁଳା
କର୍ମାଧିପ ଏବଂ ରାଶ୍ୟାଧିପଙ୍କ ଶୁଭତ୍ୱ ଦୃଷ୍ଟିକୋଣରୁ କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ଆର୍ଥିକ ସ୍ଥିତି,ପାରିବାରିକ ପରିସ୍ଥିତି, ବ୍ୟବସାୟ ଓ ବାଣିଜ୍ୟ ତଥା ଆନୁଷ୍ଠାନିକ କାମରେ ସଫଳତା ଅବଶ୍ୟ ପାଇବେ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ସହନଶୀଳତା ଓ ନୀରବତା ସମସ୍ୟା ସମାଧାନର ମାର୍ଗକୁ ଉନ୍ମୁକ୍ତ କରିବ। ଆଜି ଆପଣ ଯାହା କରନ୍ତୁନା କାହିଁକି, ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସବୁ ଭଲ ହେଲେ ମଧ୍ୟ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ସାମାନ୍ୟ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକି ରହିବନାହିଁ। ଯେତେ ଭଲକାମ କରନ୍ତୁ ନା କାହିଁକି ନିଜ ନିଜର ସ୍ବାର୍ଥସାଧନ ମାନସରେ ନିଜ ଲୋକମାନେ ଦାଉ ସାଧିବେ। ଯାନ୍ତ୍ରିକତ୍ରୁଟି, ଅର୍ଥାଭାବ, ବନ୍ଧୁଙ୍କ ସହ ସମ୍ପର୍କହାନି ପରିସ୍ଥିତିକୁ ବିଗାଡି ଦେଇପାରେ। ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।
ମକର
ମକର
ରାଶ୍ୟାଧିପତିଙ୍କ ପ୍ରଭାବରେ ବହୁତ ଦିନରୁ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ପିଲାମାନଙ୍କ ପଢା ସମସ୍ୟା କିମ୍ବା ଆଲୋଚନାରେ ବିଫଳତା ନେଇ ମନ ଭାରାକ୍ରାନ୍ତ ରହିପାରେ। ତଥାପି ଶ୍ରବଣା ନକ୍ଷତ୍ରର କାର୍ଯ୍ୟସିଦ୍ଧି ସଙ୍ଗକୁ ସାମାଜିକ ସ୍ତରରେ ପ୍ରଶଂସାପାଇବେ। ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
କୁମ୍ଭ
କୁମ୍ଭ
ଦ୍ୱାଦଶଭାବରେ ଶନି ଆପଣଙ୍କୁ କର୍ମଜଞ୍ଜାଳ ମଧ୍ୟରେ ଅନିଦ୍ରାଜନିତ କ୍ଳାନ୍ତି ଓ ଅବସନ୍ନ କରାଇପାରେ। ସହକର୍ମୀମାନଙ୍କ ସହ ଆନୁଷ୍ଠାନିକ କ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ। ଶୁକ୍ର ଓ ଚନ୍ଦ୍ରଙ୍କ ସ୍ଥିତିରୁ ସଙ୍ଗୀତ ସମାରୋହ,ପୁରାଣପଠନ,ମନୋରଞ୍ଜନାଦି କାର୍ଯ୍ୟକ୍ରମକୁ ଉପଭୋଗ କରିପାରନ୍ତି।
ମୀନମୀନ
ବୃହସ୍ପତି ପାପଗ୍ରହ କେତୁ ଯୁକ୍ତ କାରଣରୁ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ ହେବ। ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ, ଯାହା କି ସମସ୍ୟା ସୃଷ୍ଟି କରିପାରେ। କେତେକ ଘଟଣାରେ ପିଲାମାନଙ୍କ କାଯର୍‌ୟକଳାପ ନାପସନ୍ଦ କରିପାରନ୍ତି। ବନ୍ଧୁମିଳନ ମାଧ୍ୟମରେ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟଦେଇ ସମୟ ଅତିବାହିତ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri