Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରି ୩ ତାରିଖ – Daily Horoscope

ମେଷ
ଆଜିର ବ୍ୟୟଭାବସ୍ଥ ଚନ୍ଦ୍ର ବିଦେଶସ୍ଥ ଆତ୍ମୀୟଙ୍କ ସମସ୍ୟା ବିଷୟରେ ଚିନ୍ତିତ କରାଇ ପାରିବାରିକ ଅଶାନ୍ତି ସୃଷ୍ଟିକରିବ। ଉଚ୍ଚାରୋହୀ ଧନାଧିପତିଙ୍କ ସୁପ୍ରଭାବରେ ଅର୍ଥଲାଭ,ବ୍ୟବସାୟିକ ସଫଳତା, ପରିବହନରେ ଉନ୍ନତି ଓ ଆନୁଷ୍ଠାନିକ କାମରେ ନିୟୋଜିତ କରାଇପାରନ୍ତି। କର୍ମାଧିପତି ଗୁରୁକ୍ଷେତ୍ରସ୍ଥ ହୋଇ ନୂତନ ଯୋଜନାରମ୍ଭକୁ ଅଗ୍ରାଧିକାର ଦେବେ।
ବୃଷ
ବୃଷ
ଏକାଦଶସ୍ଥ ଚନ୍ଦ୍ର ପାରିବାରିକ କ୍ଷେତ୍ରକୁ ସମସ୍ୟା ବହୁଳ କରିବ। କର୍ମାଧିପତି ଶନି ସ୍ବଭାବକୁ ଦେଖୁଥିବାରୁ ବହୁତ ଦିନରୁ ଅଟକି ରହିଥିବା କାମଟିକୁ ପୁନଃ ଆରମ୍ଭ କରିବାକୁ ମନସ୍ଥ କରିପାରନ୍ତି। ବ୍ୟବସାୟ, ନିର୍ମାଣ, ଶିଳ୍ପ, ବାଣିଜ୍ୟ, ଏଜେନ୍ସିପ୍‌, ବୀମା, ଶେୟାର ବଜାର ଦିଗରୁ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ଗ୍ରହସ୍ଥିତିର କୁପରିଣାମଜନିତ ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସମସ୍ୟାର ସମାଧାନ ହେବା କଷ୍ଟକର ହୋଇପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହକର୍ମୀ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଶେଷ ସମୟରେ ନାସ୍ତିବାଣୀ ଶୁଣାଇ ପାରନ୍ତି। କଳା, ସାହିତ୍ୟ,ସଙ୍ଗୀତ, ଚଳଚ୍ଚିତ ତଥା ରାଜନୀତି, ସଙ୍ଗଠନ, ଭ୍ରମଣ, ସଭା ସମିତିକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
କର୍କଟ
କର୍କଟ
କର୍ମାଧିପତି ମଙ୍ଗଳ ରାଶ୍ୟାଧିପ ଚନ୍ଦ୍ରଙ୍କ ଏକାଦଶସ୍ଥ ଯୋଗୁ ଅତ୍ୟଧିକ ଭାବ ପ୍ରବଣତାଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଉଚ୍ଚଶିକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ସମସ୍ୟା ସମାଧାନ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ବାକ୍‌ ଅସଂଯମତା ଯୋଗୁ ସହକର୍ମୀ ବନ୍ଧୁମାନଙ୍କ ସହ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି।
ସି˚ହ
ସି˚ହ
ବ୍ୟୟସ୍ଥାନକୁ ଶୁକ୍ର ଅବଲୋକନ କରୁଥିବାରୁ ଭୋଗବିଳାସ ପ୍ରତି ଆଗ୍ରହୀ ହେବେ। ମୂଲ୍ୟବାନ ଦ୍ରବ୍ୟ କିମ୍ବା ଯାନ୍ତ୍ରିକ ଜିନିଷ କ୍ରୟ କରିବା ପାଇଁ ମନ ବଳାଇ ପାରନ୍ତି। କର୍ମକ୍ଷେତ୍ରରେ ଅକାରଣ ଅଭିଯୋଗ ସକାଶେ ଅନ୍ତରଙ୍ଗ ବନ୍ଧୁଟି ଉପରେ ସନ୍ଦେହ ଘନୀଭୂତ ହୋଇପାରେ। ପରିବହନ, ବାଣିଜ୍ୟ, ନିର୍ମାଣାଦି କାମରେ ଉନ୍ନତି ଘଟିବାର ସମ୍ଭାବନା ରହିଛି।
କନ୍ୟା
ଶନି କ୍ଷେତ୍ରସ୍ଥ ଶୁକ୍ର ଏକାଦଶାଧିପତି ଯୁଚ୍ଛ ହୋଇ ବ୍ୟୟଭାବକୁ ଦେଖୁଥିବାରୁ ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ କାମଟି ଅଟକି ରହିଯିବ। ପ୍ରତୀକ୍ଷା କରିଥିବା କୌଣସି ଖବର ସରକାରୀ ସ୍ତରରୁ ପାଇ ବିସ୍ମୟ ପ୍ରକାଶ କରିବେ। କ୍ରୀଡ଼ା,ଚଳଚ୍ଚିତ୍ର, ସାହିତ୍ୟ, କଳା,କାରିଗରି କ୍ଷେତ୍ରରୁ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ଖରାପ ରହିଥିବା କାରଣରୁ ମନ ସ୍ଥିର ରହିବ ନାହିଁ।
ତୁଳା
ତୁଳା
ପାପଗ୍ରହ ଦୃଷ୍ଟି ବିବର୍ଜିତ କର୍ମାଧିପତି ପ୍ରଭାବରେ ନିଜ ମନ ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ ହେବ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ, ସଭାସମିତିରେ ଗଠନମୂଳକ ପ୍ରସ୍ତାବ ପ୍ରଦାନ କରି ପ୍ରଶଂସିତ ହେବେ। ଯାତ୍ରା ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅସୁସ୍ଥତା କାରଣରୁ କେତେକ କାମ ଝୁଲନ୍ତା ଅବସ୍ଥାରେ ଅଟକି ରହିଯିବାର ଆଶଙ୍କା ରହିଛି।
ବିଛା
ବିଛା
ଆଜିର ଦିନଟି ସବୁ ଦିଗରୁ ଶୁଭଫଳ ପ୍ରଦାନ କରିବ। ଯାହା ଇଚ୍ଛା କରିବେ ତାହା ପାଇବେ ଏବଂ ନିଜ ପରିବେଶରେ ନିଜର ପ୍ରାଧାନ୍ୟ ବୃଦ୍ଧି ପାଇବ। ବିଶାଖା ନକ୍ଷତ୍ରର ସ୍ବାଧୀନ ମନୋବୃତ୍ତି ବାଧାପ୍ରାପ୍ତ ହେବାରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ଅଫିସିଆଲି କାମରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ଧନୁ
ଧନୁ
ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରେ କୌଣସି ଦୂର ସମ୍ପର୍କୀୟ ବନ୍ଧୁଙ୍କ ଦର୍ଶନରେ ମନ ଖୁସୀ ରହିବ। ନିଜ ପରିସରରେ ଦେଖେଇ ଶିଖେଇ କହୁଥବା ନିକଟ ସମ୍ପର୍କୀୟଙ୍କ ପ୍ରତାରଣାପୂର୍ଣ୍ଣ କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।
ମକର
ମକର
ଦ୍ୱାଦଶ ଭାବରେ ଏକାଧିକ ଗ୍ରହ ଆପଣଙ୍କୁ ବିଭିନ୍ନ ଦୁଃଶ୍ଚିନ୍ତା ଜନିତ ଅସ୍ଥିରତା ଓ ଅନିଦ୍ରା ରଖିପାରେ। ବନ୍ଧୁଙ୍କ ଅନୁପସ୍ଥିତି, ଆଳସ୍ୟ ଓ ଅବହେଳା ଜନିତ ପରିବାରରେ ମନାନ୍ତର ସୃଷ୍ଟି ହେବ। ଅର୍ଥ ସାହାଯ୍ୟ ପାଇବେ ଓ ନୂତନ ଭାବେ ଆରମ୍ଭ କରିବାକୁ ମନସ୍ଥ କରିଥିବା କାମଟି ଆଦୌ ଅଟକିବ ନାହିଁ। ସଭା ସମିତି, ନିର୍ମାଣ ଓ ପରିବହନ ସକାଶେ ଦିନଟି ଅନୁକୂଳ ରହିବ।
କୁମ୍ଭ
କୁମ୍ଭ
ଆଜି ଆପଣ ଯେକୌଣସି ପରିସ୍ଥିତିର ସାମ୍‌ନା କଲେ ମଧ୍ୟ କେବଳ ମିଠା କଥାରେ ଅନ୍ୟମାନଙ୍କୁ ବୁଝାଇବାରେ ସମର୍ଥ ହେବେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ମାଲିମକଦ୍ଦମା ପ୍ରଭୃତିରେ ଆପଣଙ୍କ ସପକ୍ଷରେ ଯିବାର ପୂର୍ଣ୍ଣଅନୁକୂଳ ସ୍ଥିତି ରହିଛି। ସାମୟିକ ଭାବରେ ଦୈହିକ ଓ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଆପଣଙ୍କୁ ବିଚଳିତ କରିପାରେ।
ମୀନମୀନ
ଆପଣଙ୍କ ସମ୍ମୁଖରେ ମିଠା କଥା କହୁଥିବା ବ୍ୟକ୍ତିଙ୍କ ଅଭିସନ୍ଧିମୂଳକ କାର୍ଯ୍ୟକଳାପ ପ୍ରତି ସଜାଗ ରହିବା ଭଲ ହେବ। ରପ୍ତାନି ବାଣିଜ୍ୟ, ପ୍ଲଟିଙ୍ଗ କାରବାର,ଧାତୁ ଅଳଙ୍କାର, କୁଟୀରଶିଳ୍ପ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଅନୁକୂଳ। ରାଜନୀତି, ସଂଗଠନ, କଳା, ସାହିତ୍ୟ, ଚଳଚ୍ଚିତ୍ର ପ୍ରଭୃତିରେ ଉଚ୍ଚମାନର ଫଳ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସ୍ବନକ୍ଷତ୍ରସ୍ଥ ଯୋଗୁ କର୍ମମୁଖର ରହିବେ ଏବଂ ପାରିବାରିକ କ୍ଷେତ୍ର ସରସ ସୁନ୍ଦର ରହିବ। ଆନୁଷ୍ଠାନିକ କାମରେ, ସଭାସମିତିରେ, ସତ୍‌ସଙ୍ଗର ସାନ୍ନିଧ୍ୟ ଲାଭରେ, ଆଲୋଚନା…

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri