Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ
ସାମଗ୍ରୀକ ଦୃଷ୍ଟିକୋଣରୁ ଦିନଟି ଭଲ। ସକାଳୁ କୌଣସି ଶୁଭ ଖବର ପାଇ ଖୁସି ହେବେ। ଶନିକ୍ଷେତ୍ରସ୍ଥ ଶୁକ୍ର ଯୋଗୁ କାର୍ଯ୍ୟ ତ୍ୱରାନ୍ବିତ ହେବା ବଦଳରେ ହଠାତ୍‍ ଅଟକିଯାଇପାରେ। ଶିଳ୍ପ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ପରିବାରର ନିର୍ଦ୍ଦେଶକ୍ରମେ ଗୃହକୁ ଧାତୁ, ଅଳଙ୍କାରାଦି ପଦାର୍ଥ କିମ୍ବା ମୂଲ୍ୟବାନ ଜିନିଷ ଆଣି ପାରନ୍ତି।
ବୃଷ
ବୃଷ
କେନ୍ଦ୍ରସ୍ଥ ବୁଧ ହେତୁ ଆଜି ଯେମିତି ଚାହୁଁଛନ୍ତି, ସେମିତି ହିଁ ପାଇବେ। ପିଲାମାନଙ୍କ ଉନ୍ନତ କାର୍ଯ୍ୟକଳାପ ପାଇଁ ଗୌରବାନ୍ବିତ ହୋଇପାରନ୍ତି। କର୍ମ କ୍ଷେତ୍ର, ଯାନ ବାହାନ, ଦୋକାନ ବାଡି, ସଭା ସମିତିରେ ଟେନସନ୍‍ ଲାଗିରହିବ। ଅତି ନିକଟରେ ରହି ଆମତ୍ୀୟତା ଦେଖାଉଥିବା ଲୋକମାନେ ପରୋକ୍ଷଭାବେ ବିରୁଦ୍ଧାଚରଣ କରିପାରନ୍ତି।
ମିଥୁନ
ମିଥୁନ
କର୍ମସ୍ଥାନର ରାହୁ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ମାନସିକ ଅସ୍ଥିରତା ଦେଖାଦେଇପାରେ। ବିଭିନ୍ନ ପ୍ରକାର କାମରେ ବ୍ୟସ୍ତ ରହିବା କାରଣରୁ ମନ ଠିକ୍‍ ରହିବ ନାହିଁ। କୌଣସି ବ୍ୟକ୍ତି ଦ୍ୱାରା ବାଧ୍ୟ ବାଧ୍ୟକତାରେ ଯାତ୍ରାରୁ ଦୂରେଇ ରହିବା ଭଲ। ଅଫିସ୍‍ କାମରେ ଆଲୋଚନା ସରଗରମ ମଧ୍ୟରେ ଅସମାପ୍ତ ରହିବ।
କର୍କଟ
କର୍କଟ
ନିଜ ରାଶିରେ କେନ୍ଦ୍ରସ୍ଥ ମଙ୍ଗଳଙ୍କ ସୁପ୍ରଭାବରେ କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥାକହି ଜଟିଳ ପରିସ୍ଥିତିକୁ ସୁଧାରି ନେବେ। ଟଙ୍କା ପଇସା, ନେବା ଆଣିବା, କ୍ଷେତ୍ରରେ ସତର୍କ ନ ରହିଲେ ଅନୁତାପ କରିବାକୁ ପଡିପାରେ। ପାରିବାରିକ କ୍ଷେତ୍ର, ଯାନ ବାହନ ଚଳାଚଳ, ଦୋକାନବାଡିରେ ସମସ୍ୟା ଦେଖାଦେବ।
ସି˚ହ
ସି˚ହ
ଶନିଙ୍କ ଦୃଷ୍ଟିରେ ରାଶ୍ୟାଧିପ ବୁଧ ରହିଥିବା ହେତୁ ସ୍ବାସ୍ଥ୍ୟ ନିୟନ୍ତ୍ରଣରେ ରହି ନ ପାରେ। ଅତ୍ୟଧିକ ଲୋଭ ଏବଂ ସଂନ୍ଦେହ, ପାରିପାର୍ଶ୍ୱିକ ପରିସ୍ଥିତିକୁ ଅସ୍ବାଭାବିକ କରିପାରେ। ଅପରାହ୍ନେ ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
କନ୍ୟା
ଭାଗ୍ୟସ୍ଥାନକୁ ବୁଧ ଦେଖୁଥିବାରୁ ଆଜିର ସବୁ କାମ ବନ୍ଧୁଙ୍କ ସାହାଯ୍ୟରେ ସମ୍ପନ୍ନ ହେବ। ଋଣ ପରିଶୋଧ କରିବେ, ଶତ୍ରୁତାର ଅବସାନ ଘଟିବ, ରୋଗପୀଡ଼ା ଉପଶମ ହେବ। ବହୁତ ଦିନ ହେଲା ଅଟକି ରହିଥିବା କାମଟିକୁ ହଠାତ୍‍ ଆରମ୍ଭକରିବାକୁ ମନ ବଳାଇବେ। ସାଂଗଠନିକ କାମ, ରାଜନୀତି ଓ ସଭାସମିତିରେ ଲୋକସମ୍ପର୍କ ବୃଦ୍ଧି ପାଇବ।
ତୁଳା
ତୁଳା
ଆଜି ଶୁକ୍ରଙ୍କ ପ୍ରଭାବରୁ ଶାରିରୀକ ଓ ମାନସିକ ସ୍ଥିତି ଭଲ ରହିବ। ସନ୍ତାନଙ୍କ ଉନ୍ନତି, ଶିକ୍ଷା, ଆନୁଷ୍ଠାନିକ ଆଲୋଚନା ପ୍ରଭୃତିରେ ସଫଳ ହେବେ। ବୁଦ୍ଧିଜୀବୀଙ୍କ ସୁନଜରରେ ଆସିବେ। ସାହିତ୍ୟସଭା, ଆନୁଷ୍ଟାନିକ କାମ, ରାଜନୈତିକ ସଂଗଠନ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ। ଗବେଷଣା, ଅନୁସନ୍ଧାନରେ ଚେଷ୍ଟା ସଫଳ ହେବ।
ବିଛା
ବିଛା
ଭାଗ୍ୟାଧିପ କର୍ମସ୍ଥାନରେ ଅବସ୍ଥାନ କରି ଅଭିଳାଷ ପୂରଣ କରିବାରେ ତପତ୍ରତା ପ୍ରକାଶ କରିବେ। ଶିଳ୍ପ, ବାଣିଜ୍ୟରେ ମାଲପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଅଫିସରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ କିନ୍ତୁ ସମୟାନ୍ତରେ ସମାଧାନ ମଧ୍ୟ ହୋଇଯିବ। ପାରିବାରିକ ଜୀବନ ଉତ୍ତମ ବୁଝାମଣାଜନିତ ସୁଖସନ୍ତୋଷ ପାଇପାରିବେ।
ଧନୁ
ଧନୁ
ଷଷ୍ଠାଧିପ ଶୁକ୍ର ଦ୍ୱିତୀୟ ଅବସ୍ଥାନ କରିଥିବାରୁ କାର୍ଯ୍ୟରେ ସଫଳତା କଷ୍ଟକର ହୋଇପାରେ। ଯାହା ଭାବୁଛନ୍ତି ଶୀଘ୍ର ନ କଲେ ପରିସ୍ଥିତି ବଦଳି ଯାଇପାରେ। ବନ୍ଧୁଙ୍କୁ ମନକଥା କହି ନ ପାରିଲେ ପରେ ପସ୍ତେଇବେ। ଶିଳ୍ପ, ବାଣିଜ୍ୟ, ପ୍ରକାଶନ, ରାଜନୀତି, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ଉଚ୍ଚ ମାନର ଫଳ ପାଇବେ।
ମକର
ମକର
ସ୍ବଗୃହୀ ରାଶ୍ୟାଧିପତି କାରଣରୁ ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବ। ନିଜର ବୁଦ୍ଧି ଖଟାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହୋଇପାରନ୍ତି। ଆଜି ବ୍ୟବସାୟୀ ମାନେ ଭଲ ବ୍ୟବସାୟ ହେବା କାରଣରୁ ଖୁସି ରହିବେ। ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।
କୁମ୍ଭ
କୁମ୍ଭ
ଭାଗ୍ୟାଧିପ ବ୍ୟୟଭାବସ୍ଥ ଯୋଗୁ ବିବଦମାନ ସ୍ଥିତି ସମାଧାନ ଦିଗକୁ ଗତି କରି ନ ପାରେ। ନିର୍ମାଣଧୀନ କାର୍ଯ୍ୟ ସକାଶେ ଅର୍ଥ ଅପରିହାର୍ଯ୍ୟ ହୋଇପାରେ। ସକାଳୁ ମାଙ୍ଗଳିକ କାମ କିମ୍ବା ଧର୍ମାନୁଷ୍ଠାନ ସକାଶେ ଖିଆପିଆ ଛାଡି ବୁଲିବେ। ପରିସ୍ଥିତିକୁ ଆଖି ଆଗରେ ରଖି ଉପସ୍ଥିତି ବୁଦ୍ଧି ପ୍ରୟୋଗ କରିପାରିଲେ କାର୍ଯ୍ୟ ସାଧନ କରିପାରିବେ।
ମୀନମୀନ

ଆଜିର ଗ୍ରହସ୍ଥିତିରୁ ମନ ଭୁଲାଣିଆ କଥାରେ ଶତ୍ରୁମାନେ ମିତ୍ର ପାଲଟିଯିବେ। ଅସାବଧାନତା କିମ୍ବା ସତର୍କତା ଅଭାବରୁ ଧନ ହାନୀ ଘଟିପାରେ। ପରିବାରରେ, ପରିବହନରେ, ଗୃହ ନିର୍ମାଣରେ, ସଭା ସମିତିରେ କ୍ରମଶଃ ସ୍ଥିରତା ଫେରି ଆସିବ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହୟତାରୁ ଉପକୃତ ହୋଇ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri