Posted inRasifala

ରାଶିଫଳ: ଶନିବାର, ଜାନୁଆରି ୪ ତାରିଖ – Daily Horoscope

ମେଷ
ପାରିବାରିକ ସମସ୍ୟା ସମାଧାନକରି ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା, ବ୍ୟବସାୟ, ପରିବହନ ଓ ନିର୍ମାଣାଧୀନ କାମରେ ସଫଳତା ହାସଲକରିବେ। ଭାଗ୍ୟସ୍ଥ ଚନ୍ଦ୍ର ହେତୁ ଆନୁଷ୍ଠାନିକ କ୍ଷେତ୍ରରେ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଅଫିସରେ ଜଣେ ଅଧସ୍ତନ କର୍ମଚାରୀ ପ୍ରତିବାଦର ସ୍ବର ଉଠାଇ ପରିସ୍ଥିତିକୁ ଜଟିଳ କରିପାରନ୍ତି।
ବୃଷ
ବୃଷ
ଶୁକ୍ରଦୃଷ୍ଟ ତୃତୀୟ ଭାବ ଯୋଗୁ ଭାଇ, ବନ୍ଧୁ, ପାଖପଡ଼ୋଶୀ ଓ ସହକର୍ମୀମାନଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ। ନିଜର କାମକୁ ପଛକୁ ପକାଇ ବନ୍ଧୁଙ୍କ ପାଇଁ ନିଜେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ପରିବହନ ପ୍ରଭୃତି କ୍ଷେତ୍ରରୁ ଲାଭବାନ୍‌ ହେବେ। ଭୁଲ୍‌ ବୁଝାମଣା ଓ ଯୁକ୍ତିତର୍କ କାରଣରୁ ପରିବାରରେ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ।
ମିଥୁନ
ମିଥୁନ
ମଙ୍ଗଳଙ୍କ ଦୃଷ୍ଟି ହେତୁ ଜମିଜମା କିଣାବିକା ଦିଗରେ ଆଲୋଚନା କରିପାରନ୍ତି। ଆର୍ଥିକ ଅନଟନ ଓ କୌଣସି ବିବାଦୀୟ କଥା ପରିସ୍ଥିତିକୁ ସରଗରମ କରିଦେଇପାରେ। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପାରିବାରିକ ସମସ୍ୟାର ସରଳ ସମାଧାନ ହୋଇଯିବ। ଗୁରୁକ୍ଷେତ୍ରସ୍ଥ ଚନ୍ଦ୍ର ଯୋଗୁ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ଭାଙ୍ଗି ପଡ଼ିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ।
କର୍କଟ
କର୍କଟ
ଅଷ୍ଟମସ୍ଥ କର୍ମାଧିପ ସ୍ବଭାବରୁ ସମସ୍ୟା ଆସିଲେ ମଧ୍ୟ ସମାଧାନ ହୋଇଯିବ। ବଳହୀନ ରବିଙ୍କ ଯୋଗୁ ପିତାଙ୍କ ସହ ମତପାର୍ଥକ୍ୟ ପାରିବାରିକ ଅଶାନ୍ତିକୁ ଆମନ୍ତ୍ରଣ କରିବ। ବାକ୍‌ ଅସଂଯମତା ଯୋଗୁ ବନ୍ଧୁମାନଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ଶିଳ୍ପ,ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ।
ସି˚ହ
ସି˚ହ
ଏକାଦଶସ୍ଥ ରାହୁ ଆପଣଙ୍କୁ ବିବାଦୀୟ ସ୍ଥିତି, ମାଲିମକଦ୍ଦମାରେ ବିଜୟୀ କରାଇ ବିଜାତୀୟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପନ କରାଇବ। ପଦସ୍ଥ ବ୍ୟକ୍ତିଙ୍କ ସହ ଭୁଲ୍‌ ବୁଝାମଣା ଓ ଅସାବଧାନତା କାରଣରୁ ସୁଯୋଗ ହାତଛଡ଼ା ହୋଇପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ବୁଝାମଣା ଅଭାବରୁ ସମ୍ପର୍କହାନି ଆଶଙ୍କା ଦେଖାଦେବ।
କନ୍ୟା
ଦୈହିକ ସୁସ୍ଥତା ସାଙ୍ଗକୁ ବନ୍ଧୁବର୍ଗଙ୍କ ସାହାଯ୍ୟ, ସହଯୋଗ କାର୍ଯ୍ୟ ହାସଲ ଦିଗରେ ସହାୟକ ହେବ। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ଓ ସାହିତ୍ୟ, କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ। ଆଜିର ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ। ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ବହୁ ଶୁଭଫଳ ପ୍ରଦାନ କରିବ।
ତୁଳା
ତୁଳା
କେନ୍ଦ୍ରସ୍ଥ ଶୁକ୍ର କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ, ସାମାଜିକ ପ୍ରତିଷ୍ଠା ପ୍ରଦାନ କରିବ। ଚେଷ୍ଟା କରୁଥିବା କାମଗୁଡ଼ିକ ପାଇଁ ବିଶେଷ ଚିନ୍ତିତ ହେବାକୁ ପଡ଼ିବ ନାହିଁ । ପରିବାରରେ ପରସ୍ପର ମନର ଦୁଃଖ ଓ ଅବସୋସକୁ ପ୍ରକାଶ କରି ନ ପାରି ନୀରବ ରହିବାକୁ ବାଧ୍ୟ ହେବେ। ନିଜର ସଚ୍ଚୋଟତା ପ୍ରବୃତ୍ତି କେତେକ ସାମ୍ଭବ୍ୟ ସମସ୍ୟାକୁ ନିମନ୍ତ୍ରଣ କରିପାରେ।
ବିଛା
ବିଛା
ଦୈହିକ ସୁସ୍ଥତା ସାଙ୍ଗକୁ ବନ୍ଧୁବର୍ଗଙ୍କ ଆଦର ଅଭ୍ୟର୍ଥନା ମନୋବଳ ବୃଦ୍ଧିରେ ସହାୟକ ହେବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହମତି କିମ୍ବା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ କାରବାରରେ ଲାଭବାନ୍‌ ହେବେ। ଆଇନ ଅଦାଲତ,କଳା, ସାହିତ୍ୟରେ ସମସ୍ୟା ସମାଧାନର ଆଶା ରହିଛି।
ଧନୁ
ଧନୁ
ଅଷ୍ଟମାଧିପତି ଚତୁର୍ଥ କେନ୍ଦ୍ରସ୍ଥ ଯୋଗୁ ପରିବାର, ପରିବହନ, ସାମାଜିକ ସ୍ଥିତି କେତେକାଂଶରେ ହ୍ରାସ ପାଇବ। ମନାନ୍ତର ଜନିତ ହ୍ରାସ ପାଇଥିବା ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବା ଆଶା ରହିଛି। ଜଣେ ବ୍ୟକ୍ତିଙ୍କ ସାହାଯ୍ୟରୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ। ଯାତ୍ରା, ନିର୍ମାଣ ପ୍ରଭୃତିରେ ଆଂଶିକ ସଫଳତା ମିଳିବ।
ମକର
ମକର
ଚନ୍ଦ୍ରଙ୍କ ଭାଗ୍ୟସ୍ଥାନ ପ୍ରତି ଦୃଷ୍ଟି ଓ ରାଶିରେ ଶୁକ୍ର ଯୋଗୁ ଯାହା ଅଭିଳାଷ ରଖିଛନ୍ତି ତାହା ନିଶ୍ଚିତ ପୂରଣ ହୋଇଯିବ। ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ପାଇବେ। ବହୁ ପୂର୍ବରୁ ଆଶା ପୋଷଣ କରିଥିବା କାୈଣସି ଖବର ପାଇ ଖୁସି ହେବେ। ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
କୁମ୍ଭ
କୁମ୍ଭ
ଆଜି ଆଶା କରିଥିବା ଦିଗରୁ ଅର୍ଥଲାଭ ସହ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କରିବେ। ଅତ୍ୟଧିକ କର୍ମଜାଳ ଜନିତ ମାନସିକ ଚାପ ବୃଦ୍ଧି ପାଇବ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ ଓ ପରିବହନ, ଏଜେନ୍ସିପ କ୍ଷେତ୍ରରେ ସମସ୍ୟା ଦୂର ହୋ‍ଇଯିବ। ପ୍ରିୟ ବନ୍ଧୁଟିର ଅଶାଳୀନ ମନ୍ତବ୍ୟ କିମ୍ବା ପକ୍ଷପାତିତାକୁ ନାପସନ୍ଦ କରିବେ।
ମୀନମୀନ
ରେବତୀ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ପୂର୍ବ ସଂକଳ୍ପିତ କାର୍ଯ୍ୟସାଧିତ ହେବାରେ କୌଣସି ଅସୁବିଧା ରହିବ ନାହିଁ। କର୍ମକ୍ଷେତ୍ରରେ ଶତ୍ରୁତାଜନିତ ବିଭିନ୍ନ ସମସ୍ୟା ମନକୁ ଭାରାକ୍ରାନ୍ତ କରି ରଖିବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ବ୍ୟସ୍ତ ଓ ବିବ୍ରତତାକୁ ଦେଖି ଆତ୍ମୀୟ ଓ ଗୁରୁଜନଙ୍କ ସାନ୍ତ୍ବନାବାଣୀ ମନରେ ଆଶ୍ୱସ୍ତି ଭରିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶନିବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଯାତ୍ରା, ଆଲୋଚନା, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri