Posted inRasifala

ରାଶିଫଳ: ଶନିବାର, ଜାନୁଆରି ୧୧ ତାରିଖ – Daily Horoscope

ମେଷ
ରାଶ୍ୟାଧିପ ମଙ୍ଗଳ ସ୍ବଗୃହୀ ହେଲେ ମଧ୍ୟ ବାଧକାଧିପ ଶନିଙ୍କ ନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ଣ୍ଣତଃ ଉପଶମ ନ ହୋଇପାରେ । ନିଜ ପରିସରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପାରିବାରିକ କ୍ଷେତ୍ରର ଅସନ୍ତୋଷ ଆପୋସ ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ । ଆର୍ଥିକ ସଙ୍କଟ ମଧ୍ୟରେ ଗତି କରି ବିଚଳିତ ରହିବେ।
ବୃଷ
ବୃଷ
ରାଶ୍ୟାଧିପ କର୍ମାଧିପଙ୍କ ନକ୍ଷତ୍ରରେ ରହିଥିବାରୁ ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ପ୍ରତ୍ୟେକ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ । ପାରିବାରିକ କ୍ଷେତ୍ରରେ ପିଲାମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଲୋକସମ୍ପର୍କ, ବ୍ୟବସାୟିକ ସ୍ଥିତି, ପୂର୍ବ ସ୍ଥିରୀକୃତ କାଯର୍ର୍‌ୟ,ଯାତ୍ରାରୁ ସୁଫଳ ପାଇବେ ।
ମିଥୁନ
ମିଥୁନ
କୌଣସି ହିତୈଷୀ ବନ୍ଧୁଙ୍କ ସାହାଯ୍ୟ ପ୍ରତିଶ୍ରୁତିରୁ ଦୁସ୍ଥ ମାନସିକତାରେ ପରିବର୍ତ୍ତନ ଘଟିପାରେ । ଆର୍ଥିକ ଓ ପାରିବାରିକ ସ୍ଥିତିରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ । କର୍ମକ୍ଷେତ୍ରରେ ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡ଼ିବ । ଶୁକ୍ରଙ୍କ ଶୁଭତ୍ୱରୁ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି।
କର୍କଟ
କର୍କଟ
ରାଜଯୋଗକାରକ ମଙ୍ଗଳଙ୍କ ସୁପ୍ରଭାବରୁ କାର୍ଯ୍ୟସିଦ୍ଧି,ବନ୍ଧୁପ୍ରୀତି,ଅର୍ଥଲାଭ, ଶୁଭଖବରାଦି ପ୍ରାପ୍ତହେବ । ପରୋକ୍ଷ ଶତ୍ରୁତା ପ୍ରତ୍ୟେକ କାର୍ଯ୍ୟରେ ସାମୟିକ ସମସ୍ୟା ସୃଷ୍ଟି କଲେ ମଧ୍ୟ ଆପଣଙ୍କ କର୍ମପ୍ରବାହର ଗତିରୋଧ ହେବ ନାହିଁ । ବ୍ୟବସାୟ, ପରିବହନ, ପ୍ରଶାସନ ଓ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଟେନ୍‌ସନ କିଛି ମାତ୍ରାରେ ଲାଗିରହିବ।
ସି˚ହ
ସି˚ହ
ମଙ୍ଗଳପ୍ରଦ ମଙ୍ଗଳ ଅମଙ୍ଗଳ ବିନାଶକରି ମାଙ୍ଗଳିକ କାମପାଇଁ ମାର୍ଗ ଉନ୍ମୁକ୍ତ କରିବେ । ଲୋକସମ୍ପର୍କ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ପ୍ରଶଂସିତ ହେବେ। କିନ୍ତୁ ମଘା ନକ୍ଷତ୍ର ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସ୍ଥଗିତ କାମପାଇଁ କୈଫିୟତ ଦେବାକୁ ପଡ଼ିପାରେ । ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବା ଆଶଙ୍କା ରହିଛି ।
କନ୍ୟା
ଚତୁର୍ଥ ଓ ଦଶମସ୍ଥାନ ପାପାକ୍ରାନ୍ତ ଯୋଗୁ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ସମସ୍ୟାବହୁଳ ରହିବ । ସମ୍ପର୍କୀୟମାନେ ସମ୍ମୁଖରେ ହିତବାଣୀ ଶୁଣାଉଥିଲେ ହେଁ ପରୋକ୍ଷରେ ବିରୁଦ୍ଧାଚରଣ କରିବେ । ସଭାସମିତିରେ, ଆଲୋଚନା ଅବସରରେ ସମ୍ମାନଜନକ ସ୍ଥିତିରେ ରହିପାରନ୍ତି। ଯାତ୍ରା,ବାଣିଜ୍ୟ, ଶିଳ୍ପ, ପ୍ରକଳ୍ପାରମ୍ଭ ପାଇଁ କୌଣସି ଅସୁବିଧା ହେବନାହିଁ ।
ତୁଳା
ତୁଳା
ଆଜି ଶୁକ୍ରଙ୍କ ସ୍ଥାନ ସ୍ଥିତିରୁ ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମୟ ଅତିବାହିତ କରିବେ । ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ଘରୋଇ ବ୍ୟାପାରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ବରେ ପଡ଼ିପାରନ୍ତି । ଅସାବଧାନତା କାରଣରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ ।
ବିଛା
ବିଛା
ଏକାଧିକ ଗ୍ରହ ଧନସ୍ଥାନସ୍ଥ ଯୋଗୁ ବିଭିନ୍ନ କାମରୁ ଅର୍ଥଲାଭର ସମ୍ଭାବନା ରହିଛି । କିନ୍ତୁ କଥାବାର୍ତ୍ତା କିମ୍ବା ବ୍ୟବହାରରେ କୌଣସି ବ୍ୟତିକ୍ରମ ଅଶାନ୍ତ ସ୍ଥିତି ଉତ୍ପନ୍ନ କରିପାରେ । ଯାତ୍ରା,ବାଣିଜ୍ୟ,ପରିବହନ,କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ । ନିକଟ ସମ୍ପର୍କୀୟ ମାନଙ୍କ ସହ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ ।
ଧନୁ
ଧନୁ
ରାଶିରେ ଏକାଧିକ ଗ୍ରହ ଦୈହିକ ଓ ମାନସିକ ସ୍ଥିତିକୁ ବିକ୍ଷିପ୍ତ କରିପାରେ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ନିଜର ପତିଆରା ବୃଦ୍ଧି ପାଇବ ଓ ବିଜୟୀ ହେବେ । ସନ୍ତାନଙ୍କ ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବା ସୂଚନା ରହିଛି ।ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିବା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ ।
ମକର
ମକର
ଶୁକ୍ର ପ୍ରଭାବରେ ମନକୁ ସୁହାଇଲା ଭଳି କଥା କହି କାମ ହାସଲ କରିପାରିବେ । କିନ୍ତୁ ଶ୍ରବଣା ନକ୍ଷତ୍ର ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି। ସାଧାରଣ ଯୁକ୍ତିତର୍କଜନିତ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ ।
କୁମ୍ଭ
କୁମ୍ଭ
ଦ୍ୱାଦଶସ୍ଥ ଶୁକ୍ର ବିଳାସବ୍ୟସନ ଓ ମନୋରଞ୍ଜନର ମଉକା ସୃଷ୍ଟି କରିପାରନ୍ତି । କିନ୍ତୁ ଶତଭିଷା ନକ୍ଷତ୍ରର ଅଭାବ ନ ଥିଲେ ମଧ୍ୟ ଅର୍ଥ ସମ୍ପର୍କି ତ କାମରେ ଅସ୍ଥିରତା ଲାଗି ରହିବ । ଅନ୍ୟ ମାନଙ୍କ କଥାରେ ପ୍ରଭାବି ତ ହେବା ସହ ଏକାଧିକ କାମ ହାତକୁ ନେଇ ବ୍ୟସ୍ତବି ବ୍ରତ ହେବେ । ନିଜ ପରିବେଶରେ କିମ୍ବା ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ।
ମୀନମୀନ
ପାପଗ୍ରହ ପ୍ରଭାବରେ ପାରିବାରିକ କ୍ଷେତ୍ର ବୁଝାମଣା ଅଭାବରୁ ଅଶାନ୍ତ ରହିବ । ଗାଡ଼ି,ମୋଟର ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ  ବିଳମ୍ବିତ ସମୟରେ କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବା ବ୍ୟତୀତ ଅନ୍ୟ କୌଣସି ଅସୁବିଧା ରହିବ ନାହିଁ । ଆଜି ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri