Posted inRasifala

ରାଶିଫଳ: ରବିବାର, ମେ ୩ ତାରିଖ – Daily Horoscope

ମେଷ
ଆଜିର କାମ ଗୁଡିକ ସୁବିଧାରେ ଓ ସୁରୁଖୁରୁରେ ହୋଇଯିବ। ଘରେ ନିଜ ପରିସରର ବନ୍ଧୁଙ୍କ ସହିତ ଖୁସିର ଆସର ଜମିପାରେ। ପ୍ରଶାସନ,ଆନୁଷ୍ଠାନିକ କା, ରାଜନୀତି ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ମାନସିକ ସ୍ଥିତି ବିପନ୍ନ ହୋଇପାରେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି।
ବୃଷ
ବୃଷ
ଦୀର୍ଘଦିନହେଲା ଆପଣ ଯାହା ଖୋଜୁଛନ୍ତି,ତାହା ଅବଶ୍ୟ ପାଇବେ କିନ୍ତୁ ସାମାନ୍ୟ ବିଳମ୍ବରେ। ବନ୍ଧୁ ମାନଙ୍କ ସହ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ। ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢିପାରେ। କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ମିଥୁନ
ମିଥୁନ
ଖୁସୀ ମିଜାଜରେ କାମ କରିବାର ସୁଯୋଗ ପାଇବେ। ଖୋଜୁଥିବା ଜିନିଷ ,ଦରକାରୀ କାଗଜପତ୍ର କିମ୍ବା ସରକାରୀ ସୁବିଧା ସହଜରେ ପାଇଯିବେ। ମନୋରନ ପ୍ରୀତିପ୍ରଦ ହେବ ଓ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ କିନ୍ତୁ କର୍ମକ୍ଷେତ୍ରରେ ସବୁ ଜାଣିଶୁଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
ଅତୀତ ଘଟଣାର ସମୀକ୍ଷା କରିବା ସଙ୍ଗକୁ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବେ ଏବଂ କଣସି ନୂତନ କର୍ମାରମ୍ଭ କରିପାରନ୍ତି। ନୂତନ ଗୃହୋପଯୋଗୀ ଜମିଜମା ସମ୍ପର୍କୀୟ କଥାରେ ଅଗ୍ରଗତି ଘଟିବ। ସାହିତ୍ୟ,କଳା,ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‌ ଧାରଣା ପୋଷଣ କରିପାରେ। ପାରିବାରିକ ସ୍ତରରେ କିଛିନା କିଛି ଅସୁବିଧା ସୃଷ୍ଟି ହେବାର ଲକ୍ଷ୍ୟ କରିବେ। ପୂର୍ବା-ଫାଲଗୁନୀ ନକ୍ଷତ୍ରର ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ ,ବାଣିଜ୍ୟ ଓ ଏଜେନ୍ସିପରୁ ଖୂସି ରହିବେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି ପାରନ୍ତି।
କନ୍ୟା
ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ଆଜିହିଁ ସମାଧାନ ହୋଇଯିବ। ଆର୍ଥିକ ଅନଟନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିନପାରେ। ନିକଟ ସମ୍ପର୍କୀୟ ମାନଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ହେତୁ ଅନ୍ୟ ମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ। ସାଧାରଣ ଭଲ ଓ ମନ୍ଦ ମଧ୍ୟରେ ପାରିବାରିିକ ସଦ୍ଭାବ ପ୍ରାୟତଃ ଅକ୍ଷୁର୍ଣ୍ଣ ରହିବ।
ତୁଳା
ତୁଳା
ପରିବାରର ଆବଶ୍ୟକତା କୁ ଉପଲବ୍ଧତ୍ କରି ମୂଲ୍ୟବାନ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି। ସରକାରୀ ସ୍ତରରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ। ଶତ୍ରୁ ଉପଦବ୍ର ସମ୍ପୁର୍ଣ୍ଣ ଭାବେ କମିଯିବା ସଙ୍ଗକୁ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇପାରେ।
ବିଛା
ବିଛା
ଅଯଥା ବ୍ୟସ୍ତ ବିବ୍ରତ ନହୋଇ ତରବରିଆ ଭାବେ କୈାଣସି କାମ କଲେ ସବୁ ଓଲଟ ପାଲଟ ହୋଇଯିବ। ଅନୁରାଧା ନକ୍ଷତ୍ର ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ସାମୟିକ ଯାତ୍ରାରେ ଅସୁବିଧା ଘଟିପାରେ। ଆଜିର ଅଧିକାଂଶ ସମୟ ବନ୍ଧୁ ମାନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ,କାରଣ ଜାଣିଶୁଣି କେତେକ ବ୍ୟକ୍ତି ସମସ୍ୟା ସୃଷ୍ଟି କରିପାରନ୍ତି। ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ଡାକି ଆଣିପାରନ୍ତି। ପରିବାର ଓ ପରିବହନରେ ସମସ୍ୟା ଦେଖାଦେବ କିନ୍ତୁ ଆର୍ଥିକ ଉନ୍ନତି ପାଇଁ ଚିନ୍ତା ପ୍ରକଟ କରି ପାରନ୍ତି।
ମକର
ମକର
ଆଜି ଆପଣ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ,ଅସୁବିଧାରେ ପଡି ପାରନ୍ତି। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ଏବଂ ମାଙ୍ଗଳିକ କାମରୁ ଖୁସି ରହିବେ। ଥଣ୍ଡା ଜ୍ୱର ଜନିତ ରୋଗରେ ପୀଡା ବୃଦ୍ଧି ଘଟିବାର ଆଶଙ୍କା ରହିଛି। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ପର କ୍ଷଣରେ ଅନୁତପ୍ତ ହେବେ।
କୁମ୍ଭ
କୁମ୍ଭ
ପରିସ୍ଥିତିକୁ ସାମନା କରିବାରେ ଅଧୈର୍ଯ୍ୟ ହେବା ସହ ଅଯଥା ଗୁଡାଏ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରି ପାରନ୍ତି। ଦୁଃସାହାସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ଭଲ୍‌ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଶିଳ୍ପ,ବାଣିଜ୍ୟ, ବ୍ୟବସା.ପ୍ରଶାସନ କ୍ଷେତ୍ରରେ ସଫଳତା ହାସଲ କରିବେ।
ମୀନମୀନ

ଆଜି ଆପଣ କୈାଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ବନ୍ଧୁ ମାନଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରାର ସୁଯୋଗ ପାଇବେ। ଆଲୋଚନା କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି। ପରିବହନ,ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri