Posted inRasifala

ରାଶିଫଳ: ରବିବାର, ଜୁନ୍ ୨୧ ତାରିଖ – Daily Horoscope

ମେଷ
ମନ ଭିତରର ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିବାରେ ସମର୍ଥ ହେବେ। ପାରିବାରିକ ସମ୍ପର୍କକୁ ପ୍ରାଧାନ୍ୟ ଦେଇ ଅନ୍ୟମାନଙ୍କର ଚକ୍ଷୁଶୂଳ ହେବାକୁ ପଡିପାରେ। ମୁହଁ ସାମ୍‌ନାରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବା ଶୁଣିବାକୁ ପାଇବେ।
ବୃଷ
ବୃଷ
ସୁଖର ପ୍ରତୀକ ଶୁକ୍ର ରାଶିରେ ଅବସ୍ଥାନ କରି ମନୋରଞ୍ଜନ ଦିଗରେ ଆପଣଙ୍କୁ ଆକୃଷ୍ଟ କରାଇବ। ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ନିଜର ସ୍ବାର୍ଥ ହାସଲ କରିବା ପାଇଁ ଚେଷ୍ଟା କରିପାରନ୍ତି। ଘରୋଇ କ୍ଷେତ୍ରରେ ଅଭାବ ନ ଥିଲେ ମଧ୍ୟ ସନ୍ତାନ ହେତୁକ ପୀଡା ଅନୁଭବ କରିବେ।
ମିଥୁନ
ମିଥୁନ
ମନକାରକ ଚନ୍ଦ୍ର ପାପଗ୍ରହାକ୍ରାନ୍ତ ହୋଇ ଆପଣଙ୍କ କଥା, କାର୍ଯ୍ୟ ଓ ଚିନ୍ତାଧାରାକୁ କଳୁଷିତ କରିପାରନ୍ତି। ମନର ଅଶାନ୍ତି ଓ ରାଗକୁ ନିୟନ୍ତ୍ରଣ ମଧ୍ୟରେ ନ ରଖି ଅନ୍ୟ ଉପରେ ଶୁଝାଇଲେ ଓଲଟା ଫଳ ହୋଇପାରେ। ଆଜି ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଆପ୍ୟାୟିତ କରି ଅର୍ଥଲାଭର ମାର୍ଗକୁ ସୁଗମ କରିପାରନ୍ତି।
କର୍କଟ
କର୍କଟ
ଭଗବତ୍‌ ବିଶ୍ୱାସ ମାଧ୍ୟମରେ ସତ୍‌ସଙ୍ଗର ସୁଯୋଗ ପ୍ରଦାନ କରିବ। ସୁସ୍ଥ ଚିନ୍ତାଧାରା ହେତୁ ପରିସ୍ଥିତି ପ୍ରତି ସଚେତନ ରହି କାମ କରିବା ଦ୍ୱାରା ପ୍ରତ୍ୟେକ ସମସ୍ୟାକୁ ଟାଳି ଦେଇପାରିବେ। ନିଜ ଭାଇ,ବନ୍ଧୁ ଓ କୁଟୁମ୍ବ ଲୋକମାନଙ୍କ ସହ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିଲେ ମଧ୍ୟ ପ୍ରକାଶ୍ୟରେ କିଛି କହିପାରିବେ ନାହିଁ।
ସି˚ହ
ସି˚ହ
ରବି ଏକାଦଶ ସ୍ଥାନରେ ରାଜଯୋଗ ସୃଷ୍ଟିକରି ବଳିଷ୍ଠବ୍ୟକ୍ତିତ୍ୱ ମାଧ୍ୟମରେ ପ୍ରଶଂସିତ କରିବେ। କିନ୍ତୁ ମଘା ନକ୍ଷତ୍ର ସମସ୍ୟାଭାରରେ ଅତିଷ୍ଠ ହୋଇ ମାନସିକ ଅସ୍ଥିରତା ଅଶାନ୍ତି ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କାମ, କ୍ରୀଡା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କନ୍ୟା
ବୁଧ କର୍ମସ୍ଥ ହେତୁ ଆପଣଙ୍କ କାର୍ଯ୍ୟକୁଶଳତା ବୃଦ୍ଧି ପାଇବା ସହ ଦକ୍ଷତାଭିତ୍ତିକ ପ୍ରଶଂସିତ ହେବେ। ଉତ୍ତରାଫାଲଗୁନୀ ନକ୍ଷତ୍ର ସକାଶେ ନିଜ ପରିସରରେ ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ ଓ କଳହର ସମ୍ଭାବନା ରହିଛି।
ତୁଳା
ତୁଳା
ରାହୁ ଭାଗ୍ୟସ୍ଥ ହେତୁ ଆଜି ଯେକୌଣସି କାମ କଳେ ବଳେ କୌଶଳେ ହାସଲ କରିପାରିବେ। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ଠାରୁ ଦୂରତା ରଖି କାମ କରିବା ଭଲ ହେବ। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବ, ଫଳତଃ ନିଜର କାମଗୁଡିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯାଇପାରେ।
ବିଛା
ବିଛା
କଥାରେ ନ କହି କାମରେ ଦେଖାଇ ପ୍ରଶଂସନୀୟ ହେବେ। ବିଶେଷଭାବରେ କର୍ମକ୍ଷେତ୍ର ପ୍ରତି ଆପଣଙ୍କର ଆନୁଗତ୍ୟ ଉପରିସ୍ଥଙ୍କୁ ଖୁସୀ କରାଇବାରେ ସାହାଯ୍ୟ କରିବ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଆପଣ ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବା ସକାଶେ ବ୍ୟାକୁଳତା ପ୍ରକାଶ କରିବେ।
ଧନୁ
ଧନୁ
ଜ୍ଞାନକାରକ ବୃହସ୍ପତି ମୁଖଭାବରେ ରହି ଆପଣଙ୍କ ଜ୍ଞାନ, ବିଦ୍‌ବତା ଓ ଗରିମାକୁ ଲୋକଲୋଚନକୁ ଆଣିବାରେ ସହାୟକ ହେବେ। ଅଫିସରେ ଅବସର ସମୟରେ ସହକର୍ମୀମାନଙ୍କ ସହ ମିଷ୍ଟାଳାପରୁ ଖୁସୀ ରହି। ଶିକ୍ଷା ଓ ପରୀକ୍ଷାରେ ପିଲାମାନଙ୍କ ସଫଳତାକୁ ନେଇ ଆନନ୍ଦ ଅନୁଭବ କରିବେ।
ମକର
ମକର

ଆପଣଙ୍କ ଶାରୀରିକ ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ସମୟୋପଯୋଗୀ ସଚେତନତା ସୃଷ୍ଟି କରିବେ। କିନ୍ତୁ କୌଣସି ବ୍ୟକ୍ତିଠାରୁ ହଠାତ୍‌ କୌଣସି ଖବର ପାଇ ମାନସିକ ସ୍ତରରେ ବିଚଳିତ ବୋଧ କରିବାକୁ ପଡିପାରେ। ଉପରିସ୍ଥ ଅଧିକାରୀମାନେ କାମହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି।

କୁମ୍ଭ
କୁମ୍ଭ
ଆପଣଙ୍କ ସକାଶେ ଅର୍ଥର ପ୍ରାଚୁର୍ଯ୍ୟ ସହ ସାମାଜିକ ସମ୍ମାନ ପ୍ରଦାନ କରିବ। କିନ୍ତୁ ରାଶ୍ୟାଧିପ ଶତ୍ରୁଗ୍ରହ ରବିଙ୍କ ନକ୍ଷତ୍ରସ୍ଥ ଯୋଗୁଁ ବନ୍ଧୁରେ କଳହ, ଧନହାନି, ପରିବହନରେ ତର୍କ ବିତର୍କର ସମ୍ମୁଖୀନ କରାଇପାରେ। ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି ଓ ସାହିତ୍ୟକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ

ପଞ୍ଚାନନ ଯୋଗ ପ୍ରଭାବରେ ଅର୍ଥନୈତିକ ଅଭିବୃଦ୍ଧି ମାନସିକ ପ୍ରଫୁଲ୍ଲତାର କାରଣ ହେବ। ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର ପିଲାମାନଙ୍କ ସମସ୍ୟା ପାଇଁ ମନ ଅସ୍ଥିର ରହିବା ଜନିତ ମାନସିକ ବ୍ୟଥା ଅନୁଭବ କରିବେ। ତଥାପି କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri