Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୨୦ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କର ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ହେବ, ବିବାଦର ସମାଧାନ, ଅବୁଝା ବନ୍ଧୁଙ୍କୁ ବୁଝାଇ ମନେଇବାରେ ମଧ୍ୟ ସମର୍ଥ ହୋଇପାରିବେ। ମନ ଚାହୁଁଥିବା ଜିନିଷ ଲାଭ କରିବା ଦିଗରେ ଚେଷ୍ଟା ଅବ୍ୟାହତ ରଖନ୍ତୁ, ଆଶା ପୂରଣ ହେବ । ବ୍ୟବସାୟ, ସଭାସମିତି, ଯାତ୍ରା ଓ ବନ୍ଧୁମିଳନରେ ସମୟ କଟାଇବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଅବହେଳାଜନିତ ଅଟକି ରହିଥିବା କାମଗୁଡ଼ିକୁ ତ୍ୱରାନ୍ବିତ କରାଇବାରେ ଚେଷ୍ଟିତ ହେବେ। ଆଶା କରୁଥିବା ଦିଗରୁ ଧନପ୍ରାପ୍ତି ହୋଇପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ। ସ୍ବରାଶିସ୍ଥ ଚନ୍ଦ୍ର ଆତ୍ମୀୟମାନଙ୍କ ସ୍ନେହ, ଶ୍ରଦ୍ଧା ଓ ସଦିଚ୍ଛା ଦାନରେ ସହାୟକ ହୋଇପାରନ୍ତି।
ମିଥୁନ
ମିଥୁନ
ଦୀର୍ଘଦିନରୁ ଚେଷ୍ଟା କରୁଥିବା ଦିଗରୁ ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବେ। ପରିବାରର ଆବଶ୍ୟକତାକୁ ନେଇ ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅଫିସ୍‌ କାମରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ବ୍ୟବସାୟରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।
କର୍କଟ
କର୍କଟ
ଆଜିର ଅଫିସ କାମରେ ଭାବପ୍ରବଣତାବଶତଃ କିମ୍ବା ନିଜର କ୍ଷମତାର ଅପବ୍ୟବହାରଜନିତ ବିରକ୍ତିକର କଥା କହି ଅପଦସ୍ଥ ହେବେ। ପରକଥାରେ ପ୍ରଭାବିତହୋଇ ଭୁଲ୍‌ ମାର୍ଗ ଅନୁସରଣ କରିପାରନ୍ତି। ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ଜମିଜମା କାରବାର ବୃଦ୍ଧି ପାଇଁ ଚେଷ୍ଟା କଲେ ଉପକୃତ ହେବେ।
ସି˚ହ
ସି˚ହ
ଆପଣଙ୍କ କଥା ଓ କାମରେ ମେଳ ନ ରହିବା କାରଣରୁ ଆଜି ଆପଣ ଅନ୍ୟମାନଙ୍କ ସକାଶେ ଅବିଶ୍ୱାସର ପାତ୍ର ହୋଇପାରନ୍ତି। ପାରିବାରିକ ଆବଶ୍ୟକତାକୁ ନେଇ ବ୍ୟୟର ମାତ୍ରା କ୍ରମଶଃ ବୃଦ୍ଧି ହେତୁ ମାନସିକ ଅବସାଦ ବୃଦ୍ଧି ପାଇବ। ଏକାଧିକ ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
କନ୍ୟା
ଆପଣ ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ସମସ୍ୟାକୁ ନିମନ୍ତ୍ରଣ କରିବେ। ଋଣ ଉଠାଣ, ଲଟେରି କାରବାରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି।
ତୁଳା
ତୁଳା
ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ ଓ ସଫଳତା ମଧ୍ୟ ପାଇବେ। ବନ୍ଧୁମାନଙ୍କ ସହ ହସ ଖୁସିରେ ସମୟ ଅତିବାହିତ ହେବ। ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସହ ନୂତନ ସ୍ଥାନ ପରିଦର୍ଶନଜନିତ ଅହେତୁକ କଳ୍ପନାରେ ମସ୍‌ଗୁଲ ରହିବେ।
ବିଛା
ବିଛା
ପାରିପାର୍ଶ୍ୱିକ ପରିବେଶ ଓ ପରିସ୍ଥିତିକୁ ନେଇ ସାମାନ୍ୟ ଅସ୍ଥିରତା ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ଆମନ୍ତ୍ରଣ କ୍ରମେ ଯାତ୍ରା କରିବାକୁ ପ୍ରସ୍ତୁତିପର୍ବରେ ଲାଗିପାରନ୍ତି। ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହୋଇପାରେ। ରାଜନୈତିକ ସ୍ଥିତି, ଅର୍ଥନୈତିକ ପ୍ରଗତି ସାଙ୍ଗକୁ ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ।
ଧନୁ
ଧନୁ
ନିଜ ଲୋକଙ୍କ ଚକ୍ଷୁଶୂଳର କାରଣ ସ୍ବରୂପ ଶ୍ରଦ୍ଧା, ସମ୍ମାନ ଓ ଆଦରର ନୂ୍ୟନତା ଉପଲବ୍ଧି କରିବେ। କର୍ମକ୍ଷେତ୍ରରେ ଅସହଯୋଗ କାରଣଜନିତ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବିଶ୍ୱସନୀୟ ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରିବେ।
ମକର
ମକର
କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ଏଜେନ୍ସିପରୁ ଖୁସି ରହିବେ। ବିବଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତା ଭଲ କାମ ଦେବ ଓ ମାମଲା ଫଇସଲା ହୋଇଯାଇପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଓ ସାହସିକତାର ଭିତ୍ତିଭୂମିରେ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରିନେବେ। ଘର ସାଜସଜ୍ଜା, ନିର୍ମାଣ, ନୃତ୍ୟ ଓ ସଙ୍ଗୀତରେ ମଜ୍ଜିରହିପାରନ୍ତି। ଆର୍ଥତ୍କ ଦିଗଟି ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ। ଯାତ୍ରାରେ କଳହ ଲାଗିପାରେ।
ମୀନମୀନ
ଆପଣଙ୍କ ଲୋକପ୍ରିୟତା ଓ ପ୍ରଶଂସା ଅନ୍ୟମାନଙ୍କର ଗାତ୍ରଦାହର କାରଣ ହୋଇପାରେ। ଜଣେ ବ୍ୟକ୍ତି କର୍ମକ୍ଷେତ୍ରରେ ହଠାତ୍‌ ଅସହଯୋଗ କରି ସମସ୍ୟାର କେନ୍ଦ୍ରବିନ୍ଦୁ ପାଲଟି ଯାଇପାରନ୍ତି ,ଫଳତଃ କେତେକ କ୍ଷେତ୍ରରେ ଯେତେ ଭଲ କାମ କଲେ ସୁଦ୍ଧା କର୍ମକ୍ଷେତ୍ରରେ ସମାଲୋଚିତ ହେବେ। ତଥାପି ଅଭିଳଷିତ କାମରେ ଉନ୍ନତି ପରିଲକ୍ଷିତ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inHome, Rasifala View All

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri