Posted inRasifala

ରାଶିଫଳ: ମଙ୍ଗଳବାର, ମେ ୨୧ ତାରିଖ – Daily Horoscope

ମେଷ

ଆଜି ବାରାଧିପ ବୃହସ୍ପତି ମିତ୍ର ଚନ୍ଦ୍ରଙ୍କ କ୍ଷେତ୍ରରେ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରାଇବେ। କର୍ମକ୍ଷେତ୍ରରୁ ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ଓ ସହଯୋଗର ଅବାରିତ ଧାରା ମନକୁ ପ୍ରଫୁଲ୍ଲିତ କରିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ କିଛି ଊଣା ହେବନି।

ବୃଷ
ବୃଷ
ମାନସିକ ଅସ୍ଥିରତାରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। କର୍ମକ୍ଷେତ୍ର ମନ୍ଦ ନ ହେଲେ ମଧ୍ୟ ଶାନ୍ତିପ୍ରଦ ହୋଇ ନ ପାରେ। ଆଜି ଅଫିସରେ ପରିସ୍ଥିତିକୁ ସ୍ବାଭାବିକ କରିବା ମାନସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରିନେବେ। ସାହିତ୍ୟ, ସାମ୍ବାଦିକତା, ଆଲୋଚନା, ଚୁକ୍ତିପତ୍ର ସମ୍ପାଦନ କ୍ଷେତ୍ରରେ ସୁଫଳ ପାଇବେ।
ମିଥୁନ
ମିଥୁନ

ବିଶେଷ ଝଡ଼ଝାଞ୍ଜ ନ ଥାଇ ଦିନଟି ଏକ ପ୍ରକାର ଭଲରେ ଭଲରେ ଅତିବାହିତ ହେବ। ହସଖୁସୀ ଓ ମଜାମଉଜର ପରିବେଶ ମଧ୍ୟରେ ନିଜର ସ୍ଥିତିକୁ ମଧ୍ୟ ପାସୋରି ଦେଇ ପାରନ୍ତି। ଶୁଭେଚ୍ଛୁମାନଙ୍କ ଦ୍ୱାରା ପ୍ରଶଂସା ପାଇବା ସମୟରେ ନିନ୍ଦୁକ ଗୋଷ୍ଠୀ କୁତ୍ସାରଟନା କରିପାରନ୍ତି। ବ୍ୟବସାୟ, ପ୍ଲଟିଂ କାରବାର କ୍ଷେତ୍ରରେ ସଫଳତା ପାଇବେ ନାହିଁ ।

କର୍କଟ
କର୍କଟ
ଆଜିର ଚନ୍ଦ୍ର ରାହୁଙ୍କ ନକ୍ଷତ୍ରରେ ରହି କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ସମସ୍ୟା ବହୁଳ କରିପାରନ୍ତି। ଅର୍ଥାଭାବ ନ ଥିଲେ ମଧ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଟଙ୍କା, ପଇସା ଅଭାବ ପରିଲକ୍ଷିତ ହେବ। ଶିଳ୍ପ,ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନ କ୍ଷେତ୍ରରେ ସମସ୍ୟା ସୁଧାରିନେବା ପାଇଁ ପ୍ରଯତ୍ନ କରିବେ।
ସି˚ହ
ସି˚ହ
ଧୈର୍ଯ୍ୟର ସହ ପ୍ରତ୍ୟେକ ପରିସ୍ଥିତିର ସଫଳ ମୁକାବିଲା କରିବାରେ ସମର୍ଥ ହେବେ। କିଛି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇପାରନ୍ତି। ଜମିଜମା, କଚେରି ମାମଲା, ପରିବହନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ଉପକୃତ ହେବେ। ମହିଳା ନିଜ ପସନ୍ଦର ଜିନିଷ ଆଣିବା ପାଇଁ ପରିବାରବର୍ଗଙ୍କୁ ଅନୁରୋଧ କରିପାରନ୍ତି।
କନ୍ୟା
ଶାରୀରିକ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସୁସ୍ଥତା ରହି ନ ପାରେ। କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଆଗାମୀ ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ଗାଡ଼ି, ମୋଟର, ଯାନ୍ତ୍ରିକ ଜିନିଷ କିମ୍ବା ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି। ଶିଳ୍ପ,ବାଣିଜ୍ୟ, ବ୍ୟବସାୟ କିମ୍ବା ପରିବହନରେ ସମସ୍ୟାର ସମାଧାନ ହୋଇଯିବ।
ତୁଳା
ତୁଳା
ପାରିବାରିିକ ପ୍ରତିରୋଧ କିମ୍ବା ବୃଦ୍ଧ ପିତାଙ୍କ ସ୍ବାସ୍ଥ୍ୟହାନି ମାନସିକ ସ୍ଥିତିକୁ ଦୋହଲାଇଦେଇପାରେ। ଅତି ନିକଟରେ ରହି ସାହାଯ୍ୟ କରୁଥିବା ବ୍ୟକ୍ତି ଉପରେ ବିରକ୍ତି ପ୍ରକାଶ କରନ୍ତୁୁ ନାହିଁ। କେତେକ କ୍ଷେତ୍ରରେ ମନକଥା ମନରେ ରଖି ଗୁରୁଜନମାନଙ୍କୁ ପ୍ରତାରିତକରି ଅନୁଶୋଚନା କରିବେ। ଅଫିସ୍‌ରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ।
ବିଛା
ବିଛା
ଯେତେ ପ୍ରକାର ଉପାୟ ଅବଲମ୍ବନକଲେ ମଧ୍ୟ ସମୟଚକ୍ର ଦୁଃଖସୀମାକୁ ଆଜି ଅତିକ୍ରମ କରିପାରିବେ ନାହିଁ। କିନ୍ତୁ ଜ୍ୟେଷ୍ଠା ନକ୍ଷତ୍ର କର୍ମକ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ଦୀର୍ଘଦିନରୁ କ୍ଷୁଣ୍ଣ ହୋଇଥିବା ସମ୍ପର୍କ ପୁନଶ୍ଚ ଫେରିପାଇବେ। ବନ୍ଧୁଙ୍କ ଛୋଟ କଥାକୁ ବଡ଼ ଆକାରରେ ଚିନ୍ତା କରିବେ।
ଧନୁ
ଧନୁ
ସକାଳୁ ସକାଳୁ କୌଣସି ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଅଭାବ ନ ଥିଲେ ମଧ୍ୟ ମାନସିକ ସୁସ୍ଥତା ଅଭାବରୁ କୌଣସି ସୁଖଦ ପରିସ୍ଥିତି ମଧ୍ୟ ଉପଭୋଗ୍ୟ ହେବନାହିଁ। ପ୍ରକାଶନ, ପ୍ରଶାସନ, ଗବେଷଣା, ଅନୁସନ୍ଧାନ, କଳା, ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ଶୁଭଫଳ ପାଇବେ। ମହିଳା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମାନୋଭାବ ଉପୁଜି ପାରେ।
ମକର
ମକର
ପ୍ରତିରୋଧର ସାମାନ କରି ନିଜର ଲକ୍ଷ୍ୟ ସାଧନ ଦିଗରେ ଅଗ୍ରସର ହେବେ। ଯୁକ୍ତିଯୁକ୍ତ କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ ମୁଗ୍ଧ କରିବାରେ ଅଗ୍ରଣୀ ହେବେ। ଆର୍ଥିକ ସ୍ଥିତି ମଧ୍ୟ ମନ୍ଦ ହେବନି, କିନ୍ତୁ ଋଣ ଭାର କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ସାମୟିକ ଚିନ୍ତା କରିବେ। ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିବ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ହେତୁ ଚିନ୍ତା କରିପାରନ୍ତି। ଗତକାଲିଠାରୁ ସ୍ଥଗିତ କାମକୁ ଆଜି ପୂରା ଦମରେ କରିବାପାଇଁ ନିଷ୍ପତି ନେବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବା ଦ୍ୱାରା ଅଟକି ଥିବା କାମ ତ୍ୱରାନ୍ବିତ ହେବ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।
ମୀନମୀନ
କର୍ମକ୍ଷେତ୍ରରେ ସାମାନ୍ୟ ସୁଧାର ଆସିଲେ ମଧ୍ୟ ପାରିବାରିକ ସ୍ଥିତି ପୂର୍ବପରି ରହିବ। ଅଭାବ ନ ଥିଲେ ମଧ୍ୟ କ୍ରମଶଃ ଆବଶ୍ୟକତା ବୃଦ୍ଧି ପାଉଥିବାର ଅନୁଭବ କରିବେ। ବ୍ୟବସାୟ, ପରିବହନଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। କର୍ମକ୍ଷେତ୍ରରେ ପକ୍ଷପାତିତାର ବିରୋଧ କରି କଳହ ସୃଷ୍ଟି ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?