Posted inRasifala

ରାଶିଫଳ: ମଙ୍ଗଳବାର, ଫେବ୍ରୁଆରି ୧୧ ତାରିଖ – Daily Horoscope

ମେଷ
କର୍ମଭାବର ଶୁଭତ୍ୱ ଆପଣଙ୍କ କାର୍ଯ୍ୟସିଦ୍ଧି ସହ ସାମାଜିକ ସମ୍ମାନ ଅକ୍ଷୁଣ୍ଣ ରହିବ। ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବା ସଙ୍ଗକୁ ବନ୍ଧୁଙ୍କ ମହଲରେ ପ୍ରଶଂସାର ପାତ୍ର ହେବେ। କିନ୍ତୁ କୃତିକା ନକ୍ଷତ୍ର ନିଜ ପରିସରରେ ଭଲ କରିବାକୁ ଯାଇ ଅପଦସ୍ତ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର ସୃଷ୍ଟି ହେବାର ଆଶଙ୍କା ରହିଛି।
ବୃଷ
ବୃଷ
ଆଜି ଏହିଭଳି ଜଣେ ବ୍ୟକ୍ତିଙ୍କ ସହାଯ୍ୟ ପାଇବେ ଯାହାକି ଆପଣ କେଭେଁ କଳ୍ପନା ମଧ୍ୟ କରି ନ ଥିବେ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି। ମୃଗଶିରା ନକ୍ଷତ୍ରର ବିବାଦୀୟ ଘଟଣା ପୂର୍ବପରି ଅମୀମାଂସିତ ରହିବ ଫଳରେ ମାନସିକ ସ୍ଥିତି ଭଲ ରହିବ ନାହିଁ।
ମିଥୁନ
ମିଥୁନ
ଆଜି ସକାଳର ଯାତ୍ରା ପ୍ରୀତିପ୍ରଦ ରହିବ ଏବଂ ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବାର ଆଶା ରହିଛି। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇପାରନ୍ତି। ଧୈର୍ଯ୍ୟର ସହ ସମସ୍ୟାର ସମାଧାନ କଲେ ସୁଫଳ ମିଳିବ।
କର୍କଟ
କର୍କଟ
ଆଜିର ପୂର୍ବାହ୍ନରେ ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ପାରିବାରିକ, ପ୍ରଶାସନ, ପ୍ରକାଶନ ଓ ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବାର ସୂଚନା ରହିଛି। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହୋଇପାରନ୍ତି। ଆର୍ଥିକ ସମସ୍ୟା ପୂର୍ବଭଳି ଅକ୍ଷୁଣ୍ଣ ରହିପାରେ।
ସି˚ହ
ସି˚ହ
କୌଣସି ସମସ୍ୟା ବିଷୟରେ ଆଦୌ ଚିନ୍ତା କରନ୍ତୁ ନାହିଁ, ଧୈର୍ଯ୍ୟର ସହ ସମୟକୁ ଅପେକ୍ଷା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ। ପୂର୍ବ ଶତ୍ରୁତା କାରଣରୁ ଅନ୍ୟମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ । ପଦସ୍ଥବ୍ୟକ୍ତିଙ୍କ ସହାୟତାରେ କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି କରିପାରନ୍ତି। ହଠାତ୍‌ ଜଣେ ବନ୍ଧୁଙ୍କ ପାଇଁ ମନ ଛଟପଟ ହୋଇପାରେ।
କନ୍ୟା
ଆଜି ସକାଳୁ ସକାଳୁ ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ସେଥିରେ ଅବଶ୍ୟ ଶୁଭଫଳ ପାଇବେ। ଅସାବଧାନତା କାରଣରୁ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ। ଅଫିସରେ ଥିବା ସମୟରେ କୌଣସି ବ୍ୟକ୍ତିଙ୍କ ଠାରୁ ଶୁଭଖବର ପାଇ ଉଲ୍ଲସିତ ହୋଇପାରନ୍ତି। ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।
ତୁଳା
ତୁଳା
ପରିବାର ଭିତରେ କେତେକ ଅକୁହା କଥା ମନକୁ ବାରମ୍ବାର ଆଲୋଡିତ କରିପାରେ। ନିଜ ଲୋକ ମାନଙ୍କ ସାଧାରଣ କଥାରେ ଉତ୍‌କ୍ଷିପ୍ତ ହୋଇପାରନ୍ତି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ନିକଟସ୍ଥ ବ୍ୟକ୍ତି ବିଶେଷଙ୍କ ଠାରୁ ଶ୍ରଦ୍ଧା, ଆଦର ପାଇ ନିଜକୁ ଗର୍ବିତ ମନେ କରିପାରନ୍ତି।
ବିଛା
ବିଛା
କେତେକ ପାରିବାରିକ ସମସ୍ୟା ହେତୁ ମନଟା ଚହଲି ଯାଇପାରେ। କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। କଠୋର ଶ୍ରମଜନିତ ସ୍ବାସ୍ଥ୍ୟରେ ଅବନ୍ନତି ଘଟିବା ଆଶଙ୍କା ରହିଛି। କିନ୍ତୁ ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଓ ପରିବହନ ରେ ଲାଭବାନ ହେବେ।
ଧନୁ
ଧନୁ
ସ୍ବରାଶିସ୍ଥ ବୃହସ୍ପତି ହେତୁ ଶାରୀରିକ ଅବସ୍ଥାରେ କିମ୍ବା ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖାନଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ନିଜର ଲୋକ ପ୍ରିୟତା କାରଣରୁ ଶତ୍ରୁ ଠାରୁ ମଧ୍ୟ କାମ ହାସଲ କରିନେବେ। ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇ ପାରନ୍ତି, କିମ୍ବା କାମ ହାସଲ କରି ପାରନ୍ତି।
ମକର
ମକର
ଆଜି ବନ୍ଧୁମାନଙ୍କ ଦ୍ୱାରା ରାଜକୀୟ ସମ୍ମାନ ପାଇ ନିଜକୁ ଭାଗ୍ୟବାନ ମନେ କରିବେ। ଦୀର୍ଘ ଦିନର ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଘର ଲୋକ ମାନଙ୍କ ଅନୁରୋଧରେ ମନୋରନ ଜିନିଷ କ୍ରୟ କରି ପାରନ୍ତି। କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସମ୍ପର୍କ ସ୍ଥାପନ କରି ଉପକୃତ ହେବେ।
କୁମ୍ଭ
କୁମ୍ଭ
ଆନୁସଙ୍ଗିକ ସାହାଯ୍ୟ ସହଯୋଗ ଲାଭକରି ଆଜିର କର୍ମକ୍ଷେତ୍ରରେ ଉତ୍ସାହିତ ହେବେ। ସାମୟିକ ପ୍ରତିବନ୍ଧକ ହେତୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ବ୍ୟବସାୟ, ବାଣିଜ୍ୟ, ପ୍ରଶାସନ, ପ୍ରଶାସନିକ ସ୍ତରରେ ସଫଳତା ହାସଲ କରି ଖୁସୀ ହେବେ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ନିଜ ଇଚ୍ଛା ଅନୁଯାୟୀ ଚାହୁଁଥିବା ଜିନିଷଟି ନ ପାଇ ମନଦୁଃଖ କରି ପାରନ୍ତି।
ମୀନମୀନ
ଗ୍ରହସ୍ଥିତିର ପ୍ରଭାବରେ ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ଆପଣଙ୍କ କାମରେ ଜାଣିଶୁଣି କେତେକ ବ୍ୟକ୍ତି ସମସ୍ୟା ସୃଷ୍ଟିର ସହାୟକ ହୋଇପାରନ୍ତି। କିଛିଟା ସମସ୍ୟାମୂଳକ କଥାକୁ ମନରେ ରଖିପାରିବେ ନାହିଁ, ବନ୍ଧୁଙ୍କୁ କହିଦେବା ଫଳରେ ପରିସ୍ଥିତି ବିଗିଡିଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri