Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ
ଆଜି ଲାଭ ସ୍ଥାନରେ ଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟସିଦ୍ଧି ଘଟିବ ଏବଂ ଆଶା କରୁଥିବା ଜିନିଷ ନିଶ୍ଚିତ ପାଇପାରିବେ। କିନ୍ତୁ ଆତ୍ମୀୟମାନଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ପାରିବାରିକ ସମସ୍ୟା ବଢ଼ିପାରେ। ପିଲାଙ୍କ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। ଜଣେ ବନ୍ଧୁ ଅସୁବିଧା ସମୟରେ ସାହାଯ୍ୟର ହାତ ବଢ଼ାଇବେ।
ବୃଷ
ବୃଷ
ଦ୍ୱିତୀୟସ୍ଥ ରାହୁ ଯୋଗୁ ପ୍ରତିବନ୍ଧକ ଲାଗି ରହିଥିବା କାରଣରୁ ସ୍ଥଗିତ ଥିବା କାମଟି ବନ୍ଧୁଙ୍କ ସାହାଯ୍ୟରୁ ପୁନଃ ଆରମ୍ଭ କରିବାକୁ ମନସ୍ଥ କରିବେ। ମଧ୍ୟାହ୍ନରେ ବନ୍ଧୁ ପରିଜନମାନଙ୍କ ସମ୍ବନ୍ଧରେ କୌଣସି ଶୁଭ ଖବର ଶୁଣି ଖୁସି ହେବେ। ଦିନ ଭରି କଠୋର ପରିଶ୍ରମଜନିତ ରାତ୍ରିରେ ଅନିଦ୍ରାଜନିତ ପୀଡ଼ା ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ଅନୁକୂଳ ସମୟ ହେତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବୁଝାମଣା ଭିତ୍ତିରେ କିମ୍ବା ସହମତିରେ କାମ କଲେ ଉପକୃତ ହେବେ। ସଭାସମିତିରେ ଯୋଗଦେଲେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ବ୍ୟକ୍ତିଗତ ଭାବରେ ଲାଭବାନ୍‌ ହେବେ। ବାଣିଜ୍ୟ,ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ।
କର୍କଟ
କର୍କଟ
ରାଶିର ଗୁଣଧର୍ମାନୁସାରେ ଭାବପ୍ରବଣତା ମଧ୍ୟରେ ନିକଟ ଅତୀତର ସମସ୍ୟାଗୁଡ଼ିକର ସମୀକ୍ଷା କରିପାରନ୍ତି। ନିର୍ମାଣାଧୀନ ଗୃହ କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବା ଆଶଙ୍କା ରହିଛି। ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ନିଜର ଲକ୍ଷ୍ୟ ହାସଲ କରିବେ। ଯାନ୍ତ୍ରିକ ତ୍ରୁଟି ସାମୟିକ ଯାତ୍ରାରେ ପ୍ରତିବନ୍ଧକ ସାଜିବ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ଶୁଭଦୃଷ୍ଟିରୁ ଆଜି ଯେମିତି ଚାହୁଁଛନ୍ତି ଠିକ୍‌ ସେହିଭଳି କାମଗୁଡ଼ିକ ସମ୍ପନ୍ନ ହେବାରେ କୌଣସି ଅସୁବିଧା ହେବ ନାହିଁ। ଶ୍ରମଜୀବୀମାନେ ମଧ୍ୟ କଠିନ ପରିଶ୍ରମ କରିବେ ଏବଂ ଉଚିତ ପାରିଶ୍ରମିକ ମଧ୍ୟ ପାଇ ପାରିବେ। ପାଖପଡ଼ୋଶୀଙ୍କ ସହ ପିଲାମାନଙ୍କର କନ୍ଦଳକୁ କେନ୍ଦ୍ରକରି ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ।
କନ୍ୟା
ପରିବାର ସ୍ଥାନରେ ଗ୍ରହଯୁଦ୍ଧ ଜନିତ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ ପଡ଼ୋଶୀଙ୍କ ଠାରୁ କାମ ହାସଲ କରିବେ। ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଘଟିପାରେ। ସ୍ବାସ୍ଥ୍ୟ ସମସ୍ୟା ଦ୍ୱିଗୁଣିତ ହେବା କ୍ଷେତ୍ରରେ ନିଜର ଅବହେଳା ହିଁ ମୁଖ୍ୟ କାରଣ ହୋଇପାରେ।
ତୁଳା
ତୁଳା
ଉଚ୍ଚାରୋହୀ ଶୁକ୍ର ହେତୁ ସ୍ବାସ୍ଥ୍ୟ ଭଲ ରହିବ ଓ ମନୋରଞ୍ଜନର ଖୋରାକ ମଧ୍ୟ ପାଇଯିବେ। ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ, କିନ୍ତୁ କ୍ଷତି ହେବ ନାହିଁ। କେସ୍‌ରେ ନିଜ ପକ୍ଷ ସବଳ ରହିବା ହେତୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ବିଛା
ବିଛା
କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁ ଆଜିର କର୍ମକ୍ଷେତ୍ର ଓ ପାରିବାରିକ ପରିସ୍ଥିତି ପ୍ରାୟତଃ ସ୍ବାଭାବିକ ରହିବ। କିନ୍ତୁ ପ୍ରତ୍ୟେକ କଥାରେ ପଡ଼ୋଶୀଙ୍କ କଥାକୁ ବିଶ୍ୱାସକରି ହଇରାଣରେ ପଡ଼ି ପାରନ୍ତି। ନୂଆ ଯୋଜନାକୁ ବାସ୍ତବ ରୂପ ଦେବାର ଯୋଜନା କଲେ ଅବଶ୍ୟ ସଫଳ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ସାମୂହିକ ସମସ୍ୟାର ସରଳ ସମାଧାନ କରି ପରୋକ୍ଷ ଭାବରେ ପ୍ରଶଂସିତ ହେବେ।
ଧନୁ
ଧନୁ
ବିକ୍ଷିପ୍ତ ଚିନ୍ତାଧାରା କାରଣରୁ ବନ୍ଧୁ ସମ୍ମୁଖରେ କହିବେ ବୋଲି ବହୁ ପୂର୍ବରୁ ଚିନ୍ତା କରିଥିଲେ ମଧ୍ୟ ଯଥା ସମୟରେ ପ୍ରକାଶ କରିବାରେ ପଛେଇଯିବେ। ଭୁଲ୍‌ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। କିନ୍ତୁ ପାରିବାରିକ କ୍ଷେତ୍ରରେ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
ମକର
ମକର
ସପ୍ତମ ଭାବରୁ ଅଷ୍ଟମସ୍ଥ ଚନ୍ଦ୍ର ଜନିତ ଆଜି ସକାଳୁ ଇଚ୍ଛା କରିଥିବା ଜିନିଷଟି ନ ପାଇବାରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ମଉଳିଯାଇଥିବା ଆଶା ପୁଣି କଅଁଳି ଉଠିବା ସୂଚନା ମିଳିପାରେ। ଯାତ୍ରା ସମୟରେ ସତର୍କତା ଅଭାବରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ।
କୁମ୍ଭ
କୁମ୍ଭ
ଶୁଭଗ୍ରହ ପ୍ରଭାବରେ ଆଜି ସକାଳୁ ସକାଳୁ କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରାଦମ୍‌ରେ କରିଚାଲିବେ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ନିଜ ଚତୁଃପାର୍ଶ୍ୱରେ ବିରୋଧ ମନୋଭାବ ପୋଷଣ କରୁଥିବା ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି।
ମୀନମୀନ
ଗୁରୁଦୃଷ୍ଟି ପ୍ରଭାବରେ କର୍ମକ୍ଷେତ୍ରରେ ପରିସ୍ଥିତି ପୂର୍ବବତ୍‌ ରହିବ ଏବଂ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ବିବାଦୀୟ ଘଟଣାରେ ଟେନ୍‌ସନ ଲାଗି ରହିଥିଲେ ମଧ୍ୟ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିପାରେ। ସ୍ବାସ୍ଥ୍ୟହାନି ସମ୍ଭାବନା ରହଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri