Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୧୦ ତାରିଖ – Daily Horoscope

ମେଷ
ଆଜିର ସପ୍ତମ ଚନ୍ଦ୍ର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ କରାଇବା ସଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତରୁ ଖୁସୀ ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର ଆଶଙ୍କା ରହିଛି। ଆଧ୍ୟାତ୍ମିକଗ୍ରହ ଶନିଙ୍କ ଆଶୀର୍ବାଦରୁ ଧାର୍ମିକ ପରିବେଶରେ ଦେବଦର୍ଶନ ସଙ୍ଗକୁ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିପାରନ୍ତି।
ବୃଷ
ବୃଷ
କର୍ମାଧିପତିଙ୍କ ଚନ୍ଦ୍ରଙ୍କ ସହ ସମ୍ପର୍କ ଅଭାବରୁ ବହୁତ ସ୍ଥଗିତକାମ ରହିଥିଲେ ମଧ୍ୟ ଆଜି କିଛି କରି ନ ପାରନ୍ତି। ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ଖର୍ଚ୍ଚ ପରିମାଣ ବୃଦ୍ଧି ମନସ୍ତାପର କାରଣ ହୋଇପାରେ। ଦୀର୍ଘ ଦିନରୁ ଭଲ ପାଉଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇ ଯିବା କାରଣରୁ ମନ କେବଳ ଅତୀତକୁ ଖୋଜି ବୁଲିବ।
ମିଥୁନ
ମିଥୁନ
ଧନାଧିପତି କୋଣଭାବସ୍ଥ ଯୋଗୁଁ ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଅବଶ୍ୟମ୍ଭାବୀ। ସେବାମନୋବୃତ୍ତି କାରଣରୁ ସାଙ୍ଗ ସାଥୀ ମେଳରେ ବେଶୀ ସମୟ କାଟିପାରନ୍ତି। ଆଜିର ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣି ପାରନ୍ତି। ବନ୍ଧୁଗହଣରେ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ କରିବେ।
କର୍କଟ
କର୍କଟ
ଚତୁର୍ଥଚନ୍ଦ୍ର ଆପଣଙ୍କ ଲୋକପ୍ରିୟତାକୁ ବୃଦ୍ଧି କରିବା ସହ ସାମାଜିକ ସମ୍ମାନ ଆଣିବାରେ ସହାୟକ ହେବ। ସପ୍ତମଭାବ ଗ୍ରହଶୂନ୍ୟ କାରଣରୁ ଆପଣ ପ୍ରତ୍ୟେକ କାମରେ, ବିବାଦରେ, ପ୍ରତିଯୋଗିତାରେ ତଥା କଚେରି ମାମଲାରେ ସଫଳତା ପାଇବେ। ସଭାସମିତି, ପରିବହନ, ସାହିତ୍ୟ, ସଙ୍ଗୀତ, ଆଧ୍ୟାତ୍ମିକ କାର୍ଯ୍ୟ କ୍ଷେତ୍ରରୁ ସୁଫଳ ମିଳିବ।
ସି˚ହ
ସି˚ହ
ବ୍ୟୟଭାବର ଗ୍ରହମାନେ ଚତୁର୍ଥଭାଗ୍ୟାଧିପ ହେତୁ ଆନୁଷ୍ଠାନିକ କିମ୍ବା ଧାର୍ମିକକାଯର୍‌ୟ ସକାଶେ ଖର୍ଚ୍ଚ କରିବାକୁ ମନସ୍ଥ କରିପାରନ୍ତି। ଆଜିର ଯାତ୍ରାରେ ଅଭିଳଷିତ ଫଳ ସଙ୍ଗକୁ ବସ୍ତ୍ରଭୂଷଣ, ଯାନବାହନ, ବନ୍ଧୁମିଳନ ପ୍ରାପ୍ତି ଘଟିପାରେ। ପାରଷ୍ପରିକ ଆଲୋଚନା ମାଧ୍ୟମରେ ପାରିବାରିକ ସମସ୍ୟାର ସମାଧାନ ଘଟିବ।
କନ୍ୟା
ଲାଭାଧିପ ଧନଭାବରେ ରହି ଆପଣଙ୍କୁ ଧନସମ୍ମାନ ସଙ୍ଗକୁ ବନ୍ଧୁଗହଣରେ ମିଷ୍ଠାନ ଲାଭର ଯୋଗ ପ୍ରାପ୍ତ ହେବ। ଶନିଙ୍କ କୁପ୍ରଭାବରୁ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ କ୍ରମାଗତ ଭାବେ ସମସ୍ୟା ଲାଗିରହିପାରେ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ନାୟବିକ ଦୁର୍ବଳତା ଦେଖାଦେଇପାରେ।
ତୁଳା
ତୁଳା
ସମସ୍ତଗ୍ରହଙ୍କ ଅନୁକୂଳ ସ୍ଥିତି ପ୍ରଭାବରେ ସାମଗ୍ରୀକ କ୍ଷେତ୍ରରେ ଉନ୍ନତି କରିବେ। ଏକାଧାରରେ ଅର୍ଥ ସଙ୍ଗକୁ ବିଶିଷ୍ଟବ୍ୟକ୍ତିିଙ୍କ ଦ୍ୱାରା ସମ୍ମାନ, ଉପଢୈାକନାଦି ପାଇପାରନ୍ତି। କିନ୍ତୁ ତୃତୀୟସ୍ଥ ପାପଗ୍ରହ ପ୍ରଭାବରେ ନିଜର ବନ୍ଧୁ ବାନ୍ଧବ କିମ୍ବା ଆତ୍ମୀୟମାନେ ବିରୋଧାମତ୍କ କଥା କହିପାରନ୍ତି। ସ୍ବାର୍ଥ ହାସଲ ନ ହୋଇ ପାରିବା କାରଣରୁ ସେମାନେ ସମାଲୋଚନା କରିପାରନ୍ତି।
ବିଛା
ବିଛା
ବୃହସ୍ପତି ପ୍ରଭାବରେ ଭଲ ମନ ନେଇ କାମ କଲେ ମଧ୍ୟ ଅର୍ଥସଂକଟ, ବ୍ୟବହାରରେ ବ୍ୟତିକ୍ରମ ସମସ୍ୟା ସୃଷ୍ଟିର କାରଣ ହୋଇପାରେ। କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡ଼ି କ’ଣ କରିବେ କିମ୍ବା ନ କରିବେ ଏହି ଦ୍ୱନ୍ଦ୍ୱରେ ପଡିପାରନ୍ତି। ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭରୁ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
ଧନୁ
ଧନୁ
ଏକାଦଶସ୍ଥ ଚନ୍ଦ୍ର ପ୍ରଭାବରୁ କାର୍ଯ୍ୟସିଦ୍ଧି, ସଫଳ ଆଲୋଚନା ସଙ୍ଗକୁ ବନ୍ଧୁଦର୍ଶନରେ ଖୁସୀ ରହିବେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ହୋଟେଲ, ବ୍ୟବାସାୟ, ବାଣିଜ୍ୟ ପ୍ରଭୃତି ଆଶା କରୁଥିବା ଫଳ ଅବଶ୍ୟ ମିଳିବ। ଦୀର୍ଘଦିନର ପରିକଳ୍ପିତ ନୂତନ କାମଟିଏ କରି ଆମତ୍ତୃପ୍ତି ଲାଭ କରିବେ।
ମକର
ମକର
ସପ୍ତମାଧିପତି କର୍ମଭାବସ୍ଥ ଯୋଗୁ ବହୁତ ଦିନରୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହେବ। ଈର୍ଷାପରାୟଣ ବ୍ୟକ୍ତିବିଶେଷ ଶତ୍ରୁତା କରି କାର୍ଯ୍ୟରେ ପ୍ରତିରୋଧ ଘଟାଇପାରନ୍ତି। ଶ୍ରବଣା ନକ୍ଷତ୍ର ସକାଶେ ଅର୍ଥ ସମ୍ପର୍କ, ବନ୍ଧୁଙ୍କୁ ଭଲ ପାଇବା, ଅତିଥି ଚର୍ଚ୍ଚା, ଯାତ୍ରା, ଆଇନ ଅଦାଲତ ପ୍ରଭୃତି କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।
କୁମ୍ଭ
କୁମ୍ଭ
ଭାଗ୍ୟସ୍ଥାନରେ ଚନ୍ଦ୍ରଙ୍କ ପ୍ରଭାବରୁ ଉଦ୍ୟମ ସଫଳରେ କିଛିଟା ପ୍ରତିବନ୍ଧକ ଆସିବ। ସ୍ବଗୃହାଭିମୁଖୀ ଆଧ୍ୟାତ୍ମିକ ଗ୍ରହ ଶନି ଆପଣଙ୍କୁ ସତ୍‌ସଙ୍ଗର ସାନ୍ନିଧ୍ୟ ଓ ଧାର୍ମିକ ଅନୁଷ୍ଠାନରେ ସକ୍ରିୟ ଭୂମିକାର ସୁଯୋଗ ଦେଇପାରେ। ଗୃହ ନିର୍ମାଣ, ଗାଡି କିଣାରେ ମନ ଦେଇ ପାରନ୍ତି। ପରିବହନ, ପ୍ରଶାସନ ସ୍ତରରେ କାଯ୍ୟ ସାଧନ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।
ମୀନମୀନ
ଅଷ୍ଟମ ଚନ୍ଦ୍ର ସଙ୍ଗକୁ ଚତୁର୍ଥସ୍ଥ ପାପଗ୍ରହ ଜନିତ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। କିନ୍ତୁ ବୁଧଙ୍କ ଶୁଭସଂସ୍ଥାନ ଜନିତ ଯାତ୍ରା, ଶିଳ୍ପ,ବାଣିଜ୍ୟ,ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ। ହଠାତ୍‌ ହଜି ଯାଇଥିବା ବ୍ୟଚ୍ଛ,ଚୋରୀ ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri