Posted inRasifala

ରାଶିଫଳ: ବୁଧବାର, ଜାନୁଆରି ୧ ତାରିଖ – Daily Horoscope

ମେଷ
ନୂଆ ବରଷର ପହିଲି ଦିନରେ ଚନ୍ଦ୍ର ଏକାଦଶ ସ୍ଥାନରେ ଅର୍ଥ ଓ ସମ୍ମାନ ପ୍ରଦାନ କରିବେ। ନୂଆ ନୂଆ ଯୋଜନା ମାଧ୍ୟମରେ ବ୍ୟବସାୟରେ ଶାଖା ପ୍ରଶାଖା ଖୋଲିବାର ସମ୍ଭାବନା ରହିଛି। ପାରିବାରିକ କ୍ଷେତ୍ରର ଅସଜଡା ପରିସ୍ଥିତି କେତେକାଂଶରେ ଆପଣଙ୍କ ମାନସିକ ସ୍ତରକୁ ଶିଥିଳ କରିପାରେ। ବନ୍ଧୁ ମିଳନ ସଙ୍ଗକୁ ଭ୍ରମଣ ସକାଶେ ମନ ବଳାଇ ପାରନ୍ତି।
ବୃଷ
ବୃଷ
ଭାଗ୍ୟସ୍ଥାନରେ ଶୁକ୍ର ଆପଣଙ୍କ ପରିଜନ ସହ ଯାତ୍ରା,ସୁସ୍ବାଦୁ ଭୋଜନାଦି ପ୍ରଦାନ କରି ଆନନ୍ଦ ଦାନ କରିବ। ଅଫିସରେ ଭଲ୍‌ ସମ୍ପର୍କ ଥିବା ବନ୍ଧୁମାନେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ନିକଟରୁ ଦୂରେଇ ରହିଲା ଭଳି ଅନୁଭବ କରିପାରନ୍ତି। ବ୍ୟବସାୟ, ଅର୍ଥ ସମ୍ପର୍କୀୟ କଥା,ପରିବାରିକ କ୍ଷେତ୍ରରେ ସୁଖ ହେତୁ ଏକ ପ୍ରକାର ଆମତ୍ତୃପ୍ତି ଲାଭ କରିବେ।
ମିଥୁନ
ମିଥୁନ
ଆପଣଙ୍କ ରାଶିକୁ ଏକାଧିକଗ୍ରହ ଅବଲୋକନ କରୁଥିବାରୁ ଆପଣଙ୍କୁ ସାମଗ୍ରୀକ ସୁଖ, ସମ୍ମାନ, ଅର୍ଥ, ଓ ମିଷ୍ଠାନାଦି ପ୍ର୍ରାପ୍ତ କରାଇବେ। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ମନୋର କାର୍ଯ୍ୟକ୍ରମରେ ଯୋଗ ଦେଇ ଖୁସୀ ରହିବେ। ସମସ୍ୟା ମଧ୍ୟରେ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ କରିବା ସକାଶେ ଆଲୋଚନା କରିପାରନ୍ତି।
କର୍କଟ
କର୍କଟ
ରାଶ୍ୟାଧିପ ଚନ୍ଦ୍ର ଅଷ୍ଟମରେ ଅବସ୍ଥାନ କରୁଥିବାରୁ ଦେହ ଓ ମନ ଏକ ସରଳରନେଖାରେ ଗତି କରିପାରିବେ ନାହିଁ। ଥଣ୍ଡା ଜନିତ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଘଟିବାର ଆଶଙ୍କା ରହିଛି। ସଭାସମିତିରେ ଆଲୋଚନା, ସାଙ୍ଗଠନିକ ପ୍ରକ୍ରିୟା, ପ୍ରଶାସନିକ ତତ୍ପରତା, ଆନୁଷ୍ଠାନିକ କ୍ଷେତ୍ରରେ ଲୋକ ସମ୍ପର୍କ ଅକ୍ଷୁଣ୍ଣ ରହିବ।
ସି˚ହ
ସି˚ହ
ଆଜିର ଗ୍ରହସ୍ଥିତି ସାମଗ୍ରୀକ ଦୃଷ୍ଟିକୋଣରୁ ଭଲ ରହିଥିବାରୁ ଯେମିତି ଯାହା ମନ କରିବେ କୈାଣସି କଥା ଅପୂର୍ଣ୍ଣ ରହିବ ନାହିଁ। କର୍ମକ୍ଷେତ୍ରରେ ଉନ୍ନତ ଚିନ୍ତା ଓ ସୁପରିକଳ୍ପିତ ଯୋଜନାକୁ ବାସ୍ତବମୁଖୀ କରାଇବାରେ ସମର୍ଥ ହେବେ। ଆନୁଷ୍ଠାନିକ କାମରେ ଭାବିଚିନ୍ତି କାମ କରିବା ସହ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡିପାରନ୍ତି।
କନ୍ୟା
ଆଜି କେନ୍ଦ୍ରସ୍ଥାନରେ ଗ୍ରହମାନେ ଆପଣଙ୍କୁ ବନ୍ଧୁଙ୍କ ବଦାନ୍ୟତା,ସହକର୍ମୀଙ୍କ ସହଯୋଗ ମନୋବୃତି ଓ ପାରିବାରିକ ସହାନୁଭୁତି ମାଧ୍ୟମରେ ହର୍ଷୋତ୍‌ଫୁଲ୍ଲ କରାଇବେ। ଅବଶ୍ୟ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିବ କିନ୍ତୁ ବନ୍ଧୁ ମେଳରେ ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଅଶାନୁଯାୟୀ
ତୁଳା
ତୁଳା
ନବମଭାବକୁ ଗ୍ରହଙ୍କ ଦୃଷ୍ଟିର ସୁପ୍ରଭାବରୁ ପଦସ୍ଥ ବ୍ୟଚ୍ଛିଙ୍କ ପରାମର୍ଶରେ ନୂଆ ନୂଆ ଯୋଜନାର ଖସଡା ପ୍ରସ୍ତୁତ କରିପାରନ୍ତି। ପରିବାରରେ ମଙ୍ଗଳଙ୍କ କୁପ୍ରଭାବରେ କଠୋର ବାକ୍ୟାଳାପ ସଙ୍ଗକୁ ସନ୍ଦେହ ଓ ଭୁଲ୍‌ ବୁଝାମଣା ପରିସ୍ଥିତିକୁ ସଙ୍ଗୀନ୍‌ କରିପାରେ। ଆନୁଷ୍ଠାନିକ କାମରେ କିମ୍ବା କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ।
ବିଛା
ବିଛା
ସ୍ବଗୃହୀ ରାଶ୍ୟାଧିପଙ୍କ ସୁପ୍ରଭାବରେ ଦେହ ଓ ମନ ସୁସ୍ଥ ରହିବ। ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ନିବିଡ ହେବ ଯାହାକି ଆପଣଙ୍କ କାମକୁ ସାହାଯ୍ୟ କରିପାରେ। କୌଣସି ନୂତନ କର୍ମାରମ୍ଭରୁ ଦିନଟିରେ କାର୍ଯ୍ୟବ୍ୟସ୍ତତା ବଢିଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ପ୍ରତ୍ୟୁଷ ଯାତ୍ରା, ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ।
ଧନୁ
ଧନୁ
ରାଶିରେ ଗ୍ରହଣର କୁପ୍ରଭାବ ଜନିତ ସ୍ବାସ୍ଥ୍ୟ ସାମାନ୍ୟ ଗଡ୍‌ବଡ୍‌ ହେବା ସଙ୍ଗକୁ ମାନସିକ ଅସ୍ଥିରତା ଦେଖାଦେବା ତଥାପି କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, ସମ୍ପର୍କୀୟମାନଙ୍କ ସଦ୍‌ଭାବ ଊଣା ହେବନାହିଁ। ଉତମ ବୁଝାମଣାରେ ଉନ୍ନତି ଘଟିବା ସଙ୍ଗକୁ ପରିବାରରେ ସୁଖ, ଶାନ୍ତି ଫେରି ଆସିବ। ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତାକୁ ନେଇ ବନ୍ଧୁ ପ୍ରଶଂସା କରିପାରନ୍ତି।
ମକର
ମକର
ନୂଆ ବରଷରୁ ରାଶିରେ ବିଳାସକାରକ ଶୁକ୍ର ରାଶିରେ ଅବସ୍ଥାନ କରି ସାମଗ୍ରୀକ ସୁଖ, ସମ୍ମାନ ସହ ଦୀର୍ଘଦିନର ଅଭିଳାଷ ପୂରଣ କରିବେ। ଆର୍ଥିକ ପରିସ୍ଥିତିକୁ ସୁଧାରି ନେବା ସକାଶେ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରିବେ। ସ୍ଥାନପରିବର୍ତନର ଦୁଃଶ୍ଚିନ୍ତା ସଙ୍ଗକୁ ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗ ସୁସମ୍ପର୍କ ବ୍ୟାହତ ହୋଇପାରେ।
କୁମ୍ଭ
କୁମ୍ଭ
ବ୍ୟୟଭାବରେ ଶୁକ୍ର ଆପଣଙ୍କୁ ବିଳାସବ୍ୟସନ ମଧ୍ୟରେ ବୁଡାଇ ରଖିବା ସହ ମାନସିକ ଚିନ୍ତାଧାରାରକୁ ବିକ୍ଷିପ୍ତ କରିପାରେ। ଷଷ୍ଠାଧିପ ରାଶିରେ ରହିଥିବାରୁ ଅର୍ଥାଭାବ, ଋଣଭାର ବୃଦ୍ଧି, ପରୋକ୍ଷ ଶତ୍ରୁତା ଓ କାର୍ଯ୍ୟହାନୀ ଜନିତ ବ୍ୟସ୍ତତା ବଢିଯାଇପାରେ। ଅବଶ୍ୟ ସଙ୍ଗୀତ ସମାରୋହ ,ବନ୍ଧୁମିଳନ ଭିତରେ ଭୋଜିଭାତର ସୁଯୋଗ ପାଇପାରନ୍ତି।
ମୀନମୀନ
ଦଶମ କେନ୍ଦ୍ରସ୍ଥଗ୍ରହମାନଙ୍କ ପ୍ରଭାବରେ କର୍ମଜାଳର ପରିସର କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ମାନସିକ ଅସ୍ଥିରତା ପରିଲକ୍ଷିତ ହେବ। ଚେଷ୍ଟା କରୁଥିବା କାମରେ ଅଗ୍ରଗତି ସଙ୍ଗକୁ ପାରିବାରିକ ସମର୍ଥନରୁ ସାମୟିକ ଆମତ୍ତୃପ୍ତି ପାଇବେ। ପଦସ୍ଥ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟର ପ୍ରତିଶ୍ରୁତି ହାସଲ କରି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଆଶାୟୀ ହୋଇ ପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri