Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ
ବୁଧଦୃଷ୍ଟ ଚନ୍ଦ୍ର ହେତୁ ବିଭିନ୍ନ କାରଣକୁ ନେଇ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। କୌଣସି କଥାକୁ ଠିକ୍‌ ଭାବରେ ନ ବୁଝି ଅଯଥା ବିରକ୍ତି ପ୍ରକାଶ କରିପାରନ୍ତି। ସମସ୍ୟା ସମାଧାନ କରିବା ପାଇଁ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଗୃହୋପକରଣର ଅଭାବ କାମକୁ ସ୍ଥଗିତ ରଖିଦେଇପାରେ।
ବୃଷ
ବୃଷ
ଶନିଦୃଷ୍ଟ ରବିଙ୍କ ନକ୍ଷତ୍ରରେ ଶୁକ୍ର ଅବସ୍ଥାନ କରିଥିବାରୁ ନୀଚ ଜାତିର ବ୍ୟକ୍ତିଙ୍କ ସହ ସମ୍ପର୍କକୁ ନେଇ ନିନ୍ଦିିତ ଅଥବା ସମାଲୋଚିତ ହୋଇପାରନ୍ତି। କର୍ମକ୍ଷେତ୍ରରେ କେହି ଜଣେ ପ୍ରତିବାଦର ସ୍ବର ଉଠାଇ କାମରେ ବିଘ୍ନ ଘଟାଇ ପାରନ୍ତି। କେତେକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।
ମିଥୁନ
ମିଥୁନ
ଶନିଙ୍କ ଦୃଷ୍ଟିଜନିତ ଆପଣ କୌଣସି ବନ୍ଧୁଙ୍କ ସହ ମତାନ୍ତର ହେତୁକ ଅଶାନ୍ତ ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ମଧ୍ୟ ସନ୍ଦେହ ଓ ବୁଝାମଣାର ଅଭାବ ମାନସିକ ଅଶାନ୍ତିକୁ ବଢାଇ ଦେଇପାରେ। ପରାମର୍ଶ ମାନି କାମ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। କରଜ କରି କାମ ଚଳାଇବା ପାଇଁ ବାଧ୍ୟ ହୋଇପାରନ୍ତି।
କର୍କଟ
କର୍କଟ
ଗ୍ରହମାନଙ୍କ ଅନୁକୂଳ ସ୍ଥିତି ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। କିନ୍ତୁ ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ ନ କରି ବିବାଦୀୟ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ ,ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। ପରିବାରରେ ପିଲାମାନଙ୍କ ରୁଗ୍‌ଣ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଉପର ଅଧିକାରୀମାନଙ୍କ ଦ୍ୱାରା ମାନସିକ ଚାପ ବୃଦ୍ଧି ପାଇବ। ଅଧିକାଂଶ କ୍ଷେତ୍ରରେ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇପାରେ। ପରିବାରରେ ଭୁଲ୍‌ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜି ଦିନଟି ନୂତନକର୍ମାରମ୍ଭ, ଭ୍ରମଣ, ରାଜନୀତି,ପ୍ରଶାସନ ପାଇଁ ଭଲ।
କନ୍ୟା
କର୍ମକ୍ଷେତ୍ରରେ ଟେନ୍ସନ ଲାଗି ରହିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ବନ୍ଧୁ ଗହଣରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। କ୍ରୀଡା କ୍ଷେତ୍ରରେ ସଫଳତା ମିଳିପାରେ। ଦୀର୍ଘ ଦିନରୁ ସନ୍ଧାନ ପାଉ ନ ଥିବା ତଥା ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ।
ତୁଳା
ତୁଳା
ଶୁକ୍ରଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ କର୍ମକ୍ଷେତ୍ରରେ କିଛି ନା କିଛି କାରଣକୁ ନେଇ ଟେନ୍ସନ ଲାଗିରହିବ। ଜମା ପଡୁ ନ ଥିବା ଲୋକମାନଙ୍କ ଦ୍ୱାରା ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଦୀର୍ଘ ଦିନରୁ ଭଟ୍ଟା ପଡିଥିବା ସମ୍ପର୍କ ପୁନଃ ସ୍ଥାପିତ ହେବାର ଆଶା ରହିଛି।
ବିଛା
ବିଛା
ପାଖପଡୋଶୀଙ୍କ ବ୍ୟବହାରରେ ଅତିଷ୍ଠ ହେବା ସହ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମନରେ ଭାବାନ୍ତର ସୃଷ୍ଟିହେବ। ଅବଶ୍ୟ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଗୃହୋପଯୋଗୀ ଭୂମି, ନିର୍ମାଣାଧୀନ କାର୍ଯ୍ୟ, ଗାଡିମୋଟର, ସମ୍ପର୍କୀୟ ଦୁଶ୍ଚିନ୍ତା ଆସିପାରେ।
ଧନୁ
ଧନୁ
ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବା ସକାଶେ ବହୁୁତ ହଇରାଣ ହେବାକୁ ପଡିବ। ବନ୍ଧୁ ମାନଙ୍କ ନିମନ୍ତ୍ରଣ କ୍ରମେ ଆକସ୍ମିକ ଭାବରେ ଆମୋଦ ପ୍ରମୋଦର ମଉକା ଜୁଟିବାର ସୂଚନା ରହିଛି। ପାଖ,ପଡୋଶୀଙ୍କ ସାହାଯ୍ୟ ହେତୁ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିପାରେ।
ମକର
ମକର
ସାଙ୍ଗସାଥୀ,ପାଖପଡୋଶୀ ତଥା ନିକଟ ସମ୍ପର୍କୀୟ ମାନଙ୍କ ମିତ୍ରତା ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ପାରସ୍ପରିକ ଆଲୋଚନା ମାଧ୍ୟମରେ କାମକଲେ ସମସ୍ୟାର ସରଳ ସମାଧାନ ହେବ। କୌଣସି ମୂଲ୍ୟବାନ ଜିନିଷଟି ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ପାରିବାରିକ ପ୍ରତିକୂଳ ଆପଣଙ୍କୁ ଆନମନା କରିପାରେ।
କୁମ୍ଭ
କୁମ୍ଭ
ସାଧାରଣକଥାରେ ବନ୍ଧୁରେ କଳହ, ଧନହାନି କିମ୍ବା ଅନ୍ୟମନସ୍କତାରୁ ହାତ, ପାଦରେ ଆଘାତ ଲାଗିବାର ସମ୍ଭାବନା ରହିଛି। ସହକର୍ମୀ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି,ଯାହା କି କେତେକ ଅସୁବିଧାଜନକ ସ୍ଥିତି ସୃଷ୍ଟି କରିବ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବହନ କେତେକାଂଶରେ ବାଧାପ୍ରାପ୍ତ ହୋଇପାରେ।
ମୀନମୀନ
ବିଭିନ୍ନ ପ୍ରକାରର ପାରିବାରିକ ସମସ୍ୟା ମଧ୍ୟରେ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ବାରମ୍ବାର ଅସଫଳ ହେବା କାରଣରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବ୍ୟବସାୟ,ବାଣିଜ୍ୟ ଓ କଳା ସାହିତ୍ୟ, ଆଲୋଚନା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ସାମୟିକ ମନଦୁଃଖକୁ ଭୁଲିଯାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri