ରାଶନକାର୍ଡ ଦିଆ ନ ଗଲେ ଅନଶନ

ଭଦ୍ରକ ଅଫିସ, ୧୪ା୧୦-ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରକୃତ ହତାଧିକାରୀ ବଞ୍ଚିତ ହେବା ଅଭିଯୋଗ ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏ ପରିକି ଭଦ୍ରକ ପୌରାଞ୍ଚଳ ଅଧୀନ କୁଆଁସ ଗ୍ରାମର ଅଭି ଜେନା(୫୦) ନାମକ ଜଣେ ଦିନ ମଜୁରିଆ ରାଶନ କାର୍ଡରୁ ବଞ୍ଚତ୍ତ ହୋଇ ବିଭିନ୍ନ ସ୍ତରରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନ ଥିବା କହିଛନ୍ତି। ଏଥିଲାଗି ସେ ୪ ଥର ଆବେଦନ କରି ସାରିଲେଣି। ଅନେକେ ଥିଲାବାଲା ଲୋକ ରାଶନକାର୍ଡ ପାଇଥିବା ବେଳେ ସେ ଏଥିରୁ ବଞ୍ଚତ୍ତ ହେବା କ୍ଷୋଭର ବିଷୟ ବୋଲି କହିିଛନ୍ତି। ତାଙ୍କ ଆବେଦନକୁ ଶୀଘ୍ର ବିଚାର କରା ନ ଗଲେ ସେ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ପୌରାଞ୍ଚଳ ଅଧୀନ ୧୫ ନମ୍ବର ୱାର୍ଡ କୁଆଁସ ଗ୍ରାମର ନିଗମାନନ୍ଦ ଆଶ୍ରମ ନିକଟରେ ଅଭି ଜେନା ପରିବାର ସହ ବସବାସ କରୁଛନ୍ତି । ଚାରିଖୁଣ୍ଟ ପୋତା ଯାଇଥିବା ଏକ ପାଲଟଣା ଘରେ ପନତ୍ୀ ତୁଳସୀ ଓ ସାନ ପୁଅ ରାଜେନ୍ଦ୍ର ସହ ଅଭି ରହୁଛନ୍ତି। ଦିନ ମଜୁରିଆ ଭାବେ କାମ କରି ସେ ପରିବାର ଚଳାଉଛନ୍ତି। ଯେଉଁ ସମୟରେ କିଛି କାମ ମିଳେ ନାହିଁ ତାଙ୍କୁ ଅର୍ଦ୍ଧାହାର ଓ ଅନାହାରରେ ରହିବାକୁ ପଡିଥାଏ । ତାଙ୍କ ପାଲଟଣା ଘର ପ୍ରଶାସନିକ ଅବହେଳାର ଏକ ନମୁନା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନକୁ ତୀବ୍ର ବିରୋଧ: ହଜାରରୁ ଅଧିକ ଲୋକଙ୍କ ଜନଆନ୍ଦୋଳନ

ତିହିଡ଼ି,୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀ ହରିହଂସ କୀର୍ତ୍ତନ ମଣ୍ଡପ ପରିସରରେ ଆଜି ହଜାରରୁ ଅଧିକ ମହିଳା ଓ ପୁରୁଷ ଏକତ୍ରିତ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟି ନେଲେ ଟଙ୍କା ସହ ଲକ୍ଷାଧିକ ସୁନା ଅଳଙ୍କାର

ନୀଳଗିରି, ୧୫/୦୬,(ପ୍ରଶାନ୍ତ କୁମାର ବିଶ୍ବାଳ):କଳାକନା ବୁଲାଇଲେ ଦୁର୍ବୃତ୍ତ। ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ ସମୟରେ ଚୋରି ହୋଇଥିବାର ଅନୁମାନ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ

ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…

ଆଦାୟ ହେଉଛି ରାଜସ୍ବ, ହେଉନି ପଙ୍କୋଦ୍ଧାର, ଶୁଖିଲା ପଡ଼ିଛି ପୋଖରୀ

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମରେ ଥିବା ପୋଖରୀଗୁଡ଼ିକର ଦୁରବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗ୍ରାମରେ ମୋଟ୍‌ ୭ଟି…

ଦୁଇ ଓସିଏସ୍‌ଙ୍କୁ ସମ୍ମାନିତ କଲେ ଜିଲାପାଳ, କହିଲେ ସମସ୍ତ ପ୍ରକାରର ଲୋକଙ୍କୁ କିପରି…

କେସିଙ୍ଗା,୧୫ା୬(ତୁମେଶ୍ୱର ସାହୁ): ଓଡ଼ିଶା ପ୍ରଶାସନିକ ସେବାର ଫଳାଫଳ ପ୍ରକାଶିତ ପରେ ଉତ୍ତୀର୍ଣ୍ଣ ହୋଇଥିବା କଳାହାଣ୍ଡି ଜିଲାର କେସିଙ୍ଗା ସହରର ଚତୁର୍ଥ ସ୍ଥାନରେ ଥିବା କନକ ଜୈନ ଏବଂ…

ମୋଦିଙ୍କ ସହ ସେଲ୍‌ଫି ନେଲେ ଫ୍ରାନ୍ସ ରାଷ୍ଟ୍ରପତି: ଫଟୋ ଶେୟାର କରି ଲେଖିଲେ…

ନାଇସ୍‌,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଇସ୍‌ ଗସ୍ତ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରଁଙ୍କୁ ଭେଟି ଆନନ୍ଦ ପ୍ରକାଶ କରିଥିଲେ। ଦୁଇ ନେତା ‘ଇଣ୍ଡିଆ ଇନୋଭେଟ୍ସ ୨୦୨୬’…

ଘରକୁ ଧକ୍କାଦେଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ପାଟଣା,୧୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟର ସୋମବାର ଭୋର୍‌ରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଏକ ଘରକୁ…

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri