ରାଶନ ପାଇଁ ଆଧାର ବାଧ୍ୟତାମୂଳକ: ସବୁ ପିଡିଏସ୍‌ରୁ ନେଇପାରିବେ ଖାଦ୍ୟ ସାମଗ୍ରୀ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଏବଂ ରାଜ୍ୟ ଖାଦ୍ୟ ନିରାପତ୍ତା ସ୍କିମ୍‌ ହିତାଧିକାରୀମାନେ ଏଣିକି ରାଜ୍ୟର ଯେକୌଣସି ସାଧାରଣ ଖାଉଟି ବଣ୍ଟନ କେନ୍ଦ୍ର(ପିଡିଏସ୍‌)ରୁ ଚାଉଳ, ଗହମ ଓ କିରୋସିନ ନେଇପାରିବେ। ସେମାନଙ୍କୁ ଆଉ କେବଳ ଜଣେ ଡିଲର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ କିମ୍ବା ରାଶନ ପାଇଁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ରାଶନ କାର୍ଡ ଦେଖାଇ ଯେକୌଣସି ଖାଉଟି କେନ୍ଦ୍ରରୁ ଖାଦ୍ୟ ସାମଗ୍ରୀ ନେଇପାରିବେ। ଆସନ୍ତା ସେପ୍ଟେମ୍ବର ପହିଲାରୁ ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରୁ ଏହି ସୁବିଧା ଆରମ୍ଭ ହେବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ଏନେଇ ଖୋର୍ଦ୍ଧା ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଦେଇଛନ୍ତି। ତେବେ ଏହି ସୁବିଧା ପାଇବା ପାଇଁ ରାଶନ କାର୍ଡ ହିତାଧିକାରୀଙ୍କୁ ଆଧାର କାର୍ଡ ଏବଂ ଫୋନ୍‌ ନମ୍ବର ଲିଙ୍କ୍‌ କରିବାକୁ ପଡ଼ିବ।
ଭୁବନେଶ୍ୱର ମହାନଗର ନିଗମରେ ଥିବା ୬୭ଟି ଓ୍ବାର୍ଡରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ଅଞ୍ଚଳରେ ଥିବା ୧୨୭ଟି ସାଧାରଣ ଖାଉଟି ବଣ୍ଟନ କେନ୍ଦ୍ରକୁ ଆଇଆର୍‌ଆଇଏସ୍‌ ସ୍କାନର ମେଶିନ ମଧ୍ୟ ଯୋଗାଇ ଦିଆଯିବ। ଆଧାର କାର୍ଡର ଟିପଚିହ୍ନ ମ୍ୟାଚ୍‌ ନ କଲେ ଉକ୍ତ ମେଶିନ ଜରିଆରେ ଖାଉଟିଙ୍କୁ ଚିହ୍ନଟ କରାଯାଇପାରିବ। ଯେଉଁ ଖାଉଟିଙ୍କର ଆଧାର ସଂଯୋଗ ସମ୍ଭବ ହେବ ନାହିଁ ଅର୍ଥାତ୍‌ ରୋଗଗ୍ରସ୍ତ, ମାନସିକ ବିକାରଗ୍ରସ୍ତ, ବୃଦ୍ଧାବୃଦ୍ଧଙ୍କୁ ମାର୍କେଟିଂ ଇଣ୍ଟେଲିଜେନ୍ସ (ଏମ୍‌ଆଇ)ଙ୍କ ସାର୍ଟିଫିକେଟ ଆଧାରରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ଏମ୍‌ଆଇ ଦେଇଥିବା ସାର୍ଟିଫିକେଟ ଠିକ୍‌ ଅଛି କି ନାହିଁ ତାହା ବର୍ଷକୁ ୪ ଥର ବିଭାଗୀୟ ସ୍କ୍ବାଡ ଦ୍ୱାରା ସ୍ବତନ୍ତ୍ର ଭାବେ ଯାଞ୍ଚ କରାଯିବ। ଜାଲିଆତି ହୋଇଥିବା ଧରାପଡ଼ିଲେ ସମ୍ପୃକ୍ତ ଏମ୍‌ଆଇଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ସହରାଞ୍ଚଳରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାପରେ ଏହି ବ୍ୟବସ୍ଥା ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ଆଇଆର୍‌ଆଇଏସ୍‌ ସ୍କାନର ବାବଦରେ କଣ୍ଟ୍ରୋଲ ଡିଲରଙ୍କୁ ୭୦୦୦ ଟଙ୍କା ରାଜ୍ୟ ସରକାର ଯୋଗାଇ ଦେବେ।
ସେପ୍ଟେମ୍ବର ପହିଲାରୁ ରାଶନ କାର୍ଡଧାରୀ ବିନା ଆଧାର ପଞ୍ଜୀକରଣରେ ଖାଦ୍ୟ ସାମଗ୍ରୀ ନେଇପାରିବେ ନାହିଁ। ଏ ପର୍ଯ୍ୟନ୍ତ ରାଜ୍ୟରେ ୯୬ ପ୍ରତିଶତ ପରିବାର ଆଧାର ପଞ୍ଜୀକରଣ କରିଛନ୍ତି। ଅବଶିଷ୍ଟ ଖୁବ୍‌ଶୀଘ୍ର ହେବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri