ରାଶନ କାର୍ଡ ଜାଲିଆତି ଗୁମର ଫିଟିଲା: ଦେଢ଼ବର୍ଷ ଧରି ଉଠାଣ ହେଉଥିଲା ରାଶନ ସାମଗ୍ରୀ

ନୟାଗଡ଼ ଅଫିସ/ରଣପୁର,୧୯।୬(ସ୍ବ.ପ୍ର.): ରଣପୁର ବ୍ଲକ ନରସିଂହପୁର ପଞ୍ଚାୟତ କରଡାପଲ୍ଲୀର ବାଳାମଣୀ ପଲେଇ ଓ ନରସିଂହପୁରର ଝରଣା ସାହୁଙ୍କ ନାମରେ ଦୀର୍ଘ ଦେଢ଼ବର୍ଷ ହେଲା ଉଠାଣ ହେଉଥିଲା ରାଶନ ସାମଗ୍ରୀ। ଏପରି କି ଫନୀ ଓ କରୋନା ସହାୟତା ମଧ୍ୟ ହରିଲୁଟ ଚାଲିଥିଲା। ସେମାନଙ୍କ ନାଁରେ ରାଶନ କାର୍ଡ ମଞ୍ଜୁର ହୋଇଥିବା ଜାଣି ନ ପାରି ଦୁଇ ମହିଳା ବିଡିଓଙ୍କ କାର୍ଯ୍ୟାଳୟକୁ ଧାଉଁଥିଲେ। ବିଡିଓ ଏହାର ଯାଞ୍ଚ କରିବାରୁ ଏମାନଙ୍କ ନାଁରେ ରାଶନ ସାମଗ୍ରୀ ଉଠୁଥିବା ଜଣାପଡିଛି। ଶେଷରେ ବିଡିଓଙ୍କ ଯାଞ୍ଚ ନରସିଂହପୁର ପଞ୍ଚାୟତରେ ରାଶନ କାର୍ଡ ଜାଲିଆତିର ଗୁମର ଫିଟାଇଛି। ଏ ସମ୍ପର୍କରେ ୨ ମହିଳା ବିଡିଓ, ନୟାଗଡ଼ ଜିଲାପାଳ, ପିଡି ଡିଆରଡିଏ, ଜିଲା ଯୋଗାଣ ଅଧିକାରୀ, ଉପଜିଲାପାଳଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ବାଳାମଣୀ ପଲେଇ ଓ ଝରଣା ସାହୁଙ୍କ ଅଭିଯୋଗ ଅନୁସାରେ ଆମ ନାଁରେ ରାଶନ କାର୍ଡ ଅଛି ବୋଲି ଆମେ ଜାଣିନୁ। ଏଥିପାଇଁ ଆମକୁ ଆବେଦନ କରିବାକୁ କୁହାଯାଇଥିଲା। ବାରମ୍ବାର ଆବେଦନ ପରେ କାର୍ଡ ନ ମଳିବାରୁ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବିଡିଓ, ଉପଜିଲାପାଳ, ଜିଲାପାଳଙ୍କୁ ଅଭିଯୋଗ କରିଛୁ । ହେଲେ ବେଶି ଅଭିଯୋଗ ବିଡିଓଙ୍କ ନିକଟରେ କରିଥିଲୁ। ବାରମ୍ବାର ବ୍ଳକ କାର୍ଯ୍ୟାଳୟକୁ ଆସୁଥିବାରୁ ବିଡିଓ ଯୋଗାଣ ଅଧିକାରୀଙ୍କୁ ଡକାଇ ଯାଞ୍ଚ କରାଇଥିଲେ। ଯାଞ୍ଚ ପରେ ଆମ ନାଁରେ ରାଶନ କାର୍ଡ ଥିବା ଜଣାପଡିଛି। ଝରଣାଙ୍କ କାର୍ଡ ନଂ.୨୪୦୮୨୫ ୧୧୫୮୯ ଓ ବାଳାମଣିଙ୍କ କାର୍ଡ ନଂ.୨୪୦୮୨୫୧୧୬୩୫। ରାଶନ କାର୍ଡ ଥିବାରୁ ନୂଆ କାର୍ଡ ମିଳିବନି। ଦେଢ଼ବର୍ଷ ହେଲା ରାଶନ ସାମଗ୍ରୀ ଉଠାଇ ପୁଣି ନୂଆ କାର୍ଡ ପାଇଁ ପ୍ରଶାସନକୁ ହଇରାଣ କରୁଥିବାରୁ ବିଡିଓ ଆମ ଉପରେ ବିରକ୍ତ ହୋଇଥିଲେ। ଯାହା ହେଉ ତାଙ୍କ ନିର୍ଦ୍ଦେଶରେ ଯାଞ୍ଚ ହେବାରୁ ଆମେ ଜାଲିଆତିର ସୂଚନା ପାଇଲୁ। ଏଥିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ମୁଖ୍ୟ ବୋଲି ଜାଣିବାକୁ ପାଇଛୁ। ପୁଣି ଏହି ଜାଲିଆତିରେ ଅନ୍ୟ କିଛି କର୍ମଚାରୀ ଓ ରାଜନେତା ସମ୍ପୃକ୍ତି ଥିବା ଜଣାପଡୁଛି। ଏହାର ତଦନ୍ତ ପାଇଁ ଆମେ ଜିଲା ପ୍ରଶସନ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛୁ। ଆଶା ରଖିଛୁ ନିଶ୍ଚିତ ନ୍ୟାୟ ପାଇବୁ। ଆମ ନାଁରେ ଉଠିଥିବା ରାଶନ ସାମଗ୍ରୀ ଆମକୁ ଫେରାଇବା ବ୍ୟବସ୍ଥା କରାଯାଉ। ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିତ୍କାରୀ ଓ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ସେମାନେ ଏଥିରେ ସମ୍ପୃକ୍ତ ନ ଥିବା କହିବା ସହ ଏହାର ତଦନ୍ତ କରାଗଲେ ସତ୍ୟତା ଜଣାପଡିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri