ରାନୁଙ୍କ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜୟପୁରର ଅଟୋ ଚାଳକଙ୍କ ଗୀତ, ମିଳିଲାଣି ଲକ୍ଷାଧିକ ଭିଉଜ୍‌

ଜୟପୁର,୩ା୯(ପବନ ପାଣିଗ୍ରାହୀ): ‘ଚଲ୍‌ତେ ଚଲ୍‌ତେ ମେରେ ୟେ ଗୀତ୍‌ ୟାଦ୍‌ ରଖନା, କଭି ଅଲ୍‌ବିଦା ନା କେହ୍‌ନା।’ ଜୟପୁର ସହରର ଏକ ନିର୍ଦ୍ଦିଷ୍ଟ ଅଟୋରେ ଆପଣ ଯାତ୍ରା କରିବା ବେଳେ ଅଟୋରୁ ଭାସି ଆସିବ କିଶୋର କୁମାରଙ୍କ ଏଇ ଚିର ସବୁଜ ଗୀତ ସାଙ୍ଗକୁ ତାଙ୍କର ଆହୁରି ଅନେକ ସୁରିଲା ଗୀତ। ସେ ଗୀତର ସ୍ବର ଷ୍ଟେରିଓରୁ ନୁହେଁ, ବରଂ ଷ୍ଟିଅରିଂ ଧରିଥିବା ଅଟୋ ଡ୍ରାଇଭରଙ୍କ କଣ୍ଠରୁ ଝରୁଥିବ। କୋରାପୁଟ ଜିଲା ଜୟପୁର ସହରର କିଶୋର କୁମାର ଭାବେ ପରିଚିତ ଏଇ ଅଟୋ ଚାଳକ ଜଣକ ହେଉଛନ୍ତି ପଦ୍ମନ ଗୌଡ଼।

ଷ୍ଟେଶନରେ ଲତା ମଙ୍ଗେସ୍‌କରଙ୍କ ଗୀତ ଗାଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ରାନୁ ମଣ୍ଡଳଙ୍କ ପରେ ପରେ ଏବେ କିଶୋର କୁମାରଙ୍କ ଗୀତ ଗାଇ ଭାଇରାଲ ହେଉଛନ୍ତି ପଦ୍ମନ ଗୌଡ଼। ସୋସିଆଲ ମିଡିଆର ୟୁଟ୍ୟୁବ୍‌ ଓ ଫେସବୁକ୍‌ରେ ସେ ଗାଉଥିବା ୧୦ରୁ ୧୨ଟି ଭିଡିଓକୁ ଗତ ୫/୬ ଦିନ ଭିତରେ ଲକ୍ଷାଧିକ ଭିଉଜ୍‌ ମିଳିସାରିଛି। ଚଲ୍‌ତେ ଚଲ୍‌ତେ, ଜାନେମନ୍‌ ଜାନେମନ୍‌ ଭଳି ପ୍ରଖ୍ୟାତ କଣ୍ଠଶିଳ୍ପୀ ସ୍ବର୍ଗତ କିଶୋର କୁମାରଙ୍କ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତକୁ ଏହି ଭିଡିଓ ସବୁରେ ଗୁଣୁଗୁଣେଇଛନ୍ତି ପଦ୍ମନ। ଏତେ ସୁନ୍ଦର ଗୀତ ଗାଉଥିବା ଏହି କଳାକାର ଜଣଙ୍କ ଜଣେ ସାଧାରଣ ଅଟୋ ଡ୍ରାଇଭର। ବିଶେଷ ପାଠ ପଢ଼ି ନ ଥିବା ପଦ୍ମନ ସଂଗୀତ ସାଧନା ପାଇଁ କାହାଠାରୁ ତାଲିମ ନେଇ ନାହାନ୍ତି। ପିଲାଟି ବେଳରୁ କେବଳ ରେଡିଓ ଏବଂ ଟିଭି ଦେଖି ସେ ଗୀତ ସବୁ ଶିଖିଥିବା କହିଛନ୍ତି। ମଝିରେ ମଝିରେ ସୁଯୋଗ ମିଳିଲେ ସେ ଅର୍କେଷ୍ଟ୍ରାରେ କିଶୋର କୁମାରଙ୍କ କିଛି ଗୀତ ଗାଆନ୍ତି। ସେଥିପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଜୟପୁରର କିଶୋର କୁମାର ଭାବେ ପରିଚିତ। ସ୍ତ୍ରୀ ଓ ଝିଅଙ୍କୁ ନେଇ ପଦ୍ମନଙ୍କ ପରିବାର। ଗରିବ ପରିବାରରେ ତାଙ୍କର ଜନ୍ମ ଆଉ ଏବେମଧ୍ୟ ଅଭାବ ତାଙ୍କ ପିଛା ଛାଡ଼ିନାହିଁ। କିନ୍ତୁ ସେଇ ଅଭାବ ଭିତରେ ବି ସେ ପଦ୍ମ ପରି ଫୁଟିବା ଆରମ୍ଭ କରିଛନ୍ତି। ଅଟୋ ଚଳାଇଲେ ଯାହା ରୋଜଗାର କରନ୍ତି, ସେତିକିରେ ୩ ପ୍ରାଣୀ ଚଳି ଯାଆନ୍ତି। ଏକଦା ଗୀତ ଗାଇବା ମାନିଆ ପାଇଁ ପଦ୍ମନଙ୍କୁ ତାଙ୍କ ସ୍ତ୍ରୀ ପ୍ରଥମେ ବିବାହ କରିବାକୁ ରାଜି ହୋଇ ନଥିଲେ ସତ; କିନ୍ତୁ ବିବାହ ପରେ ସ୍ବାମୀଙ୍କ ଗୀତକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ତାଙ୍କୁ ଗୀତ ଗାଇବାରେ କିଛି ଭଲ ସୁଯୋଗ ମିଳିଲେ ସେ ଆହୁରି ଆଗକୁ ବଢ଼ିପାରନ୍ତେ ବୋଲି କହିଛନ୍ତି ପଦ୍ମନଙ୍କ ସ୍ତ୍ରୀ। ଅନ୍ୟପକ୍ଷରେ ଗୀତ ଗାଇବାକୁ ପଦ୍ମନଙ୍କୁ ସୁଯୋଗ ମିଳିବା ପାଇଁ ୨ ବର୍ଷ ହେଲା ପ୍ରୟାସ ଜାରି ରଖିଛନ୍ତି ତାଙ୍କ ବାଲ୍ୟବନ୍ଧୁ ତ୍ରିପତି ଗନ୍ତାୟତ। ଏଥିପାଇଁ ସେ ବ୍ୟକ୍ତିଗତ ସ୍ତରରେ ବିଭିନ୍ନ ସଙ୍ଗଠନକୁ ଭେଟିବା ସହ ପଦ୍ମନଙ୍କ ଗୀତକୁ ଭିଡିଓ ଆକାରରେ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ତାହା ଏବେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥୀ ରାତିରେ ଚାଲିଗଲା ବବଲୁଙ୍କ ଜୀବନ: ସକାଳୁ ସକାଳୁ ଜଣାପଡ଼ିଲା କାରଣ

ଲକ୍ଷ୍ନୌ,୨୫।୭: ଉତ୍ତର ପ୍ରଦେଶର ବଦାଉଁ ଜିଲାର ଉଘାଇତି ଥାନା ଅଞ୍ଚଳରେ ଅବସ୍ଥିତ ରିଓନାଇ ଗାଁରେ ବିବାହ ଉତ୍ସବର କିଛି ଘଣ୍ଟା ମଧ୍ୟରେ ଶୋକର ଛାୟା ଖେଲିଯାଇଛି। କନ୍ୟାକୁ…

ଯୁବପିଢ଼ିଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ RSS ମୁଖ୍ୟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଆମ୍ବେଦକର ଭବନରେ ବିଶ୍ୱମଙ୍ଗଳ୍ୟ ସଭା ଦ୍ୱାରା ଆୟୋଜିତ ‘ଯୁଗାନୁକୂଳ ମାତୃତ୍ୱ’ କାର୍ଯ୍ୟକ୍ରମରେ ଭାଷଣ ଦେଇ ସଂଘ ମୁଖ୍ୟ ମୋହନ ଭାଗବତ ଯୁବପିଢ଼ି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

CJP ହିଂସାକୁ ନେଇ ବଡ଼ ଖୁଲାସା, ଜନ୍ତର-ମନ୍ତରରେ ୨୫୦୦ରୁ ଅଧିକ…

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହିଛି । ଏହି ସମୟରେ Facial Recognition System ଦ୍ବାରା ହିଂସା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହା ପ୍ରଭାବରେ…

ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୫ା୭(ତ୍ରିନାଥ ମହାନ୍ତି):୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଲେ କଣ କରିବ CJP? ଆଶୁତୋଷ ରାଙ୍କା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ସହିତ ଏକ ବୈଠକ ପରେ, କକ୍ରୋଚ୍ ଜନତା ପାର୍ଟି ସ୍ପଷ୍ଟ କରିଛି ଯେ ପ୍ରାଥମିକ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri