ରାଜ୍ୟରେ ୫ମାସ ପାଇଁ ଔଷଧ, ଚିକିତ୍ସା ଉପକରଣ ଉପଲବ୍ଧ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନେଇଛନ୍ତି। ୯ ମାସ ପାଇଁ ଆବଶ୍ୟକ ଔଷଧ ଓ ଚିକିତ୍ସା ଉପକରଣ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ୫ମାସ ପାଇଁ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ ସାମଗ୍ରୀ ଉପଲବ୍ଧ ରହିଛି। ଆଉ ୪ମାସ ନିମନ୍ତେ ଆସନ୍ତା ମାସ ଶେଷ ସୁଦ୍ଧା ମିଳିଯିବ ବୋଲି ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ କହିଛନ୍ତି। ସୋମବାର ରାଜ୍ୟର କରୋନା ସ୍ଥିତିକୁ ନେଇ ସରକାରଙ୍କ ପକ୍ଷରୁ ଆୟୋଜିତ ଖବରଦତା ସମ୍ମିଳନୀରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍‌ ୧୯ର ପ୍ରତିରୋଧ ପାଇଁ ସ୍ବତନ୍ତ୍ର ଭାବେ ୬୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ନିଗମ ୩୨କୋଟି ଟଙ୍କାର ଔଷଧ ଓ ଚିକିତ୍ସା ସରଞ୍ଜାମ କ୍ରୟ କରିସାରିଛି। ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ଔଷଧ ଯଥା- ଆଣ୍ଟିବାୟୋଟିକ୍ସ, ଆନାଲଜେସିକ୍ସ ଓ ଆଣ୍ଟିଇନଫ୍ଲାମେଟାରି ଉପଲବ୍ଧ ରହିଛି। ଏହାବ୍ୟତୀତ ତିନି ପରସ୍ତ ସର୍ଜିକାଲ ମାସ୍କ, ଏନ୍‌-୯୫ ମାସ୍କ, ହ୍ୟାଣ୍ଡ୍‌ ସାନିଟାଇଜର, ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ମହଜୁଦ ରହିଛି। ଅନୁରୂପ ଭାବେ ଆଇସିୟୁ ଭେଣ୍ଟିଲେଟର, ଅକ୍ସିଜେନ୍‌ କନସେନ୍‌ଟ୍ରେଟର୍ସ ଓ ନେବୁଲାଇଜର ଇତ୍ୟାଦି ଉପଲବ୍ଧ ରହିଛି। ଆଉ ୪ମାସ ପାଇଁ ଔଷଧ ଆମଦାନୀ ନିମନ୍ତେ ଅର୍ଡର ଦିଆଯାଇଛି। ରାଜ୍ୟରେ ଥିବା ସମସ୍ତ ସରକାରୀ ମେଡିକାଲ କଲେଜଠାରୁ ଆରମ୍ଭ କରି ପିଏଚ୍‌ସି ଓ ସବ୍‌ସେଣ୍ଟରକୁ ଔଷଧ ଓ ଚିକିତ୍ସା ଉପକରଣ ଯୋଗାଇ ଦିଆଯାଉଛି। ରାଜ୍ୟରେ ଔଷଧ ନିଗମର ୩୯ଟି ଗୋଦାମ ରହିଛି। ନିଗମରେ ଏବେ ୧.୧୮ କୋଟି ତିନି ପରସ୍ତ ସର୍ଜିକାଲ ମାସ୍କ, ୭୧,୮୪୩ଟି ଏନ-୯୫ ମାସ୍କ, ୬୬,୧୧୬ଟି ପିପିଇ ଓ ୪.୧୬ଲକ୍ଷ ହ୍ୟାଣ୍ଡ୍‌ ସାନିଟାଇଜର ରହିଥିବା ଷଡ଼ଙ୍ଗୀ କହିଛନ୍ତି। ଏବେ ପିପିଇ କିଟ୍‌ ମିଳିବାରେ ସମସ୍ୟା ରହିଛି। ମାତ୍ର ସରକାର ଏହି ସମସ୍ୟା ଦୂର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏବେ ରାଜ୍ୟରେ ୨୯୯ ଆଇସିୟୁ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ଥିବାବେଳେ ଅତିରିକ୍ତ ୪୨୪ଟି ଅତ୍ୟାଧୁନିକ ଭେଣ୍ଟିଲେଟର ନିମନ୍ତେ ଅର୍ଡର ଦିଆଯାଇଛି। ସେଥିରୁ ୫୭ଟି ମିଳିସାରିଛି। ୭୭୦୦ ନେବୁଲାଇଜର ପାଇଁ ଅର୍ଡର ଦିଆଯାଇଥିବାବେଳେ ସେଥିରୁ ୭୨୦୦ ମିଳିସାରିଛି। ଔଷଧ ଓ ଅନ୍ୟାନ୍ୟ ଉପକରଣ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଦେବାସହ ଏୟାର କାର୍ଗୋ ମାଧ୍ୟମରେ ବି ଆମଦାନୀ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri